ପିପିଲି : ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶମୂଳକ ପ୍ରକଳ୍ପ ହେବ।ଏହି ଅବସରରେ ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।
ବିଶେଷ କରି ଚାଷୀ ଭାଇର ପରିଶ୍ରମ ଯୋଗୁଁ ଦେଶର ଅର୍ଥନୀତି ବଞ୍ଚି ରହିଛି । କାରଣ କରୋନା ସମୟରେ ଯେଉଁଭଳି ଚାଷ କାର୍ଯ୍ୟ ନ ରୋକି ଆମ ରାଜ୍ୟ ଓ ଦେଶକୁ ଚାଷୀ ଭାଇ ମାନେ ଅର୍ଥନୀତିକୁ ବଞ୍ଚାଇ ରଖିଥିବାରୁ ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇ ନବୀନ କହିଛନ୍ତି ଯେ, ସେ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଅନେକ ପରିଶ୍ରମ କରିଥିଲେ। ଜୀବନ ସାରା ଏହି ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ।

Advertisment

publive-image
ସବୁଠାରୁ ବଡ଼କଥା ହେଲା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ଓଡ଼ିଶା । ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ଡେଲାଙ୍ଗରେ ପ୍ରଥମେ ତାଙ୍କର ପାଦ ପଡ଼ିଥିଲା। ସେଥିପାଇଁ ଡେଲାଙ୍ଗ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ହେବ । ଗାନ୍ଧିଜୀଙ୍କ ସ୍ମୃତିରେ ଏହି ବିଦ୍ୟାଳୟ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କରୋନା ବିପଦ ଯାଇ ନାହିଁ, ଏବେ ବିଭିନ୍ନ ରାଜ୍ୟରୁ ଏବେ କରୋନା ସଂକ୍ରମଣର ଖବର ଆସୁଛି। ତେଣୁ ଆପଣ ସମସ୍ତଙ୍କୁ ମୋ ଅନୁରୋଧ କୋଭିଡ୍ ନିୟମ ପାଳନ କରୁନ୍ତୁ ସଂକ୍ରମଣ ନେଇ ପୂର୍ବ ଭଳି ସଚେତନ ଓ ସତର୍କ ରୁହନ୍ତୁ । ଗରିବଙ୍କ ବିକାଶ ପାଇଁ ମୁଁ କାମ କରୁଛି ଏବଂ ବଞ୍ଚିଥିବା ଯାଏଁ ମଧ୍ୟ କରୁଥିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।