କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ମୃତ

କଟକ: କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । ଏକ ଫେସବୁକ ପୋଷ୍ଟରେ ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ ସେ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଆଉ ବଂଚିବେ ନାହିଁ ବୋଲି ସେ ଲେଖିଥିବାର ଦେଖିବାକୁ ମିଳିଥିଲା।

କଟକ ଅଶ୍ୱୀନି ହସ୍ପିଟାଲରେ ତାଙ୍କ ପୁଅ କିଭଳି ସଂକଟାପନ୍ନ ରହିଛନ୍ତି ତାହା ଫେସବୁକ ପୋଷ୍ଟରୁ ଜଣାପଡ଼ିିଥିଲା । ତେବେ ସେ ଏହି ପୋଷ୍ଟ ଜରିଆରେ କଟକ ଏସସିବି ମେଡିକାଲ ସମେତ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡିକୁ ଏହି ଇସିଏମଓ ମେସିନ ଯୋଗାଇ ଦେବାପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଥିଲା । ଭାରାକ୍ରାନ୍ତ ହୃଦୟରେ ଲେଖିଥିଲେ ଯେ, ସେ ତାଙ୍କ ପୁଅକୁ ହୁଏତ ହରାଇ ଦେଇପାରନ୍ତି, ହେଲେ ରାଜ୍ୟର ଅନ୍ୟମାନେ ଏହି ସ୍ୱାସ୍ଥ୍ୟ ସେବା ଯେମିତି ପାଇପାରିବେ ସେଥିପାଇଁ ସେ ନିବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର