ଓପିଟିସିଏଲ୍‌ରେ ନିଯୁକ୍ତି ପାଇଲେ ୯୨ ଇଂଜିନିୟର

ଭୁବନେଶ୍ବର : ଆଜି ଓପିଟିସିଏଲରେ ୯୨ ଜଣ ଇଂଜିନିୟର ନିଯୁକ୍ତି ପାଇଛନ୍ତି। ଜୟଦେବଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂଜିନିୟରମାନଙ୍କୁ ନିଯୁକ୍ତପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଥ୍ରିଟି ମନ୍ତ୍ର ପଢ଼ାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ରାଜ୍ୟ ଶକ୍ତି ବିଭାଗରେ ନୂଆ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଓପିଟିସିଏଲ ସବୁଠାରେ ଆଗରେ ରହିଛି। ୨୦୧୦ ମସିହାରୁ ଓପିଟିସିଏଲ ୧୭୫୨ ଜଣଙ୍କୁ ନିଯୁକ୍ତି ଦେଇ ସାରିଲାଣି। ଏହା ଛଡ଼ା ଓପିଟିସିଏଲ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାମ ସବୁ ହାତକୁ ନେଇଛି। ‘ଆମ ଘରେ ଏଲ୍‌ଇଡି’ ଓପିଟିସଏଲର ସବୁଠାରୁ ସଫଳ ପ୍ରକଳ୍ପ ଅଟେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବ ନିଯୁକ୍ତ ଇଜଂନିୟରମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଏକାଠି ହୋଇ କାମ କରିବାର କୌଣସି ବିକଳ୍ପ ନାହିଁ। ରାଜ୍ୟବାସୀଙ୍କ ପାଇଁ ସମସ୍ତେ ସ୍ବଚ୍ଛତାର ସହିତ କଠୋର ପରିଶ୍ରମ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର