ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୁଜୁରାଟ ଗସ୍ତ କରୁଥିବା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓଡ଼ିଶା ଆସୁଛନ୍ତି। ରୂପାନୀ ରାଫେଲ କିଣା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କ ଉତ୍ତର ରଖିବେ।
ନିଜର ଗସ୍ତକାଳରେ ନବୀନ ଗୁଜୁରାଟରେ ରହୁଥିବା ଓଡ଼ିଆ ସଂପ୍ରଦାୟର ଲୋକଙ୍କୁ ଭେଟି ଏକ ଓଡ଼ିଆ ମହୋତ୍ସବରେ ଯୋଗଦେବେ। ନବୀନ ଶନିବାର ସୁରଟରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଚିଠି ଲେଖିଛନ୍ତି। ପ୍ରାୟ ୭ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଏକର ଜମି ଯୋଗାଇବାକୁ ଚିଠି ଲେଖିଛନ୍ତି। ଜମି ପାଇଁ ନବୀନ ଗୁଜୁରାଟ ସରକାରଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/nr.jpg)