ଜନ୍ମଦିନରେ ନବୀନଙ୍କ ଭେଟି : ଫୁଲବାଣୀରେ ହେବ ମେଡିକାଲ କଲେଜ

ସବୁ ଅବିଭକ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ, ଡିସେମ୍ବର ପହିଲା ସୁଦ୍ଧା ଆଉ ପାଞ୍ଚଟି ବିଭାଗ ସାମିଲ ହେବେ, ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ ମୋ ସରକାର’

ଭୁବନେଶ୍ବର : ନିଜ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ େଭଟି େଦଇଛନ୍ତି। ଆଜି େଲାକସେବା ଭବନରେ ମୁଖ୍ୟମନ୍ତ୍ରୀ େଘାଷଣା କରିଛନ୍ତି େଯ ସବୁ ଅବିଭକ୍ତ ଜିଲ୍ଲାରେ େଗାଟିଏ େଲଖାଏଁ େମଡିକାଲ କଲେଜ ସରକାର ନିଶ୍ଚିତ ଭାବେ କରିବେ। ଅର୍ଥାତ୍ ଓଡ଼ିଶାରେ ୧୩ଟି େମଡିକାଲ କଲେଜ କରାଯିବା େନଇ ସରକାର ନୀତିଗତ ନିଷ୍ପତ୍ତି େନଇଥିବା ନବୀନ ସୂଚାଇଛନ୍ତି। ଏହି କ୍ରମରେ ଫୁଲବାଣୀରେ ଏକ େମଡିକାଲ କଲେଜ କରାଯିବ ବୋଲି ମୁଖ୍ୟମନ୍ତ୍ରୀ େଘାଷଣା କରିଛନ୍ତି। ଏହା ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ହିଁ ହେବ। ଏଥିପାଇଁ ଏହାର ଶଯ୍ୟା ସଂଖ୍ୟାକୁ ୫୦୦କୁ ବୃଦ୍ଧି କରାଯାଇଛି।

‘ମୋ ସରକାର’ ଟିମ୍‌ ଦ୍ବିତୀୟ ପର୍ଯ୍ୟାୟରେ ୬ଟି ଜିଲ୍ଲା ଗସ୍ତରେ ଯାଇ ଯେଉଁ ରିପୋର୍ଟ ଦେଇଥିଲେ ତାହା ଆଧାରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ସୂଚନା ଦେଇଛନ୍ତି। ଏହାସହିତ ସରକାରଙ୍କ ପକ୍ଷରୁ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ େଘାଷଣା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମଗୃହ କରାଯିବ। ପ୍ରତି ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ସହାୟତା, ରକ୍ତଦାନ ପାଇଁ ପ୍ରୋତ୍ସାହନ ଯୋଗାଇବାକୁ ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପୁଲିସ ଏସପିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବୌଦ୍ଧରେ ଥିବା ଜେଲ୍ ବିଭାଗର ଜମିକୁ ମାସକ ମଧ୍ୟରେ ହସ୍ତାନ୍ତର କରାଯାଇ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ ନିର୍ମାଣ କରାଯିବ। ହରଭଙ୍ଗା ବ୍ଲକରେ କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପଠାଯିବ। ବୌଦ୍ଧ ଜିଲ୍ଲା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ।

ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ବେଡ୍ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ। ସେଠାରେ ୧୦୦ ଶଯ୍ୟା ପାଇଁ ଅତିରିକ୍ତ ଭାବେ ନୂଆ କୋଠା ନିର୍ମାଣ େହବ। ୨ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ।

କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ଆଉ ୧୦୦ଶଯ୍ୟା ପାଇଁ ନୂଆ କୋଠା ନିର୍ମାଣ ସହ ୩ଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡ଼ି ପ୍ରଦାନ କରାଯିବ। ରାୟଗଡ଼ା ଜିଲ୍ଲାର କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାନୀୟ ଜଳ ଯୋଗାଣ ଓ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ କରାଯିବ। ୪ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଜିଲ୍ଲା ହସ୍ପିଟାଲକୁ ଦିଆଯିବ।

ନୂଆପଡ଼ା ଜିଲ୍ଲା ହସ୍ପିଟାଲକୁ ୨ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ େଲାକଙ୍କ ଉତ୍ସାହପୂର୍ଣ୍ଣ ମତାମତକୁ ଦେଖି ‘େମା ସରକାର’ ଜାରି ରଖାଯିବାକୁ ନିଷ୍ପତ୍ତି େହାଇଛି। ଏହା ଅନ୍ୟ ବିଭାଗ େକ୍ଷତ୍ରରେ ବି ଆଗକୁ ଲାଗୁ କରାଯିବ। ବ୍ୟବସ୍ଥାକୁ ଅଧିକ ସଶକ୍ତୀକରଣ ପାଇଁ ଏହା ଏକ ପଦକ୍ଷେପ, ଯାହାକୁ ଭବିଷ୍ୟତରେ ଆଉ ଅଧିକ ସଶକ୍ତ କରାଯିବ। ଡିସେମ୍ବର ପହିଲା ସୁଦ୍ଧା ପାଞ୍ଚଟି ଓ ୨୦୨୦ ମାର୍ଚ୍ଚ ସୁଦ୍ଧା ଅନ୍ୟ ସବୁ ବିଭାଗରେ ବି ‘େମା ସରକାର’ କାର୍ଯ୍ୟକାରୀ ହେବ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର, ବାରିପଦା, ବଲାଙ୍ଗୀର, େକାରାପୁଟରେ େମଡିକାଲ କଲେଜ କାର୍ଯ୍ୟକାରୀ ହେଲାଣି। ପୁରୀରେ ଆସନ୍ତା ଶିକ୍ଷାବର୍ଷରେ ନାମ ଲେଖା ହେବ। କେନ୍ଦୁଝରରେ ମେଡିକାଲ କଲେଜ େଘାଷଣା ସରିଥିଲା। ଏହାବ୍ୟତୀତ ୪ଟି େମଡିକାଲ କଲେଜ ଘରୋଇ ଭିତ୍ତିରେ ଚାଲିଛି। ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଏମସିଏଲ୍ ଓ ଏନଟିପିସି ସୁନ୍ଦରଗଡରେ ମେଡିକାଲ କଲେଜ କରୁଛନ୍ତି।

ସମ୍ବନ୍ଧିତ ଖବର