ଶେଷଦିନରେ ନବୀନଙ୍କ ବଡ଼ ଘୋଷଣା : ମୁଣ୍ଡକୁ ନେଲେ କେନ୍ଦ୍ରାପଡ଼ା ଦାୟିତ୍ବ

ଜିଲ୍ଲା ବିକାଶ ଦାୟିତ୍ବ ମୋର ବୋଲି କହିଲେ, ସମସ୍ତଙ୍କ ସହ ବିଶ୍ବାସଘାତକତା କଲେ ବୈଜୟନ୍ତ, ନିଜ ସ୍ବାର୍ଥ ପାଇଁ ଜିଲ୍ଲା ସ୍ବାର୍ଥକୁ ବଳି ଚଢ଼ାଇଲେ, ସ୍ବାଭିମାନୀ କେନ୍ଦ୍ରାପଡ଼ାବାସୀ କ୍ଷମା ଦେବେନି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ାକୁ ନିଜର ପରିବାର ଭଳି ଦେଖୁଥିଲେ। ସେ ସଂପର୍କ ଓ ଭାବ ଆଜି ମଧ୍ୟ ରହିଛି। କେନ୍ଦ୍ରାପଡ଼ା ସହିତ ତାଙ୍କର ସଂପର୍କର ନିବିଡ଼ତା ଏମିତି ଭାେବ ମନେ ପକାଇ ବିେଜଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ େଘାଷଣା କରିଛନ୍ତି। ଏଣିକି କେନ୍ଦ୍ରାପଡ଼ା ବିକାଶ ଦାୟିତ୍ବ ସେ ନିଜେ ଦେଖିବେ େବାଲି ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ େଫରିଛନ୍ତି ନବୀନ।

ବିଜୁ ବାବୁଙ୍କ ଭଳି େକନ୍ଦ୍ରାପଡ଼ା ପ୍ରତି ନବୀନଙ୍କ ଏଭଳି ଭଲପାଇବା ଆଜି ଜିଲ୍ଲା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗତକାଲିଠାରୁ େକନ୍ଦ୍ରାପଡ଼ା ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ଓ ସେଠାରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବା ସହିତ ରାତ୍ରିଯାପନ କରିଥିଲେ। ନବୀନଙ୍କ ଦୁଇ ଦିନିଆ ରହଣି ସମୟରେ ଆେୟାଜନ େହାଇଥିବା େରା଼ଡ୍ ସୋ’ରେ ଜିଲ୍ଲାବାସୀଙ୍କ ଆକର୍ଷଣୀୟ ଉପସ୍ଥିତି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ େହାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପ୍ରତି ପୂର୍ବତନ ସାଂସଦ ତଥା ବିେଜପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା (ତାଙ୍କ ନାମ ନନେଇ) କରିଥିବା ବିଶ୍ବାସଘାତକତା ସଂପର୍କରେ ମତ ରଖି କହିଥିଲେ, େକନ୍ଦ୍ରାପଡ଼ା ପ୍ରତି ଥିବା ଭଲପାଇବାକୁ ଲକ୍ଷ୍ୟ ରଖି ସେ ଏଠାରେ ଜଣେ ଯୁବ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ପ୍ରତିନିଧି େହବା ଲାଗି ସୁେଯାଗ ଦେଇଥିଲେ। ଭାବିଥିଲେ େଯ େକନ୍ଦ୍ରାପଡ଼ା ବିକାଶକୁ ଆେଗଇ ନେବା ସହିତ େକନ୍ଦ୍ରାପଡ଼ାବାସୀଙ୍କର ଏହି ପ୍ରତିନିଧି ସେବା କରିବେ। ତାଙ୍କ ଉପରେ ଭରସା କରି ଏହି ପ୍ରତିନିଧିଙ୍କୁ ଜିଲ୍ଲାବାସୀ ମଧ୍ୟ ବିଶ୍ବାସକୁ ନେଇଥିଲେ ଓ ଦୁଇ ଦୁଇ ଥର େଲାକସଭାକୁ ପଠାଇଥିଲେ। ହେଲେ ସେ ସମସ୍ତଙ୍କ ସହିତ ବିଶ୍ବାସଘାତକତା କଲେ। ନିଜ ସ୍ବାର୍ଥ ପାଇଁ େକନ୍ଦ୍ରାପଡ଼ାର ସ୍ବାର୍ଥକୁ ବଳି ଚଢାଇଛନ୍ତି ଏକଥା ନବୀନ ଜିଲ୍ଲାବାସୀଙ୍କ ଉପସ୍ଥିତିରେ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, େକନ୍ଦ୍ରାପଡ଼ାବାସୀ ଅତ୍ୟନ୍ତ ସ୍ବାଭିମାନୀ। ତାଙ୍କୁ (ବୈଜୟନ୍ତ) େକବେ କ୍ଷମତା େଦବେ ନାହିଁ। େକନ୍ଦ୍ରାପଡ଼ାର ସ୍ବାଭିମାନରେ ଆଞ୍ଚ ଆଣୁଥିବା େଲାକଙ୍କୁ ସେମାନେ କଦାପି ବରଦାସ୍ତ କରିବେ ନାହିଁ। ନବୀନ ପରୋକ୍ଷରେ ବୈଜୟନ୍ତଙ୍କୁ ପ୍ରତ୍ୟାଖ୍ୟାନ କରିବା ଲାଗି ଜିଲ୍ଲାର େଭାଟରଙ୍କୁ ସଙ୍କେତ ଦେଇଥିଲେ।

ଆଉ ଜଣେ ଉଚ୍ଚଶିକ୍ଷିତ ଓ େଲାକପ୍ରିୟ ବ୍ୟକ୍ତିଙ୍କୁ େକନ୍ଦ୍ରାପଡ଼ାର ପ୍ରତିନିଧିତ୍ବ କରିବା ପାଇଁ ସେ ମନୋନୀତ କରିଛନ୍ତି େବାଲି ନବୀନ ସୂଚାଇଥିଲେ ଥିଲେ େହଁ କେନ୍ଦ୍ରାପଡ଼ା ବିକାଶ ଦାୟିତ୍ବ େମାର େବାଲି ନବୀନ େଲାକମାନଙ୍କୁ ନିର୍ଭର ପ୍ରତିଶ୍ରୁତି େଦଇଥିଲେ।

େକନ୍ଦ୍ରାପଡ଼ା େଲାକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହଜାର ହଜାର େଲାକଙ୍କ ଗହଣରେ େରାଡ୍ ସୋ କରି ନବୀନ େକନ୍ଦ୍ରାପଡ଼ାବାସୀଙ୍କୁ ନିଜ ମନ କଥା ଜଣାଇଥିେଲ।

ଏଠାରେ ଉଲ୍ଲେଖଥାଉକି, ସାଧାରଣ ଜନତାଙ୍କ ଖୁସିରେ ସାମିଲ ହୋଇ ନିଜେ ଖୁସି ବୋଲି କହିବା ସହ ସ୍ଥାନୀୟ ବିଧାନସଭା ପ୍ରାର୍ଥୀଙ୍କ ସମେତ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ସକାଳ ୯ଟା୪୦ରେ ଜଣ୍ଟିଲୋ ଡାକବଙ୍ଗଳାରୁ ବାହାରି ସ୍ବତନ୍ତ୍ର ବସ୍‌ରେ ଦୁହୁରିଆ ଅଭିମୁଖେ ଆସିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବିଜେଡ଼ି ପତାକା ଧରି ଠିଆ ହୋଇ ରହିଥିଲେ । ମୁଖ୍ୟମନ୍ତ୍ରୀ ତିନିମୁହାଣିରୁ ଗୁଲନଗର ଛକ , ବାରିମୂଳ ଦେଇ ଇନ୍ଦୁପୁରରେ ପହଁଚିଥିଲେ । ସେଠାରୁ ସେ ଧୋୟା ଅ˚ଚଳ ଗୋଗୁଆ, କଂଗ୍ରେସ ପ୍ରାର୍ଥୀଙ୍କ ଗାଁ ରାସ୍ତା ଚଉଦକୁଲାଟରୁ ପେଣ୍ଠପାଳ, ଅଣ୍ତରା, ଅମୃତମଣୋହି, ଚଉଦ କୁଳାଟ, ଗାଙ୍ଗପଡ଼ା, କେଶପୁର ପ୍ରଭୃତି ଗସ୍ତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ େଯ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଉଥିବା ବେଳେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । କିନ୍ତୁ େସ ଥିଲା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରି ପାରିବେ ନାହିଁ। ବିଜେଡ଼ି ସରକାରକୁ ଆସିଲେ ପ୍ରଥମ ଦିନରେ ହିଁ ୧୦ ହଜାର ଟଙ୍କା ଦିଆଯିବ। ଆପଣମାନେ ସମେସ୍ତ ମୋର ପରିବାର ସଦସ୍ୟ ବୋଲି ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଆଳି ରାଜକନିକା ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଓ ସା˚ସଦ ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ େଭାଟ ମାଗିଥିଲେ। ସେହିଭଳି ରାଜନଗର ପ୍ରାର୍ଥୀ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କ ପାଇଁ େଭାଟ ମାଗିଥିଲେ ନବୀନ।

ସମ୍ବନ୍ଧିତ ଖବର