ଆଶାୟୀଙ୍କୁ ଛାଟ: ବରିଷ୍ଠ ଆଶ୍ବସ୍ତ

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ ନବୀନ

ଭୁବନେଶ୍ବର: ଅଳ୍ପ କିଛି ଦିନ ପାଇଁ ପଛେ େହଉ, ମନ୍ତ୍ରିମଣ୍ଡଳରେ ସାମିଲ ହେବା ଦରକାର। ଏମିତି ଆଶା ରଖି ବିେଜଡିର କିଛି ବିଧାୟକ େଜାରଦାର ଲବି ଚଳାଇଥିଲେ। କ୍ଷମତାକେନ୍ଦ୍ର ଉପରେ ଜବରଦସ୍ତ ଚାପ ସୃଷ୍ଟି କରି ଚାଲିଥିଲେ। ହେଲେ ଏସବୁ ଚାପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କୌଣସି ପ୍ରଭାବ ପକାଇନି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େରାକଠୋକ୍ କହିଛନ୍ତି, ବର୍ତମାନ ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବା ଅଦଳବଦଳର ହେବାର ନାହିଁ। ଏ ସଂପର୍କରେ ଗତକିଛି ଦିନ ଚାଲିଥିବା ଚର୍ଚ୍ଚା ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବର ଉପରେ ନବୀନ େଦଇଥିବା ଏହି ମନ୍ତବ୍ୟ ଆଶାୟୀ ଯୁବ ନେତାଙ୍କୁ ନିରାଶ କରିଛି। କେବଳ ସେତିକି ନୁହେଁ, ଆତଙ୍କିତ େହାଇ ପଡିଥିବା ମନ୍ତ୍ରୀମାନଙ୍କୁ ବି କିଛି ପରିମାଣରେ ଆଶ୍ବସ୍ତ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, େଯଉଁ ସବୁ ମନ୍ତ୍ରୀମାନଙ୍କର କାର୍ଯ୍ୟ ସରକାରଙ୍କୁ ବଦନାମ କରୁଛି, ସେମାନଙ୍କ ସଂପର୍କରେ ନବୀନ କିଛି େଗାଟିଏ ଭିନ୍ନ ବାର୍ତା େଦଇପାରନ୍ତି। ତାଙ୍କ ଉପରେ ମୁଖିଆ େଯ ଅସନ୍ତୁଷ୍ଟ ଅଛନ୍ତି, ଏକଥା ସେ ଅନ୍ୟ କୌଣସି ବାଟରେ ଜଣାଇବେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଏବେ ୧୮ ଜଣ ସଦସ୍ୟ ଅଛନ୍ତି। ନିୟମ ଅନୁସାରେ, ୧୪୭ ବିଧାନସଭା ସଦସ୍ୟ ଥିବାରୁ ନବୀନ ମନ୍ତ୍ରିମଣ୍ଡଳରେ ତାଙ୍କୁ ମିଶାଇ ୨୨ ଜଣଙ୍କୁ ନେଇ ପାରିବେ। ଡାକ୍ତର ଦାମୋଦର ରାଉତ ଯିବା ପରଠାରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଚାଲିଥିଲା। ନିକଟରେ ପ୍ରଦୀପ ମହାରଥୀ ଯିବା ପରେ ଏହି ଆେଲାଚନା େଜାର ଧରିଥିଲା। କାରଣ ମନ୍ତ୍ରିମଣ୍ଡଳର କିଛି ବରିଷ୍ଠ ସଭ୍ୟଙ୍କ କାର୍ଯ୍ୟକୁ େନଇ ଏବେ ସରକାର ବିପଦରେ ଅଛନ୍ତି। ଏଣୁ ଖାଲି ପଡିଥିବା ପଦବି ସହିତ ବଦନାମ େନତାଙ୍କୁ ବାଦ ଦେବା ଲାଗି କ୍ଷମତାଶାଳୀ େଗାଷ୍ଠୀ ଚାପ ପକାଉଥିଲେ। ନିର୍ବାଚନ ପୂର୍ବରୁ ସେମାନଙ୍କୁ ଏହି ଆସନ ମିଳିଲେ, ଆଉ କିଛି େହଉ କି ନ େହଉ, ନିଜ ନିଜ ନିର୍ବାଚନମଣ୍ଡଳୀରେ ପତିଆରା ବଢିବ। ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ-କନିଷ୍ଠଙ୍କ ମଧ୍ୟରେ ପୁଣି ଥରେ ଛକାପଞ୍ଝା ଆରମ୍ଭ େହାଇଯାଇଥିଲା। ହେଲେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ଭିତରେ କନ୍ଦଳ ବଢାଇବା ପାଇଁ ଏମାନଙ୍କୁ କୌଣସି ସୁେଯାଗ ଦେବାକୁ ଚାହିଁନାହାନ୍ତି। ମନ୍ତ୍ରିମଣ୍ଡଳ ଓ ସଂପ୍ରସାରଣ ଅଦଳବଦଳକୁ େରାକଠୋକ୍ ମନା କରି ଏହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ଟଣାଯିବା ଦରକାର େବାଲି ସଙ୍କେତ େଦଇଛନ୍ତି।

ସମ୍ବନ୍ଧିତ ଖବର