ମୋଦୀଙ୍କୁ ଭେଟି ଏହି ସବୁ ପ୍ରସଙ୍ଗରେ ଆଲୋଚନା କଲେ ନବୀନ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀଙ୍କୁ ନବୀନ ଭେଟିଛନ୍ତି | ତେବେ ମୋଦୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ କୋଭିଡ ମହାମାରୀ ପରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବାବେଳେ ରାଜ୍ୟର ବିକାଶ ଲାଗି ମୋଦୀଙ୍କୁ ସହାୟତା ମାଗିଛି | ଏଥିସହ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ‌ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ନେଇ ନବୀନ ଓ ମୋଦୀଙ୍କ ଭିତରେ ଆଲୋଚନା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା।

ସେହିପରି ଆଉ କିଛି ସମୟ ପରେ ନବୀନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି | ମୁଖ୍ୟମନ୍ତ୍ରୀ ତିନିଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି। ଆଜି ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଅଟକିଥିବା ରାଜ୍ୟ ଲାଗି ଉଦ୍ଦିଷ୍ଟ  ଯୋଜନାମସୂହକୁ ତ୍ବରାନ୍ବିତ କରାଇବା ଲାଗି ବିଭିନ୍ନ ମନ୍ତ୍ରୀଙ୍କୁ ଭେଟଇବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବୁଧବାର ସକାଳେ ଓଡ଼ିଶା ଫେରିଆସିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର