ଭୋଟ ପାଇଁ ଆସୁଛନ୍ତି, ବିପଦବେଳେ?

କେନ୍ଦ୍ରାପଡା : ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ନେତାମାେନ ଘନଘନ ଗସ୍ତ କରୁଛନ୍ତି। ସଭା ମଞ୍ଚରେ ଓଡ଼ିଶା ସ୍ବାର୍ଥ କଥା ଉଠାଇ କମ୍ପନ ସୃଷ୍ଟି କରୁଛନ୍ତି। ହେଲେ ଓଡ଼ିଶା ଯେତେବେଳେ ବିପଦରେ ଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଓ ବିଜେପି ନେତାମାନେ କେଉଁଠି ଥିଲେ ବୋଲି ଆଜି ନବୀନ କେନ୍ଦ୍ରାପଡ଼ାରେ ପ୍ରଶ୍ନ କରିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ସଢୁଥିବା ବେଳେ ଏହି େନତାମାେନ କୁଆଡେଥିଲେ, ଓଡ଼ିଶା ଚରମ ବିପତ୍ତିରେ ଥିବା ବେଳେ ପ୍ରଧାନମନ୍ତ୍ରୀ କାହିଁକି ଆସିଲେ ନାହିଁ େବାଲି ପ୍ରଶ୍ନ କରି େସ ସମୟରେ େମାଦୀଙ୍କ କେଉଁ ରାଜ୍ୟ ପ୍ରତି ଦରଦ ଥିଲା, ତାହାର ପର୍ଦାଫାଶ କରିଛନ୍ତି ନବୀନ। ତଥ୍ୟ ପ୍ରମାଣ ଦେଇ ସେଦିନ, ବାର ଓ ବିପର୍ଯ୍ୟୟର ତାଲିକା ଧରାଇ ନବୀନ ଏକଥା ବି ମନେ ପକାଇଥିଲେ, ବିପଦ ସମୟରେ ସେ ନିଜେ ସମସ୍ତଙ୍କ ସୁଖଦୁଃଖରେ ଥିଲେ। ପୂର୍ବରୁ ରହିଛନ୍ତି ଓ ଆଗକୁ ବି ରହିଥିବେ।

ତଥ୍ୟ େଦଇ ନବୀନ କହିଥିଲେ, ହୁଡହୁଡ ସମୟରେ ଅର୍ଥାତ୍ ୨୦୧୪ ଅକ୍ଟୋବର ୧୪ରେ ଓଡ଼ିଶା ଛଟପଟ େହଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଆନ୍ଧ୍ର ଯାଇଥିଲେ। ୨୦୧୭ ଅଗଷ୍ଟ ୨୬ରେ େମାଦୀ ବିହାର ଯାଇଥିଲେ। ୨୦୧୭ ଜୁଲାଇ ୨୫ରେ ଗୁଜରାଟ, ୨୦୧୭ ଅଗଷ୍ଟ ୧ରେ ବନ୍ୟା େବଳେ ଆସାମକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ଓଡ଼ିଶାରେ ୨୦୧୪ ହୁଡହୁଡ ସମୟରେଲ େମାଦୀ ପାଦ ତ ପଡିଲାନି ୨୦୧୫ରେ ଭୟଙ୍କର ମରୁଡି, ୨୦୧୭ରେ ଭୟଙ୍କର ବନ୍ୟା ଓ ୨୦୧୮ ତିତିଲି ଏବଂ ତା ପରବର୍ତୀ ବନ୍ୟା ଦାଉରେ େଲାକେ ଯେତେବେଳେ କଷ୍ଟ ପାଉଥିଲେ, େମାଦୀ ସେତେବେଳେ ଓଡ଼ିଶାକୁ ଆସନଥିଲେ।

ସମ୍ବନ୍ଧିତ ଖବର