ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ ନାହିଁ ନବୀନ

ଭୁବନେଶ୍ୱର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ନବ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ ଆରମ୍ଭ ହେବ । ଏଥିରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ତେଣୁ ମୋଦୀଙ୍କ  ଶପଥ ଗ୍ରହରଣ ଉତ୍ସବରେ ସେ ଯୋଗ ଦେଇ ପାରିବେ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏବଂ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କୁ ଜଣାଇଛନ୍ତି ।

ପ୍ରକାଶଥାଉକି, ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଆସିଥିଲା । ସେହିପରି ନବୀନ ମଧ୍ୟ ଆଜି ତାଙ୍କର ଶପଥ ଗ୍ରହଣ ଛତ୍ସବରେ ଯୋଗ ଦେବା ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଏଥିରେ ଶ୍ରୀ ମୋଦୀ ଯୋଗ ଦେଇ ନଥିଲେ ।

The Samikhsya

ରାଜ୍ୟ ବିଧାନସଭା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ‘ପ୍ରୋଟେମ୍‌ ସ୍ପିକର’ ଅସ୍ଥାୟୀ ବାଚସ୍ପତି ଭାବେ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ।

ସମ୍ବନ୍ଧିତ ଖବର