ରାଜ୍ୟପାଳଙ୍କୁ ହସ୍ପିଟାଲରେ ଭେଟିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ଏସସି ଜମିରଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ଜମିରଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୨ଟା ୩୦ରେ ରାଜ୍ୟପାଳ ହଠାତ ଅସୁସ୍ଥତା ଅନୁଭବ କରିଥଲେ। ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ରାଜଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲର ମୁଖ୍ୟ ଚିକିତ୍ସକ କହିଛନ୍ତି, ଜମିର ଛାତି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି।

ସମ୍ବନ୍ଧିତ ଖବର