ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ଆଉ ହାତରେ ମାତ୍ର କେଇଟା ଦିନ। ଯେଉଁଥିପାଇଁ ଏବେ ଜିନ୍ଦାବାଦ, ଜୟ ଜୟକାର ନାରାରେ ପ୍ରକମ୍ପିତ ହେଉଛି ଚାନ୍ଦୁଆ ସହର । ଆଉ ଏବେ ପ୍ରଚାର ମୈଦାନରେ ସାମିଲ ହେବାକୁ ସବୁଜ ସଙ୍କେତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ରାଲି କରିବେ ନବୀନ। ୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ସୁପ୍ରିମୋ ପ୍ରଚାର କରିବେ। ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡାକୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେହିଭଳି ଆସନ୍ତା ୧୩ ତାରିଖରେ ଷ୍ଟାର ପ୍ରଚାରକ ଭାବେ ପିପିଲି ପ୍ରଚାରମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ସହ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଧର୍ମେନ୍ଦ୍ର। ତେଣୁ ଆଗୁଆ ପିପିଲି ପ୍ରଚାର ମୈଦାନରେ ବଡ଼ ଧରଣର ଫାଇଟ ବୋଲି କୁହାଯାଉଛି, ଯାହାର ପ୍ରଭାବ ପିପିଲି ଉପ-ନିର୍ବାଚନର ଫଳାଫଳ ଉପରେ ପଡ଼ିପାରେ ବୋଲି କୁହାଯାଉଛି।
୧୨ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/04/naveen-09_Thumb-knk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)