ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୬୬ ପଞ୍ଚାୟତ ପାଇଁ ୧୪୭୩ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୯ଟି ବ୍ଲକ୍‌ର ୧୬୬ ପଞ୍ଚାୟତ ପାଇଁ ୧୪୭୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ଭଟଲୀ, ରାୟଗଡ଼ା ଜିଲ୍ଲାର ପଦ୍ମପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କଟକ ଜିଲ୍ଲାର ସାଲେପୁର, ଅନୁଗୁଳ ଜିଲ୍ଲାର ତାଳଚେର, କଳାହାଣ୍ଡି ଜିଲ୍ଲାର ନର୍ଲା, କନ୍ଧମାଳ ଜିଲ୍ଲାର କେନୂଆଗାଁ, ମୟୂରଭଞ୍ଜ ଜିଲ୍ଲାର ସାରସକଣା ଓ ଜାମଦା ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୭ କୋଟି ଟଙ୍କା।

ଭଟଲୀ ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୨.୫୮୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ, ପଦ୍ମପୁର ବ୍ଲକ୍‌ର ୧୩ଟି ପଞ୍ଚାୟତ ପାଇଁ ୨.୪୪ କୋଟି ଟଙ୍କାରେ ୧୧୯ଟି ପ୍ରକଳ୍ପ, ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୩.୫୪୭ କୋଟି ଟଙ୍କାରେ ୧୪୪ଟି ପ୍ରକଳ୍ପ, ସାଲେପୁର ବ୍ଲକ୍‌ର ୩୫ଟି ପଞ୍ଚାୟତ ପାଇଁ ୮.୭୬୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, ତାଳଚେର ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପ, ନର୍ଲା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୪.୬୦ କୋଟି ଟଙ୍କାରେ ୨୨୧ଟି ପ୍ରକଳ୍ପ, କେନୂଆଗାଁ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩.୦୧ କୋଟି ଟଙ୍କାରେ ୮୪ଟି ପ୍ରକଳ୍ପ, ସାରସକଣା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୪.୨୦ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ ଏବଂ ଜାମଦା ବ୍ଲକ୍‌ର ୧୦ଟି ପଞ୍ଚାୟତ ପାଇଁ ୨.୨୪ କୋଟି ଟଙ୍କାରେ ୮୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୮୪ଟି ବ୍ଲକ୍‌ର ୪୦୫୪ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୩୭୩୩୧ଟି ପ୍ରକଳ୍ପ ପାଇଁ ୯୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର