ଗାନ୍ଧୀଙ୍କ ଜନ୍ମମାଟିରୁ ଅହିଂସା କଥା କହିଲେ ନବୀନ : ସୁରଟରେ ମନ ଜିଣିବାକୁ ଉଦ୍ୟମ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁବିଧା ପାଇବେ ସୁରଟ ଓଡ଼ିଆ

କଲେଜ ଖୋଲିବ, ମିଳିବ ଓଡ଼ିଆ ପାଠ୍ୟପୁସ୍ତକ

ସୁରଟରେ ସାଂସ୍କୃତିକ କେନ୍ଦ୍ର ପାଇଁ ୧୦ କୋଟି

ମାଗଣାରେ ଚିକିତ୍ସିତ ୩୬ ଜଣଙ୍କୁ ଡିସଚାର୍ଜ ଟିକେଟ

ଭୁବନେଶ୍ବର : ସୁରଟରେ ଖୁବ୍ ଶୀଘ୍ର ଯୁକ୍ତ ଦୁଇ କଲେଜ ଖୋଲାଯିବ। ସୁରଟରେ ରହି ଓଡ଼ିଆ ପିଲାମାେନ କିଭଳି ମାଟ୍ରିକ ପରୀକ୍ଷା ଦେବେ ସେ ନେଇ ସରକାର ପଦକ୍ଷେପ ନେବେ। ଏଠାରେ ରହୁଥିବା ଓଡ଼ିଆ ପିଲାଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ସବୁଠାରୁ ବଡ଼ କଥା ହେଉଛି, ସୁରଟରେ ରହି ଓଡ଼ିଆମାେନ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇପାରିବେ।

ଏମିତି ଗୋଟିଏ ପରେ ଗୋଟିଏ ଘୋଷଣା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟରେ ବାସ କରୁଥିବା ୭ଲକ୍ଷ ଓଡ଼ିଆଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। ସୁରଟର ଆମ୍ରୋଲିଠାରେ ଆୟୋଜିତ ଓଡ଼ିଶା ଉତ୍ସବରେ େଯାଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ବେଳେ ଲକ୍ଷାଧିକ େଲାକଙ୍କ ତାଳିରେ ସ୍ଥାନୀୟ ଅଞ୍ଚଳରେ କମ୍ପନ ସୃଷ୍ଟି େହାଇଥିଲା। ନବୀନ ଆଜି ସୁରଟରେ ଗାନ୍ଧୀଜୀଙ୍କ ପ୍ରସଙ୍ଗ ଉଠାଇ ଅହିଂସା ଉପରେ ସମଗ୍ର େଦଶର ଦୃଷ୍ଟି ଆକର୍ଷଣ କରିବାର ସୁେଯାଗ ମଧ୍ୟ ଛାଡିନଥିଲେ।

ଅନ୍ୟପକ୍ଷରେ ଓଡ଼ିଶାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ େଯଭଳି ନବୀନ ପଟ୍ଟନାୟକ ସରକାରଙ୍କୁ କଟାକ୍ଷ କରିଥିଲେ, େସମିତି କିଛି େସଠାେର େଦଖିବାକୁ ମିଳିନଥିଲା। ନବୀନ ଗୁଜୁରାଟ ସରକାରଙ୍କ ସଂପର୍କରେ ଉଁ କି ଚୁଁ କିଛି ବି କହିନଥିଲେ। ହେଲେ ବିକାଶ ସଂପର୍କରେ ସୂଚାଇ ପରୋକ୍ଷରେ ରାଜ୍ୟର ବିେଜପି େନତାଙ୍କୁ ସୁରଟରୁ ତେରଛା ବାଣ ମାରିଥିଲେ। ଗତକାଲି ସରିଥିବା ବିଶ୍ବକପ୍ ସଂପର୍କରେ ମତାମତ େଲାଡିଥିଲେ।

ସ୍ଥାନୀୟ େଲାକଙ୍କ ସମସ୍ୟା ସଂପର୍କରେ ତାଙ୍କ ନିକଟରେ ଖବର ଅଛି େବାଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ େଯ ଏଠାରେ ଓଡ଼ିଆ ସାଂସ୍କୃତିକ େକନ୍ଦ୍ର ପ୍ରତିଷ୍ଠା ପାଇଁ ଜାଗା େଦବାକୁ େସ ନିଜେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖିଛନ୍ତି। ତେବେ ଏହା ପୂର୍ବରୁ ଆଜି େସ ଏହି େକନ୍ଦ୍ର ପାଇଁ ୧୦ େକାଟି ଟଙ୍କା ମଞ୍ଜୁର କରୁଛନ୍ତି। େସହିଭଳି ବ୍ରହ୍ମପୁରରୁ ସୁରଟକୁ େଟ୍ରନ ଏବଂ ଭୁବନେଶ୍ବର-ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ େନଇ େସ େକନ୍ଦ୍ର ସରକାରଙ୍କୁ ଅନୁେରାଧ କରିଛନ୍ତି।

ଜୟ ଜଗନ୍ନାଥ େବାଲି କହି ନିଜ ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ଚଳିତ ବର୍ଷ ସାରା ବିଶ୍ବ ବାପୁଜୀଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ବାପୁଙ୍କ ଗୁଜରାଟକୁ ଆସି େସ ବହୁତ ଖୁସି। ବାପୁଜୀ ଥିଲେ ଅହିଂସାର ପୂଜାରୀ। ତାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ େଦଲେ ତାହା ବାପୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ େହବ।

ଅହିଂସା ସହିତ ଶାନ୍ତି ଓ ଶାନ୍ତି ସହିତ ବିକାଶର ସଂପର୍କ ରହିଛି େବାଲି ସୂଚାଇ ନବୀନ କହିଥିଲେ, ବିକାଶ ଆଜି ଓଡ଼ିଶାର ପରିଚୟ େହାଇଛି। ଓଡ଼ିଆଙ୍କ ଦକ୍ଷତା ଆଜି ଓଡ଼ିଶାର ପରିଚୟ େହାଇଛି। କଳା, ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡ଼ିଶାର ପରିଚୟ େବାଲି କୁହାଯାଉଛି। ଓଡ଼ିଆଙ୍କ ଭଲପଣକୁ େନଇ ଚର୍ଚ୍ଚା େହଉଛି। ଓଡ଼ିଆ ଜାତି ଆତ୍ମବିଶ୍ବାସର ସହିତ ଆଗକୁ ବଢୁଛି। ଓଡ଼ିଶାର ଏହି ବିକାଶ ଓ ଗୌରବରେ ସବୁ ଓଡ଼ିଆଙ୍କର ଅବଦାନ ରହିଛି। ସୁରଟରେ ବହୁ ଓଡ଼ିଆ ରହୁଛନ୍ତି। ଉଭୟ ଓଡ଼ିଶା ଓ ଗୁଜୁରାଟ ଦୁଇ ରାଜ୍ୟର ବିକାଶରେ େସମାନଙ୍କ ଅବଦାନ ରହିଥିବା ଉପସ୍ଥିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ।

ଓଡ଼ିଆମାନଙ୍କୁ ଆୟୁଷ୍ମାନ େଯାଜନାରେ ସାମିଲ ପ୍ରସଙ୍ଗରେ ରବିବାର େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ େଯଉଁ ଅଭିେଯାଗ ଆଣିଥିଲେ, ସେ ସଂପର୍କରେ କୌଣସି ପ୍ରତି ଅଭିେଯାଗ କରିନଥିଲେ ନବୀନ। ବରଂ କହିଥିଲେ, ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା େଯଭଳି ସବୁ ଓଡ଼ିଆଙ୍କ ପାଖରେ ପହଞ୍ଚିବ, େସ େନଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି େଯାଜନାରେ ଏପିଏଲ୍ ଏବଂ ବିପିଏଲ୍ ମଧ୍ୟରେ କିଛି ବି ପ୍ରଭେଦ ନାହିଁ। ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ସାତ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ସେହିପରି ବୟନ ଓ ହସ୍ତତନ୍ତ ଉତ୍ପାଦ ଉପରୁ ଜିଏସଟି କମ୍ କରିବା ଲାଗି ଓଡ଼ିଶା ସରକାରଙ୍କର ଉଦ୍ୟମ ଜାରି ରହିବ େବାଲି ମୁଖ୍ୟମନ୍ତ୍ରୀ େସମାନଙ୍କୁ ଆଶ୍ବାସନା େଦଇଥିଲେ।

ନଭେମ୍ବରରେ େହାଇଥିବା େମକ୍ ଇନ୍ ଓଡ଼ିଶା ପୁଞ୍ଜି ବିନିେଯାଗ ପାଇଁ ବିପୁଳ ସୁେଯାଗ ସୃଷ୍ଟି କରିଛି େବାଲି ସୂଚାଇ ନବୀନ କହିଥିଲେ, ଏହା ଦ୍ବାରା ପାଞ୍ଚ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି େହବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ବିକ୍ରମ ଆରୁଖ, ଅେଶାକ ପଣ୍ଡା ଓ ବିଧାୟକମାେନ େଯାଗଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ଦିନିକିଆ ସୁରଟ ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଅହମଦାବାଦର ସତ୍ୟସାଇ ହାର୍ଟ ହସ୍ପିଟାଲ ପହଞ୍ଚି ଚିକିତ୍ସିତ ହେଉଥିବା ଓଡ଼ିଆ ରୋଗୀଙ୍କୁ ଭେଟିଥିଲେ। ପାଖାପାଖି ୧୫୦ ଜଣ ଓଡ଼ିଆ ପିଲା ସେଠାରେ ମାଗଣାରେ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩୬ ଜଣଙ୍କୁ ଡିସଚାର୍ଜ ଟିକେଟ ଦେଇଥିଲେ ନବୀନ। ପୂର୍ବରୁ ଓଡ଼ିଶା ସରକାର ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ଏକ ଏମଓୟୁ ସ୍ବାକ୍ଷର କରିଥିଲେ । ଓଡ଼ିଶାର ଯେଉଁ ପିଲାମାନେ ହୃଦରୋଗରେ ପୀଡ଼ିତ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ ମାଗଣା ଅସ୍ତ୍ରୋପଚାରର ବ୍ୟବସ୍ଥା କରିବା ପାଇଁ ଏହି ଏମଓୟୁ କରାଯାଇଥିଲା।

ପ୍ରକାଶଥାଉକି, ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପକ୍ଷରୁ ଓଡ଼ିଶା ମହୋତ୍ସବ ପାଳନ କରାଯାଉଛି। କିଛି ମାସ ତଳେ ସେମାନେ ନବୀନଙ୍କୁ ଭେଟି ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର