ଝୁଲେଇକି ଉତ୍କଣ୍ଠା ବଢ଼ାଇଲେ : ବିଜେପି ଛାଡ଼ିଥିବା ନେତାଙ୍କୁ ଟିକେଟ୍

ପୁରୀରେ ପୁରୁଣା ମୁହଁକୁ ଭରସା, ଦାମଙ୍କ ସହ ଲଢ଼ିବେ ରଘୁନନ୍ଦନ, ପ୍ରଶାନ୍ତଙ୍କୁ ଅସନ୍ତୁଷ୍ଟ କଲାନି ଦଳ

ଭୁବନେଶ୍ବର : ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଷଷ୍ଠ କିସ୍ତିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନିକଟରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ନେତାଙ୍କୁ ଟିକେଟ୍ ମିଳିଥିବା ଦେଖାଯାଇଛି। ଆନନ୍ଦପୁର, ଏରସମା ବାଲିକୁଦା ଆଦି ଆସନ କ୍ଷେତ୍ରରେ ନବୀନ ଏମିତି ରାୟ ଶୁଣାଇଛନ୍ତି।

ତେବେ ବଳକା ୧୯ ବିଧାନସଭା ଓ ୩ ଲୋକସଭା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ପୂର୍ବରୁ ବିଜେଡି ୧୧୯ଟି ବିଧାନସଭା ଓ ୧୮ଟି େଲାକସଭା ଆସନରୁ କିଏ ଲଢ଼ିବେ, େସକଥା ଜଣାଇ ସାରିଥିଲା।

ଏରସମା-ବାଲିକୁଦାରେ ବିେଜପିରୁ ପ୍ରାର୍ଥୀ େହାଇଥିବା ଡାକ୍ତର ଦାମୋଦର ରାଉତଙ୍କୁ ସାମ୍ନା କରିବା ଲାଗି ସେହି ଦଳ ଛାଡ଼ି ନିକଟରେ ବିଜେଡିକୁ େଡଇଁଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ହେଲେ େସ ଆସନରୁ ଏବେ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କିନ୍ତୁ ଦଳ ଅସନ୍ତୁଷ୍ଟ ନ କରି ଗୁରୁତ୍ବପୂର୍ଣ୍ଣ ଜଗତସିଂହପୁର ଆସନରୁ ଟିେକଟ୍ େଦବାକୁ େଘାଷଣା କରିଛି। ସେଠାରେ ସେ କଂଗ୍ରେସର ହେଭିେଵଟ୍ େନତା ଚିରଞ୍ଜୀବ ବିଶ୍ବାଳଙ୍କ ସହ ଲଢିବେ।

ଗୁରୁତ୍ବପୂର୍ଣ୍ଣ ପିପିଲି ଆସନରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଣି ପ୍ରାର୍ଥୀ ଭାବେ େଘାଷଣା କରି ନବୀନ ପରୋକ୍ଷରେ ସୂଚାଇ େଦଇଛନ୍ତି େଯ ତାଙ୍କ ଉପରୁ ଭରସା ତୁଟିନାହିଁ। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପରେ ଶ୍ରୀ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଝ଼ଡ ସୃଷ୍ଟି େହାଇଥିଲା। ଏପରିକି ଏହି ପ୍ରସଙ୍ଗରେ ତାଙ୍କ ମନ୍ତ୍ରୀପଦ ଯାଇଥିଲା। ନବୀନ ଶ୍ରୀ ମହାରଥୀଙ୍କ ଟିକେଟ୍ କାଟିବେ େବାଲି େଗାଟିଏ ମହଲ ଆେଲାଚନା ଚଳାଇଥିଲେ। ଏପରିକି ତାଙ୍କ ବଦଳରେ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅଙ୍କୁ ବିେଜଡି ପ୍ରାର୍ଥୀ କରିପାରେ େବାଲି ମଧ୍ୟ ମତ ପ୍ରକାଶ ପାଇଥିଲା।

ସେହିପରି ନିମାପଡ଼ା ଓ କାକଟପୁରରୁ ଯଥାକ୍ରମେ ବିଧାୟକ ସମୀର ଦାଶ ଓ ସୁରେନ୍ଦ୍ର ସେଠୀଙ୍କୁ ନବୀନ ପ୍ରାର୍ଥୀ କରିଛନ୍ତି। ପୁରୀ ଜିଲ୍ଲାର ସମସ୍ତ ଆସନରେ ଦଳ ପୁରୁଣା ମୁହଁକୁ ଭରସା କରିଛି। ପୂର୍ବରୁ ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ ଆସନ ଲାଗି ନବୀନ ବର୍ତମାନର ବିଧାୟକମାନଙ୍କ ନାମ େଘାଷଣା କରି ସେମାେନ ହିଁ ୨୦୧୯ ନିର୍ବାଚନ ଦଳ ପାଇଁ ଲଢିବେ େବାଲି ଜଣାଇଥିଲେ।
ନିକଟରେ ବିେଜପି ଟିକେଟକୁ ପ୍ରତ୍ୟାଖ୍ୟାନ କରି ବିେ଼ଜଡିକୁ େଫରିଥିବା ଭାଗିରଥୀ େସଠୀଙ୍କୁ ଆଜି ଟିକେଟ୍ ମିଳିଛି। ସେ ଆନନ୍ଦପୁର ଆସନରୁ ପ୍ରାର୍ଥୀ େହାଇଛନ୍ତି। ବିଧାୟକ ମାୟାଧର େଜନାଙ୍କ ଟିକେଟ୍ କଟାଯାଇଛି। ସେହିପରି ନଭେମ୍ବରରେ ବିେଜପି କାର୍ଯ୍ୟାନୁଷ୍ଠାନ େନବା ପରେ ନିଜ ଅନୁଗତଙ୍କୁ ନେଇ ସଂଗଠନ (ସନ୍ତୋଷ ସେନା) କରିଥିବା ସନ୍ତୋଷ ଖଟୁଆ ଗତ ୨୬ ତାରିଖରେ ବିେଜଡିେର େଯାଗ ଦେଇଥିଲେ। ଆଜି ତାଙ୍କୁ ନୀଳଗିରି ଆସନରୁ ନବୀନ ପ୍ରାର୍ଥୀ େଘାଷଣା କରିଛନ୍ତି। ଏହି ଆସନରୁ ଗତଥର ଜିତିଥିବା ସୁକାନ୍ତ କୁମାର ନାୟକ ନିକଟରେ ବିେଜଡି ଛାଡ଼ି ବିେଜପିରେ େଯାଗ ଦେଇଥିଲେ।

ଅନ୍ୟପକ୍ଷରେ ଧାମନଗରରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଟିକେଟ୍ ମିଳିଥିବା ବେଳେ ନିଆଳି ଆସନରୁ ଡାକ୍ତର ପ୍ରମୋଦ ମଲ୍ଲିକ ତୃତୀୟ ଥର ଲଢିବା ପାଇଁ ନବୀନ ସୁେଯାଗ ସୃଷ୍ଟି କରିଛନ୍ତି। ବିେଜଡି ଟିକେଟ୍ ତାଲିକାରେ ତାଙ୍କ ନାମ ରହିଛି। ଧାମନଗର ଆସନରୁ ଗତଥର ମୁକ୍ତିକାନ୍ତ ମଣ୍ଡଳ ଜିତିଥିଲେ। ଏଥର କିନ୍ତୁ ତାଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ବିେଜଡି ଭଦ୍ରକ େଲାକସଭା ଆସନରୁ ପ୍ରାର୍ଥୀ କରିଛି।

ଉଲ୍ଲେଖଯୋଗ୍ୟ, କଟକ, େକନ୍ଦୁଝର ଓ େଢଙ୍କାନାଳ େଲାକସଭା ଆସନରୁ କାହାକୁ ପ୍ରାର୍ଥୀ କରାଯିବ, ତାହା ଏଯାଏ ସ୍ଥିର େହାଇପାରିନାହିଁ। ଏ େନଇ କସରତ ଜାରି ରହିଛି। ଆସନ୍ତାକାଲି ନବୀନ ଆଉ କିଛି ନାମ େଘାଷଣା କରିପାରନ୍ତି େବାଲି ବିେଜଡି ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର