ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅର୍ଥ ରାଶି ବର୍ଷକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଚିଠିରେ ‘କାଳିଆ’ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଥରେ ଏହି ବିଷୟରେ ଚିଠି ଲେଖିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର