ରାଜଭବନରୁ ଜାରି ହେଲା ମନ୍ତ୍ରିମଣ୍ଡଳ ତାଲିକା: ନବୀନଙ୍କ ନୂଆ ଟିମ୍‌ରେ ୧୧ କ୍ୟାବିନେଟ, ୯ ରାଷ୍ଟ୍ରମନ୍ତ୍ରୀ

ଆସନ୍ତାକାଲି ସାଢ଼େ ୧୦ଟାରେ ଶପଥ ଗ୍ରହଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୨୧ ଜଣିଆ ମନ୍ତ୍ରିମଣ୍ଡଳକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଶପଥ ଗ୍ରହଣ କରାଇବେ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୯ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ବିଜ୍ଞପ୍ତିରେ ମନ୍ତ୍ରୀମାନଙ୍କର ସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ବୁଧବାର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ

-ନବୀନ ପଟ୍ଟନାୟକ

କ୍ୟାବିନେଟ୍‌ ମନ୍ତ୍ରୀ

-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
-ବିକ୍ରମ କେଶରୀ ଆରୁଖ
-ପ୍ରଫୁଲ୍ଲ କୁମାର ମଲ୍ଲିକ
-ନିରଂଜନ ପୂଜାରୀ
-ପଦ୍ମନାଭ ବେହେରା
-ପ୍ରତାପ ଜେନା
-ଅରୁଣ କୁମାର ସାହୁ
-ସୁଦାମ ମାରାଣ୍ଡି
-ସୁଶାନ୍ତ ସିଂହ
-ନବ କିଶୋର ଦାସ
-ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ

-ଅଶୋକ କୁମାର ପଣ୍ଡା
-ସମୀର ରଂଜନ ଦାଶ
-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
-ଦିବ୍ୟଶଙ୍କର ମିଶ୍ର
-ପ୍ରେମାନନ୍ଦ ନାୟକ
-ରଘୁନନ୍ଦନ ଦାସ
-ପଦ୍ମିନୀ ଦିଆନ
-ତୁଷାରକାନ୍ତି ବେହେରା
-ଜଗନ୍ନାଥ ସରକା

ସମ୍ବନ୍ଧିତ ଖବର