ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜାରି ରହିଛି ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ । ଆଜି ଦଳର ସଭାପତି ଭାବେ ନାମାଙ୍କନ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ପଟ୍ଟନାୟକ ନାମାଙ୍କନ ଭରିଥିବା ବେଳେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ବି ନାମାଙ୍କନ ଭରିଛନ୍ତି । ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯିବ । ଡିସେମ୍ବର ୨୭ରୁ ଫେୃବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି ।

bjd

୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ନବୀନ ପଟ୍ଟନାୟକ ବିଜେଡି ସଭାପତି ପାଇଁ ନାମାଙ୍କନ ଭରିଛନ୍ତି । ତାଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । ଦଳର ବରିଷ୍ଠ ନେତାମାନେ ଏହି ସମୟରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

୧୯୯୭ରେ ବିଜେଡି ଗଠନ ହେବା ପରେ ନବୀନ ପଟ୍ଟନାୟକ ଲଗାତର ଭାବେ ଦଳର ସଭାପତି ରହିଆସିଛନ୍ତି । ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ବିଜୁ ଜନତା ଦଳ ଜିଲ୍ଲା ସଂଗଠନ ମୁଖିଆ (ଜିଲ୍ଲା ସଭାପତି)ଙ୍କ ନାମ ଘୋଷଣା କରିଥିଲା | ୩୩ଟି ସାଂଗଠନିକ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରୁ ୧୯ଜଣ ନୂଆ ଓ ୧୪ ଜଣ ପୁରୁଣା ନାମ ଘୋଷଣା କରାଯାଇଥିଲା |

ସମ୍ବନ୍ଧିତ ଖବର