ବର୍ଷକର ଦରମା ଦାନକଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ଦେଲେ ଧର୍ମେନ୍ଦ୍ର , ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଲାଇ ଲାମା ଟ୍ରଷ୍ଟ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା, ଗଜପତିରୁ ପୁରୀ ଗଲା ୨୩୯୮ ରୋଲ ପଲିଥିନ

ଭୁବନେଶ୍ବର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ବାତ୍ୟା ଫନି କବଳରେ ଓଡ଼ିଶା‌ର ୧୪ଟି ଜିଲ୍ଲାର କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବିପୁଳ କ୍ଷୟକ୍ଷତି ହୋଇଛି। ଏହି ଭୟାବହ ପରିସ୍ଥିତିକୁ ମୁକାବିଲା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଗେଇ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବର୍ଷକର ଦରମା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

Business Standard

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଫନି ପ୍ରଭାବିତ ‌ଲୋକଙ୍କୁ ରିଲିଫ୍ ଓ ପୁନଃ ନିର୍ମାଣ କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଏକାଠି ହୋଇ ଓଡ଼ିଶାର ପୁନଃନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ଟ୍ବିଟ୍‌ କରି ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

The Buddhist Review

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଲାଇ ଲାମା ଟ୍ରଷ୍ଟ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର : ଓଡ଼ିଶାରେ ବାତ୍ୟା ‘ଫନି’ର ବିପର୍ଯ୍ୟୟ ନେଇ ତିବତ୍ତୀୟ ଧର୍ମଗୁରୁ ଦଲାଇ ଲାମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖକୁ ଏକ ଚିଠି ଲେଖି ଗଭୀର ସମବେଦନା ଜଣାଇବା ସହ ବାତ୍ୟା ମୁୂକାବିଲା କରିବାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାସହିତ ଦଲାଇ ଲାମା ଟ୍ରଷ୍ଟ ପକ୍ଷରୁ ବିପନ୍ନଙ୍କୁ ରିଲିଫ ପ୍ରଦାନ ସହ ଓଡ଼ିଶା ପୁନନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ଗଜପତିରୁ ପୁରୀ ଗଲା ୨୩୯୮ ରୋଲ ପଲିଥିନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ୨୩୯୮ ଫଲିଥିନ ରୋଲ ପୁରୀ ଜିଲ୍ଲାକୁ ପ୍ରେରଣ କରାଯାଇଥିବା ସ˚ପର୍କରେ ଜିଲ୍ଲାପାଳ ଅନୁପମ ସାହା ଗଣମାଧୢମକୁ ସୂଚନା ଦେଇଛନ୍ତି। ଉଲେଖଯୋଗ୍ୟଯେ, ଫନି ବାତ୍ୟା ଗଜପତି ଜିଲ୍ଲାରେ ପ୍ରଭାବ ପକାଇବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୁତି ପାଇଁ ଆବଶ୍ୟକ ଫଲିଥିନ ଗଚ୍ଛିତ ରଖିଥିଲେ। ଅପର ପକ୍ଷରେ ଜିଲ୍ଲାରେ ବାତ୍ୟାର କୈାଣସି ପ୍ରଭାବ ପଡ଼ିନଥିବାରୁ ଏସବୁ ଫଲିଥିନ ଗୁଡ଼ିକୁ ୧୫ଟି ଟ୍ରକରେ ପୁରୀ ଜିଲ୍ଲାକୁ ପଠାଇ ଦିଆଯାଇଥିବା ନେଇ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର