ଦିଲ୍ଲୀରେ ଗଡ଼କରୀଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି। ଦିଲ୍ଲୀସ୍ଥିତ ପରିବହନ ଭବନରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସାକ୍ଷାତକାର ସମୟରେ ଓଡ଼ିଶାର ସଡ଼କ ଓ ପରିବହନକୁ ନେଇ ସମସ୍ୟା ଓ ଏହାର ସମାଧାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ସାକ୍ଷାତ ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନମ୍ବର ୨୦୩, ରେମୁଳି -ରାଜମୁଣ୍ଡା ଜାତୀୟ ରାଜପଥ-୨୧୫, କଟକ-ଅନୁଗୁଳ ଜାତୀୟ ରାଜପଥ-୪୨, ବାରକୋଟ-ପାନପୋଶ ଜାତୀୟ ରାଜପଥ ନମ୍ବର ୨୩, ଚଣ୍ଡୀଖୋଳ-ବାଲେଶ୍ୱର ଜାତୀୟ ରାଜପଥ ନମ୍ବର -୧୬(୪ଥାକିଆ), ଚଣ୍ଡିଖୋଲ-ଡୁବୁରୀ-ତାଲଚେର ଜାତୀୟ ରାଜପଥ ନମ୍ବର ୨୦୦ ଉପରେ ଆଲୋଚନା ହୋଇଛି। ସେହିଭଳି ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ, ଗୋହିରା ଛକ ନିକଟରେ ଫ୍ଲାଏଓଭର ବ୍ରିଜ ଉପରେ ମଧ୍ୟ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର