ବିଜେଡି ସଂପାଦକ ଓ ଯୁଗ୍ମ ସଂପାଦକ ତାଲିକା ପ୍ରକାଶ : ଯୁବ ନେତାଙ୍କୁ ସଂଗଠନରେ ମିଳିଲା ଗୁରୁତ୍ବ

ଏକାଥରକେ ୮୬ ନେତାଙ୍କୁ ଦାୟିତ୍ବ ଦେଲେ ନବୀନ, ସୁଶାନ୍ତ ଭୁବନେଶ୍ୱର ବିଜେଡି ସଭାପତି

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସଂପାଦକ ଓ ଯୁଗ୍ମ ସଂପାଦକ ତାଲିକା ଜାରି କରିଛନ୍ତି। ଏଥିରେ ୮୬ ଜଣ ନେତାଙ୍କୁ ସାମିଲ କରାଯାଇଛି। ସଂପାଦକ ଭାବେ ୪୫ ଓ ଯୁଗ୍ମ ସଂପାଦକ ତାଲିକାରେ ୪୧ ଜଣଙ୍କ ନାମ ରହିଛି। ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏ ସଂକ୍ରାନ୍ତରେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥର ପ୍ରଥମ ଥର ପାଇଁ ସଂପାଦକ ଓ ଯୁଗ୍ମ ସଂପାଦକମାନଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟନ କରାଯାଇଛି। ଯୁବ ନେତାଙ୍କୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ ଉପସଭାପତି,ସାଧାରଣ ସଂପାଦକ କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯାଇଥିଲା।

ସଂପାଦକ ତାଲିକାରେ କିଶୋର ଚନ୍ଦ୍ର ତରାଇ ଓ ସଂଘମିତ୍ରା ଦଳେଇ ( ଅନୁସୂଚିତ ଜାତି ସଶକ୍ତିକରଣ), ଅନୁଭବ ପଟ୍ଟନାୟକ, କେ ଶାନ୍ତି, ବିଷ୍ଣୁ ପ୍ରିୟା ଦାସ (ମହିଳା ସଶକ୍ତିକରଣ), ଅମରେଶ ପତ୍ରୀ, ରଣଜିତ୍ ମହାପାତ୍ର (ଯୁବ ବ୍ୟାପାର), ଅମରଜିତ୍ ସେନାପତି, ମନ୍ଦାକିନୀ କର, ବିଶ୍ବଜିତ ସାମନ୍ତରାୟ (ଛାତ୍ର ବ୍ୟାପାର), ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ୍ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନି (ସଶକ୍ତ ଓଡ଼ିଶା)ଙ୍କୁ ସ୍ଥାନ ମିଳିଛି। ସେହିଭଳି ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶି ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଲୋ (କଳା, ସଂସ୍କୃତି ଓ ମାନବସମ୍ବଳ), ସେକ୍ ନିଜାମୁଦ୍ଦିନ୍, ମହମ୍ମଦ ସକିଲ୍ (ସଂଖ୍ୟାଲଘୁ ବ୍ୟାପାର), ଭୁବନେଶ୍ବର କିଷାନ, ଭାରତୀ ସିଂ, କୃଷ୍ଣଚନ୍ଦ୍ର ଦାସ (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ସୁବାସ ପାତ୍ର, ଦୁର୍ଗା ସମାନ୍ତରାୟ, ଅଜୟ ନାୟକ, ଶିଶିର ପରିଜା, ମୀରା ପରିଡା (ମୋ ପରିବାର)ଙ୍କ ନାମ ମଧ୍ୟ ଏଥିରେ ରହିଛି। ସଭାପତି ସଂପାଦକ ତାଲିକାରେ ପୁଷ୍ପେନ୍ଦ୍ର ସିଂହଦେଓ, ଜଗଦିଶ ପାତ୍ର, ସରୋଜ କାନ୍ତ, ଟି ପ୍ରସାଦ ରାଓ ଦୋରା (ସାମାଜିକ କଲ୍ୟାଣ), ସ୍ବାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷ ବର୍ଧନ ସିଂହଦେଓ, ରଂଜିତ ସାହୁ (ଆଞ୍ଚଳିକ ବିକାଶ) ଓ ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋୟଲ ଓ ଚନ୍ଦ୍ରକାନ୍ତ ସାମଲ (ପରିବେଶ)ଙ୍କୁ ମଧ୍ୟ ଅବସ୍ଥାପିତ କରିଛନ୍ତି।

