ଭୁବନେଶ୍ୱର : ରାଜ୍ୟର ଜନଜାତି ଅଧ୍ୟୁଷିତ ଓ ପଛୁଆ ଅଞ୍ଚଳରେ ୧୧ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ବିକାଶ କରିବେ ସରକାର। ଏଥି ପାଇଁ ଆଜି ୧୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସଚିବାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଏହି ଅର୍ଥ ମଞ୍ଜୁର କରିଥିଲେ। ଏହି ୧୧ଟି କଲେଜ ୫୦ ବର୍ଷରୁ ଅଧିକ ପୁରୁଣା।
କଲେଜଗୁଡ଼ିକ ହେଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ, ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ କଲେଜ, କେନ୍ଦୁଝର ଜିଲ୍ଲା ଚମ୍ପୁଆର ଚନ୍ଦ୍ରଶେଖରପୁର କଲେଜ ଓ ଆନନ୍ଦପୁର କଲେଜ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସ୍ୱୟଂଶାସିତ କଲେଜ, ବାଲେଶ୍ୱର ଜିଲ୍ଲାର ନୀଳଗିରି କଲେଜ, ମାଲକାନଗିରି ଜିଲ୍ଲାର ମାଲକାନଗିରି କଲେଜ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର କଲେଜ, ରାୟଗଡ଼ା ଜିଲ୍ଲାର ଗୁଣୁପୁର କଲେଜ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଆଦିବାସୀ କଲେଜ ଓ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜ। ପ୍ରତିଟି କଲେଜ ପାଇଁ ଦେଢ଼ କୋଟି ମଞ୍ଜୁର ହୋଇଛି। ଏହି ଅର୍ଥରେ ଏହିସବୁ କଲେଜରେ ସରକାରୀ କଲେଜ ପରି ଭିତ୍ତିଭୂମି ସୁବିଧା ମିଳିବ ଓ ଗୁଣାତ୍ମକ ଶିକ୍ଷା ପାଇଁ ଭଲ ପରିବେଶ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/naveen.jpg)