ଭୁବନେଶ୍ବର: ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଚଳାଚଳ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୁରନ୍ତ ବିମାନ ଚଳାଚଳ ଆରମ୍ଭ କରିବା ଓ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବିନା କୌଣସି କାରଣରେ ଏୟାର ଓଡ଼ିଶା ପକ୍ଷରୁ ଚଳିତମାସ ୬ତାରିଖରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣକୁ ବନ୍ଦ କରି ଦିଆଯାଇଛି। ଯାହାଫଳରେ ବେସାମରିକ କ୍ଷେତ୍ରକୁ ଧକ୍କା ଲାଗିବା ସହିତ ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ସମ୍ମାନରେ ଆଞ୍ଚ ଆଣିଛି। ଝାରସୁଗୁଡ଼ାକୁ ଏକ ସ୍ବୟଂ ସଂପୂର୍ଣ୍ଣ ବାଣିଜ୍ୟିକ ବିମାନ ବନ୍ଦରରେ ପରିଣତ କରିବାକୁ ହେଲେ ଉଡ଼ାନ ବିମାନ ସହିତ ବ୍ୟାବସାୟିକ ବିମାନ ଚଳାଚଳ କରିବାର ଆବଶ୍ୟକତା ରହିଛି। ଝାରସୁଗୁଡ଼ା ବିମାନ ବନ୍ଦରର ସଂପ୍ରସାରଣ ପାଇଁ ଆବଶ୍ୟକ ପାଣ୍ଠି ଓ ସାହାଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏ କ୍ଷେତ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ‘ଉଡ଼ାନ’ ବିମାନର ଉଡ଼ାଣ ଆରମ୍ଭ କରିବା ସହିତ ଅନ୍ୟ ବିମାନ କିମ୍ବା ଆର୍ସିଏସ୍-ଉଡ଼ାନ ଜରିଆରେ ଉଡ଼ାଣ ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠିେର ଦର୍ଶାଇଛନ୍ତି। ଝାରସୁଗୁଡ଼ା ଦେଇ ଭୁବନେଶ୍ବର-ନୂଆଦିଲ୍ଲୀ ବିମାନ ଚଳାଚଳ ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାର ଲୋକମାନେ ଉପକୃତ ହୋଇପାରିବେ େବାଲି େସ କହିଛନ୍ତି। ଗତ ସେପ୍ଟେମ୍ବର ମାସ ୨୨ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ ସମୟରେ ଏହାକୁ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା େନଇ ମୁଖ୍ୟମନ୍ତ୍ରୀ ଅନୁେରାଧ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ତତ୍କାଳ ଘୋଷଣା କରିଥିେଲ। ମାତ୍ର ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ ତୁରନ୍ତ ଏହାର ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଝାରସୁଗୁଡ଼ା ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ଘଟଣା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଝାରସୁଗୁଡ଼ା ଦେଇ ଭୁବନେଶ୍ବର-ନୂଆଦିଲ୍ଲୀ ବିମାନ ଉଡ଼ୁ, ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ସମ୍ମାନରେ ଆଞ୍ଚ ଆଣିଛି
/sambad/media/post_attachments/wp-content/uploads/2018/10/Untitled-1-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)