ଅନ୍ୟପକ୍ଷରେ ଯୁଗ୍ମ ସଂପାଦକ ତାଲିକାରେ ସଂଜୟ ବାବୁ, କୈଳାଶ ରଣା, ରାଜକମଳ ଜେନା (ସଶକ୍ତ ଓଡ଼ିଶା), ସଂଜିତ ମହାନ୍ତି, ଧର୍ମେନ୍ଦ୍ର ଅଧିକାରୀ, ହିମାଂଶୁ ଦାସ, ଜ୍ଞାନଗିରି ଗୋସ୍ବାମୀ, ରାଜେଶ ପଣ୍ଡା (ପରିବେଶ), ଏମ୍ ଧନଞ୍ଜୟ ରେଡ୍ଡି (ଯୁବ ବ୍ୟାପାର), ସନ୍ତୋଷ ବେଜ, ଜଗନ୍ନାଥ ଦାସ (କଳା, ସଂସ୍କୃତି ଏବଂ ମାନବସମ୍ବଳ)ରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ତାଲିକାରେ ସମୀର ପ୍ରଧାନ, ରଂଜିତ ରାୟ, ରୁଦ୍ର ସାମନ୍ତରାୟ ଓ ଦୀପ୍ତିକାନ୍ତ ପରିଜା (ଓଡ଼ିଶା ମୋ ପରିବାର), ଦେବାଶିଷ ସିଟ୍, ଦିଲ୍ଲୀପ ଧୁରିଆ (ଅନୁସୂଚିତ ଜାତି ସଶକ୍ତିକରଣ), ଜ୍ୟୋତିରଂଜନ ରଣା (ଯୁବ ବ୍ୟାପାର), ପୃଥ୍ବୀରାଜ ସାହୁ, ଚକ୍ରଧର ହେମ୍ବ୍ରମ୍ ( ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ଡେଜାଲିନ୍ ମହାପାତ୍ର, ସ୍ବରାଜ ଲକ୍ଷ୍ମୀ ସାମଲ, ସଂଘମିତ୍ରିା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ (ମହିଳା ସଶକ୍ତିକରଣ), ରିଜଵାନା ବେଗମ୍, ଜାକିର୍ ଖାନ୍‌ (ସଂଖ୍ୟାଲଘୁ), ପ୍ରଦୀପ ବିଶୋଇ, ଅଶୋକ ସାହୁ, ସତ୍ୟରଂଜନ ଦାସ ଗତିକୃଷ୍ଣ ନନ୍ଦ, କିଶୋର ନାୟକ (ସମାଜ କଲ୍ୟାଣ), ଅବନି ରଂଜନ ଯୋଶୀ, ପ୍ରଶାନ୍ତ ନାୟକ, ତୁମ୍ବନାଥ ପଣ୍ଡା, ପୁଲକ ମହାନ୍ତି (ଆଞ୍ଚଳିକ ବିକାଶ), ରାକେଶ ରାମ, ହରିଶଙ୍କର ରାଉତ, ତନ୍ମୟ ସ୍ବାଇଁ (ଛାତ୍ର ବ୍ୟାପାର) ସ୍ଥାନ ପାଇଛନ୍ତି।

ସୁଶାନ୍ତ ଭୁବନେଶ୍ୱର ବିଜେଡି ସଭାପତି
ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜିଲ୍ଲା ସଂଗଠନ ସଭାପତି ଭାବେ ବିଧାୟକ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ସୁପକାରଙ୍କୁ ଅବସ୍ଥାପିତ କରାଯାଇଛି। ବି଼ଜେଡି ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଏକ ପ୍ରେସ ଇସ୍ତାହାରରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର