ନବୀନ ନିବାସ ପାଇଁ ୧.୬ ଏକର ସରକାରୀ ଜମିକୁ କବ୍‌ଜା: କଂଗ୍ରେସ

ଭୁବନେଶ୍ବର : ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡି ପାର୍କିଂ, ଓ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ବେଆଇନ ଭାବେ ୧ ଏକର ୬୦୦ ଡେସିମିଲ୍‌ ସରକାରୀ ଜମି କବ୍‌ଜା ହୋଇଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ଏଥିପାଇଁ ଉଭୟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ନେଇ ଏକାଧିକ ପ୍ରଶ୍ନ ଉଠାଇଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ନବୀନ ନିବାସ ସାମ୍‌ନା ରାସ୍ତାକୁ କେବଳ ନବୀନ ବାବୁଙ୍କ ବ୍ୟବହାର ପାଇଁ ରାଜ୍ୟ ସରକାର ଚ˚ଚକତା କରିଛନ୍ତି। ୨୦୧୬ ଫେବ୍ରୁଆରି ୩ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ରାସ୍ତା ପ୍ରଶସ୍ତୀକରଣ ନାଁରେ ନବୀନ ନିବାସ ସାମ୍‌ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆଙ୍କ ସମାନ ପରିମାଣର ଜମିକୁ ଅଦଳବଦଳ କରିବା ସର୍ତରେ ପ୍ରସ୍ତାବ ଦିଆଯାଇଥିଲା। ସେହିବର୍ଷ ଅକ୍ଟୋବର ୭ ତାରିଖରେ ଏ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପାରିତ କରିବାକୁ ଲିଖିତ ପ୍ରସ୍ତାବ ଦିଆଯାଇଥିଲା। ଶେଷରେ ଅକ୍ଟୋବର ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ଓଡିଶା ସରକାରଙ୍କ ପ୍ରସ୍ତାବକୁ ସ୍ବୀକୃତି ଦେଲେ। ଏ ସ˚ପର୍କରେ ୧୦ ଏପ୍ରିଲ୍‌ ୨୦୧୭ରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା।

ଏହି ରାଜିନାମା ଅନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡେସିମିଲ୍‌ ଜମି ଦେଲେ। ଏହାର ପ୍ରତିବଦଳରେ ସାଧାରଣ ପ୍ରଶାସନ ବିଭାଗ ଦୁଇଟି ପ୍ଲଟ ଯଥା: ୪୯୫/୧୬୬୪ (ଆଂଶିକ) ଏକର ୦.୩୦୭ ଡେସିମିଲ୍‌ ଓ ପ୍ଲଟ ନ˚ ୪୯୩ (ଆଂଶିକ) ୧ ଏକର ୨୯୩ ଡେସିମିଲ୍‌, ଭୀମପୁର ମୌଜା, ଭୁବନେଶ୍ବରକୁ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲା। ଏହି ଜମିକୁ ରାସ୍ତା ଚଉଡ଼ା ଆଳରେ ନବୀନ ନିବାସ ସାମ୍‌ନା ରାସ୍ତାକୁ କବ୍‌ଜା କରି ଘେରାଗଲା। ସୁରକ୍ଷା ଆଳରେ ସେହି ରାସ୍ତାକୁ ବନ୍ଦ କରି ରଖାଗଲା। ନବୀନ ନିବାସ ଭଳି ଏକ ଘରୋଇ ଜାଗା ପାଇଁ ସରକାର ନିଜ ଖାତାରୁ ୧ ଏକର ୬୦୦ ଡେସିମିଲ୍‌ ଜାଗା ପ୍ରଦାନ କରାଯିବା ମୁଖ୍ୟମନ୍ତ୍ରୀଙ୍କ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ବୋଲି ସେ ଅଭି‌େଯାଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର