ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ : ନବୀନଙ୍କୁ ସାକ୍ଷାତ କଲେ ପ୍ରେମଜୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ବିଶିଷ୍ଟ ଶିଳ୍ପପତି ତଥା ଓ୍ବିପ୍ରୋର ଅଧ୍ୟକ୍ଷ ଅଜୀମ ପ୍ରେମଜୀଙ୍କୁ ସାକ୍ଷାତ କରିଛନ୍ତି । ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୫ମ ରୋଡ ସୋ ।

ବେଙ୍ଗାଲୁରୁର ହୋଟେଲ ତାଜ ଓ୍ବେଷ୍ଟ୍ ଏଣ୍ଡଠାରେ ଅନୁଷ୍ଠିତ ହୋଇଥିବା ଏହି ଇନଭେଷ୍ଟର ମିଟର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ ଉଦ୍ୟୋଗ ।

ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ବିଭିନ୍ନ ଶିଳ୍ପ ଗୋଷ୍ଠୀର ମୁଖ୍ୟମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ମେକ୍ ଇନ ଓଡ଼ିଶା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ୟ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

 

 

 

ସମ୍ବନ୍ଧିତ ଖବର