ଆମେ ହିଁ ଜିତିବୁ: ନବୀନଙ୍କ ଦମ୍ଭୋକ୍ତି

ପ୍ରଶ୍ନ କଲେ ନିରଞ୍ଜନ, ଦଳଡିଆଁ ଭିନ୍ନ ସଙ୍କେତ ଦେଉଛି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ପୂର୍ବ ତୁଳନାରେ କିଛିଟା ସଫଳତା ପରେ ବିେଜପି ରାଜ୍ୟବାସୀଙ୍କ ସାମ୍ନାରେ ମିସନ ୧୨୦+ର ସ୍ବପ୍ନ ରଖିଛି। ଖୋଦ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ଘୋଷଣା କରିଥିଲେ।

ରାଜ୍ୟ ନେତୃତ୍ବ ପରିବର୍ତନ ଓ ସୀମାନ୍ତବର୍ତୀ ଛତିଶଗଡ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ ନିର୍ବାଚନ ଫଳାଫଳ ପରେ ଓଡ଼ିଶା କଂଗ୍ରେସ ନେତାମାନେ ବି ଆଶାବାଦୀ ଯେ ଜନମତ ତାଙ୍କ ଆଡକୁ ଢଳିପାରେ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଫଳାଫଳ ନେଇ କର୍ମୀଙ୍କ ମନରେ ଆଶା ସୃଷ୍ଟି କରିଛନ୍ତି। ଦୃଢ ମତ ରଖିଛନ୍ତି, ତାଙ୍କ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ବେଶ ସଫଳତାର ସହ ଚାଲିଛି। ସେ ଦୃଢ ନିଶ୍ଚିତ େଯ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ନବୀନଙ୍କ ଏଭଳି ଟିପ୍ପଣୀ ଦଳୀୟ େନତାଙ୍କ ଆତ୍ମବିଶ୍ବାସ ବଢାଇବାରେ ସାହାଯ୍ୟ କରିଥାଇପାରେ। ହେଲେ ରାଜ୍ୟ ରାଜନୀତିରେ ନିର୍ବାଚନ ଫଳାଫଳ ତର୍ଜମା ପାଇଁ ଖୋରାକ ଯୋଗାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତତ୍କାଳ ପ୍ରଶ୍ନ ଉଠାଇବା ସହିତ କଡ଼ା ସମାେଲାଚନା କରିଛନ୍ତି। କହିଛନ୍ତି, କଂଗ୍ରେସରୁ ଏବେ ବିଧାୟକ ଓ ନେତାଙ୍କୁ ନେଇ ନବୀନ ନିଜ ଦଳରେ ମିଶାଉଛନ୍ତି। ଏହା ହିଁ ସୂଚାଉଛି େଯ ନବୀନ ପୁଣି ଥରେ ଜିତିବା େନଇ ତାଙ୍କର ଆତ୍ମବିଶ୍ବାସ ନାହିଁ। କେବଳ ସେତିକି ନୁହେଁ, ନିରଞ୍ଜନ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭାକୁ ନ ଆସିବା ପାଇଁ ସରକାର ପକ୍ଷରୁ ଯେତେ ପ୍ରକାରର ବାଧାବିଘ୍ନ ସୃଷ୍ଟି କରିବା କଥା ତାହା କରାଯାଉଛି। ସରକାରୀ ଏଜେଣ୍ଟ ସାଜି ଆରଟିଓ ଓ ଜିଲ୍ଲାପାଳ ଯେତେ ଘରୋଇ ଗାଡି ଅଛି ସବୁ ରିକ୍ୟୁଜିସନ କରିନେଇଛନ୍ତି। ଯେମିତି କଂଗ୍ରେସ ଲୋକେ ରାହୁଲ ଗାନ୍ଧୀଙ୍କ ସଭାକୁ ଆସିପାରିବେ ନାହିଁ। ସେ ନିଜକୁ ଏତେ ଦୁର୍ବଳ କାହିଁକି ଭାବୁଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିେଜପି କୌଣସି ପ୍ରତିକ୍ରିୟା ରଖିନାହିଁ।

ଅନ୍ୟପକ୍ଷରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ବିଶ୍ବାସ ଯେ କେଉଁ ନିର୍ବାଚନମଣ୍ଡଳୀରୁ କାହାକୁ ପ୍ରାର୍ଥୀ କରାଯିବ େସ େନଇ ବିେଜପି ଓ କଂଗ୍ରେସ ଶିବିରରେ ମାନସମନ୍ଥନ ଚାଲିଛି। ଏମିତି ସମୟରେ ଜଣେ କି ଦୁଇଜଣ ନୁହେଁ, େଗାଟିଏ େଗାଟିଏ ନିର୍ବାଚନମଣ୍ଡଳୀରେ ପାଞ୍ଚରୁ ସାତ ଜଣ େଲଖାଏଁ ଆଶାୟୀ ବିେଜଡି ଟିକେଟକୁ ଆଖେଇଛନ୍ତି। ଏହାସତ୍ତ୍ବେ ବିେରାଧୀ ଦଳର ନେତାମାନେ ବିେଜଡି ପ୍ରତି ଆକର୍ଷିତ େହବା ଅର୍ଥ ସେମାେନ ତାଙ୍କ ଦଳ ଚିହ୍ନରେ ଜିତିବେ, ଏ ବିଶ୍ବାସ ରଖିପାରୁନାହାନ୍ତି। ଅର୍ଥାତ୍ ବିେଜଡି ଜିତିବ, ଏମିିତି ସଙ୍କେତ ବିେରାଧୀ ଦଳର େନତାମାନଙ୍କ ଦଳ ଡିଆଁରୁ ମିଳୁଛି।

ଏହି ମହଲର ଆହୁରି ଯୁକ୍ତି େହଉଛି, ପଞ୍ଚାୟତ ନିର୍ବାଚନ ପରେ ବିେଜଡିର ଜୟଯାତ୍ରାକୁ ନେଇ ଯେଉଁ ଦ୍ବନ୍ଦ୍ବ ସୃଷ୍ଟି େହାଇଥିଲା, ତାହା ଆଜି ଦିନରେ ନାହିଁ। ତା ପରଠାରୁ ସବୁ ନିର୍ବାଚନରେ ଦଳ ଜିତିଛି ଓ ବିେରାଧୀ ପାଖାପାଖି ସ୍ଥିତିରେ ବି ରହିପାରିନାହାନ୍ତି। ନବୀନ ଜାତୀୟସ୍ତରରେ ପତିଆରା ବଢାଇଛନ୍ତି ଓ ରାଜ୍ୟରେ ବି। ବରଂ ଯାଜପୁର ଜିଲ୍ଲାରେ େଯଉଁ ଅଞ୍ଚଳକୁ େଖାଦ ଅମିତ ଶାହ ଗସ୍ତ କରିଥିଲେ, ସେଠାରେ ଏକ ଉପନିର୍ବାଚନରେ ବିେଜପି ପରାଜୟ ମୁହଁ ଦେଖିଛି। ଗଞ୍ଜାମ ଜିଲ୍ଲାରେ ଯାହା ଘରେ ଖାଇଥିଲେ, ସେ ବିେଜଡିରେ େଯାଗ େଦଇଛନ୍ତି।

କୌତୂହଳର କଥା ହେଲା, େଖାଦ୍ େକନ୍ଦ୍ରୀୟ େନତୃତ୍ବର ହାବଭାବ ବି ନବୀନଙ୍କ ଦୃଢୋକ୍ତି ସପକ୍ଷରେ ସଙ୍କେତ ଦେଉଛି। ତିନି ତିନି ଥର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ େହଁ, ତାଙ୍କ ସ୍ବର ଦଳୀୟ େନତାଙ୍କ ସ୍ବର ସହିତ ମିଶିନଥିଲା। ସେପଟେ ପଞ୍ଚଦଶ ଅର୍ଥ କମିସନ, ନୀତି ଆେୟାଗ ପ୍ରମୁଖ ରାଜ୍ୟ ସରକାରଙ୍କ େଯାଜନାକୁ ପ୍ରଶଂସା କରି ସାର୍ଟିଫିକେଟ ଦେଇଛନ୍ତି। ଦୁର୍ନୀତି, ପିସି କାରବାର ନେଇ ରାଜ୍ୟ ବିଜେପି େନତା ଓ େଖାଦ୍ ପ୍ରଧାନମନ୍ତ୍ରୀ ଏକଦା ଟିପ୍ପଣୀ େଦଇଥିବା ବେଳେ ତାଙ୍କରି େନତୃତ୍ବାଧୀନ େକନ୍ଦ୍ର ସରକାର ଓଡ଼ିଶାର ପୂର୍ତ ବିଭାଗକୁ ସାର୍ଟିଫିକେଟ ଧରାଇଛନ୍ତି। ସର୍ବୋପରି ଏବେ ନିକଟରେ େହାଇଥିବା ଏକ ଜାତୀୟ ସର୍ଭେ ରିେପାର୍ଟରେ ନବୀନଙ୍କ ସପକ୍ଷରେ ଓଡ଼ିଶାର ନିର୍ବାଚନ ଯାଇପାରେ େବାଲି କୁହାଯାଇଛି। େଡକାନ୍ କ୍ରୋନିକଲ୍ ସର୍ଭେ ରିେପାର୍ଟରେ ବିଜେଡି ୧୮ଟି େଲାକସଭା ଆସନରେ ଜିତିବ େବାଲି କୁହାଯାଇଛି। ନବୀନ ସବୁଠାରୁ େଲାକପ୍ରିୟ ନେତା ଓ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ନିର୍ବାଚନ ଲଢିଲେ ମଧ୍ୟ ବିେଜଡି ଫଳାଫଳକୁ ଏହା ଯଥେଷ୍ଟ କ୍ଷତି ପହଞ୍ଚାଇପାରିବ ନାହିଁ େବାଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର