କେନ୍ଦ୍ରାପଡ଼ାରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍ : ଲୋକସଭାରେ ୩୩% ମହିଳା ପ୍ରାର୍ଥୀ

କେଉଁ ୭ ଆସନରେ ମହିଳା ପ୍ରାର୍ଥୀ?, ଅନୁଭବ ଓ ସୁଜାତାଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା/ଭୁବନେଶ୍ବର : ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିବାର କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜନୀତି ଦୃଷ୍ଟିରୁ ସବୁଠାରୁ ସମ୍ବେଦନଶୀଳ ତଥା ବିଜୁ ବାବୁଙ୍କ କର୍ମଭୂମି ବୋଲି କୁହାଯାଉଥିବା କେନ୍ଦ୍ରାପଡାର ବାରୁଅ ସିଦ୍ଧବଟ ପଡ଼ିଆ ଠାରେ ଆେୟାଜିତ ଏକ ସଭାେର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ‌ଯେ ଏଥର ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ। ଅର୍ଥାତ୍ ୭ଟି ଆସନରୁ ବିେଜଡି ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଆଜି ପରୋକ୍ଷରେ ସୂଚାଇ ଦେଇଛି। ସଂପ୍ରତି ବିେଜଡିର ତିନି ଜଣ ମହିଳା ସାଂସଦ ଅର୍ଥାତ୍ ନୟାଗଡରୁ ପ୍ରତ୍ୟୁଷା ରାଜେଶ୍ବରୀ, ଯାଜପୁରରୁ ରୀତା ତରାଇ ଓ କେନ୍ଦୁଝରରୁ ଶକୁନ୍ତଳା ଲାଗୁରୀ ପ୍ରତିନିଧିତ୍ବ କରୁଛନ୍ତି।

ନବୀନଙ୍କ ଏହି େଘାଷଣା ପରେ େକଉଁ ୭ଟି ଆସନରୁ ମହିଳା ପ୍ରତିନିଧିତ୍ବ କରିବେ, କେଉଁମାନଙ୍କୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏତେ ବଡ଼ େଖଳ େଖଳିଛନ୍ତି, େସ େନଇ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଠାରୁ ଆରମ୍ଭ କରି ଉଭୟ ଶାସକ ଏବଂ ବିେରାଧୀ ଦଳର କର୍ମୀଙ୍କ ଯାଏ ସବୁଆଡେ କଳ୍ପନାଜଳ୍ପନା ଆରମ୍ଭ େହାଇଯାଇଛି। କେବଳ ସେତିକି ନୁେହଁ, ନିର୍ବାଚନ ପାଇଁ ପ୍ରଥମ େଗାଟିଚାଳନାରେ ମୁଖ୍ୟମନ୍ତ୍ରୀ ମହିଳା କାର୍ଡ େଖଳି ବିେରାଧୀଙ୍କୁ ମାତ୍ ଦେବାକୁ ଉଦ୍ୟମ କରିଛନ୍ତି।

ଗତବର୍ଷ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ େନଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସଂକଳ୍ପ ଆଣିଥିେଲ ଓ ସବୁ ଜାତୀୟ ଦଳ, ଆଞ୍ଚଳିକ ଦଳ ଓ ସମସ୍ତ ରାଜ୍ୟ ଏବଂ େକନ୍ଦ୍ର ସରକାରଙ୍କୁ ଚିଠି େଲଖି ଏହା ସପକ୍ଷରେ ନ୍ୟାୟ ମାଗିଥିଲେ। କୌତୂହଳର କଥା ହେଲା, କୌଣସି ବି ରାଜନୈତିକ ଦଳ ଏହାକୁ ବିେରାଧ କରିନଥିଲେ ବରଂ ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ। ହେଲେ ନବୀନ ସମସ୍ତଙ୍କୁ ପଛରେ ପକାଇ ଏହି େଖଳରେ ପୁଣି େଗାଟିଏ ପାଦ ଆଗକୁ ଯାଇଛନ୍ତି। ତେବେ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ସଂପର୍କରେ କୌଣସି େଘାଷଣା କରାଯାଇନାହିଁ।

ଅନ୍ୟପକ୍ଷରେ କେନ୍ଦ୍ରାପଡା ମିସନ ଶକ୍ତି ସମାେବଶରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ ମିସନ ଶକ୍ତି ଦାୟିତ୍ବରେ ଥିବା ଆଇଏଏସ୍ ଅଫିସର ସୁଜାତା କାର୍ତିକେୟନଙ୍କ ବକ୍ତବ୍ୟ ସବୁ ମହଲରେ ଚର୍ଚ୍ଚାରେ ବିଷୟ େହାଇଛି। େକନ୍ଦ୍ରାପଡାରେ ବିେଜପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ େହବେ। ଆସନ୍ତାକାଲିଠାରୁ ସେ ପ୍ରଚାର ଆରମ୍ଭ କରିବେ। ଏଭଳି ସ୍ଥିତିରେ ବିେଜଡିର ପ୍ରାର୍ଥୀ କିଏ େହବ, େସ େନଇ କଳ୍ପନାଜଳ୍ପନା ଜାରି ରହିଛି। ଠିକ୍ ଏହି ସମୟରେ ଅନୁଭବ ମହାନ୍ତି ମୁଖ୍ୟମନ୍ତ୍ରୀ ସଭାମଞ୍ଚକୁ ଚଢିବା ପୂର୍ବରୁ ଦୀର୍ଘ ୧୫ ମିନିଟ୍ ଧରି ଭାଷଣ େଦବା ଘଟଣାକୁ େକହି ହାଲୁକା ଭାବେ େନବାକୁ ଚାହୁଁନାହାନ୍ତି। ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇପାରେ େବାଲି କୁହାଯାଉଛି। ସେହିଭଳି ସୁଜାତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା େହାଇଥିବା କାରଣରୁ ତାଙ୍କୁ ମଧ୍ୟ ଆଜି ସ୍ଥାନୀୟ େଲାକେ ନିର୍ବାଚନୀ ଚର୍ଚ୍ଚା ଭିତରକୁ ଟାଣିଆଣିଛନ୍ତି।

ଆଜିର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ ଶକ୍ତି ଭବନ ନିର୍ମାଣ ପାଇଁ ୧ େକାଟି ଟଙ୍କା ମଞ୍ଜୁର କରିଥିଲେ। ପରେ ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ସାମ୍ନାକୁ ଆଣି କହିଥିଲେ, େକନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି। ବିଜୁ ବାବୁ ନବେ ଦଶକରେ ସାରା ଭାରତକୁ ବାଟ ଦେଖାଇଥିଲେ। ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ େଦଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ େଯ ୨୦୧୨ରେ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ (ବିଜେଡ଼ି ସରକାରକୁ ‘ଆପଣଙ୍କ’ ସରକାର ବୋଲି ସମ୍ବୋଧନ କରି) ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ସରକାର ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କଲେ। ଆଜି ବିଜୁ ବାବୁଙ୍କ େକନ୍ଦ୍ରାପଡା ଐତିହାସିକ ମାଟିରୁ େଘାଷଣା କରୁଛି େଯ ସଂସଦକୁ ଓଡ଼ିଶାରୁ ୩୩ ପ୍ରତିଶତ ମହିଳା ଯିବେ। ମହିଳା ସଶକ୍ତିକରଣ େକ୍ଷତ୍ରରେ ସାରା େଦଶକୁ ଓଡ଼ିଶାର ମାଆ ମାେନ ବାଟ େଦଖାଇବେ। ଯଦି ଭାରତକୁ ସାରା ବିଶ୍ବର ଅଗ୍ରଣୀ େଦଶ େହବାର ଅଛି, ଯଦି ଭାରତକୁ ଆମେରିକା ଓ ଚୀନ ପରେ ଆଗୁଆ େଦଶ େହବାର ଅଛି, ତେବେ ମହିଳା ସଶକ୍ତିକରଣ ଦ୍ବାରା ହିଁ ଏହା େହାଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ସଶକ୍ତିକରଣ େକ୍ଷତ୍ରରେ ଜାତୀୟ ଦଳମାେନ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ। ବଳଦେବଜିଉଙ୍କ ପବିତ୍ର ଭୂମି େକନ୍ଦ୍ରାପଡାରୁ ଏହି େଘାଷଣା ସାରା ଭାରତରେ ଇତିହାସ ସୃଷ୍ଟି କରିବ।

ଏହି ଅବସରରେ ମାଛ ଚାଷ କରୁଥିବା କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ବ୍ଲକ୍‌ସ୍ତରୀୟ ମହାସଂଘ ମାନଙ୍କୁ ବି ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ମହିଳା ସ୍ୱୟଂସହାୟିକା ଗୋଷ୍ଠୀଗୁଡ଼ିକୁ ୧୫ ହଜାର ଟଙ୍କା ଲେଖାଁ ସିଡ୍ ମନି ଓ ୩ ହଜାର ଟଙ୍କା ଲେଖାଁଏ ମୋବାଇଲ କିଣିବାକୁ ସହାୟତା ଦିଆଯାଇଥିଲା। ଏହି ସଭାରେ କଟକ ଜିଲ୍ଲାର ୪ଟି ଓ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକର ମହିଳାମାେନ େଯାଗ ଦେଇଥିଲେ।

ସଭାମଞ୍ଚ ତଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସାହୁ, ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ଏପିକଲ ଅଧ୍ୟକ୍ଷ କୃତିବାସ ପାତ୍ର, ଜିଳ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ, ଯୁବ ନେତା ରାଜେଶ ଦାସ, ଇଂ ମୂରଲୀଧର ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର