ଦ୍ବିତୀୟ ପର୍ଯ୍ୟାୟ ପରେ ଭବିଷ୍ୟବାଣୀ କଲେ ନବୀନ : ଆଞ୍ଚଳିକ ଦଳମାେନ କିଙ୍ଗ୍‌ମେକର ହେବେ

ସମ୍ବଲପୁର/ତାଳଚେର/କଣିହାଁ/ରେଙ୍ଗାଳି/ଛେଣ୍ଡିପଦା/ମାଧପୁର/ଆଠମଲ୍ଲିକ : କେହି ବି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ। ଆଞ୍ଚଳିକ ଦଳମାେନ ହିଁ ହେବେ କିଙ୍ଗ୍ ମେକର୍। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିବା ଆଳରେ ଏଭଳି ଏକ ବଡ଼ ଭବିଷ୍ୟବାଣୀ କହିଛନ୍ତି। େଭାଟରଙ୍କୁ ଜଣାଇଛନ୍ତି େଯ ଓଡ଼ିଶା ପାଇଁ ଏହା ଏକ ବଡ଼ ସୁେଯାଗ। ଏଥିସହିତ ବିେଜପିକୁ ପୁଣି ଥରେ ଅତ୍ୟନ୍ତ କଠୋର ଭାଷାରେ ସମାେଲାଚନା କରିଛନ୍ତି। କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିେଜପି ଛାନିଆ େହାଇଯାଇଛି। ବିଜେପି ଇଭିଏମ୍ ଭାଙ୍ଗିବା ଆରମ୍ଭ କଲାଣି। େଲାକମତକୁ ସମ୍ମାନ ଦେବା ଏମାନେ ଜାଣନ୍ତି ନାହିଁ। ଆଇନକୁ ସମ୍ମାନ େଦବା ଏମାନେ ଜାଣନ୍ତି ନାହିଁ। କେନ୍ଦ୍ର ବିେଜପି ସରକାର ଚାଷୀ, ଛାତ୍ରଛାତ୍ରୀ ଓ ଓଡ଼ିଆଙ୍କ ଭାବାବେଗ ସହିତ େଖଳୁଛି। ଆଇନ ପ୍ରତି େଲାକଙ୍କ ପ୍ରତି ବିେଜପିର ସମ୍ମାନ ନାହିଁ। ଆଜି ନବୀନ ତାଳଚେର, େରଙ୍ଗାଳି, ରେଢାେଖାଲ, ଆଠମଲ୍ଲିକ, କୁଚିଣ୍ଡାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ େଭାଟ ମାଗିଥିଲେ। ସମ୍ବଲପୁର, ହୀରାକୁଦ, ବୁର୍ଲାରେ ନବୀନ େରାଡ୍ ସୋ କରି େଭାଟ ମାଗିଥିଲେ।

ତାଳଚେର ଓ ରେଙ୍ଗାଳିରେ ଅଭିଭାଷଣ ଛଳରେ ନବୀନ େଦାହରାଇଥିଲେ େଯ ନିର୍ବାଚନ େହଲେ ବିଜେପିର ବଡ଼ ବଡ଼ େନତାମାେନ ଓଡ଼ିଶା ଆସୁଛନ୍ତି। େଭାଟ ମାଗୁଛନ୍ତି। ସେମାନଙ୍କୁ ପଚରାଯାଉ, େକାଇଲା ରୟାଲିଟି ସେଂଶାଧନ େହଉନାହିଁ କାହିଁକି? ପାଞ୍ଚ ମିନିଟର କାମ ପାଞ୍ଚ ବର୍ଷରେ େହାଇପାରିଲ ନାହିଁ କାହିଁକି? େକାଇଲା ରୟାଲଟିରୁ େକନ୍ଦ୍ର ପାଉଛି ହଜାର ହଜାର େକାଟି ଟଙ୍କା। ଓଡ଼ିଶା ପାଉଛି ପ୍ରଦୂଷଣ ଓ ଧୂଳି। ଓଡ଼ିଶାର ବିେଜପି େନତାମାେନ ବେଆଇନ େକାଇଲା କାରବାର କରୁଛନ୍ତି କି େବାଲି ନବୀନ ପ୍ରଶ୍ନ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଏମସିଏଲ୍, ଏନଟିପିସି ହଜାର ହଜାର େକାଟି ଟଙ୍କା ଲାଭ ପାଉଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କଣ କରୁଛନ୍ତିି? ବିେଜପି େନତାମାନଙ୍କର କଣ୍ଟ୍ରାକ୍ଟର ବନ୍ଧୁମାନଙ୍କ ପାଇଁ କାମ କରୁଛନ୍ତି କି? ଏହାଦ୍ବାରା ଓଡ଼ିଆ ଯୁବକମାନଙ୍କୁ ଅଣଦେଖା କରାଯାଉନାହିଁ କି? ଜମି ହରାଇଥିବା େଲାକଙ୍କୁ ନ୍ୟାୟ ମିଳୁନାହିଁ। କିନ୍ତୁ ଓଡ଼ିଆ େକନ୍ଦ୍ରମନ୍ତ୍ରୀ ଚୁପ୍ କାହିଁକି?
ଏଥିସହିତ ବିେଜଡି ସରକାର ଗଠନର ପ୍ରଥମ ଦିନରେ କାଳିଆ େଯାଜନାର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ, ମିସନ ଶକ୍ତିରେ ମା’ମାନଙ୍କୁ ୫ ହଜାର େକାଟି ଟଙ୍କା କାମ ପ୍ରଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ସଂପର୍କରେ ନବୀନ କହିଥିେଲ।

ରେଢାେଖାଲ, ଆଠମଲ୍ଲିକ, କୁଚିଣ୍ଡାରେ ନବୀନ ଏସବୁ ସଂପର୍କରେ ସୂଚାଇବା ସହିତ କହିଥିଲେ, ବିେଜପିର ବଡ଼ ବଡ଼ ନେତାମାନଙ୍କୁ େଭାଟର ପଚାରିବା ଦରକାର େଯ େସମାେନ ଫାଇଲିନ୍ ବେଳେ କେଉଁଠି ଥିେଲ? ବନ୍ୟା େବଳେ କେଉଁଠି ଥିଲେ? ମରୁଡି େବଳେ କେଉଁଠି ଥିେଲ? ଦୁଇଗୁଣ ଏମଏସପି କୁଆଡେ ଗଲା? ପ୍ରତି େକ୍ଷତକୁ ପାଣି କୁଆଡେ ଗଲା? ବୀମା କରି ଚାଷୀ ହଇରାଣ ହେଲା। ବୀମା କଂପାନି ଲାଭବାନ ହେଲେ। ଦାୟୀ କିଏ? ମହାନଦୀ ପାଣି ବନ୍ଦ କଲେ। ଏସ୍‌ସିଏସ୍‌ଟି ପିଲାଙ୍କ ବୃତ୍ତି ବନ୍ଦ କଲେ। େକାଶଳୀ ଭାଷାକୁ ସମ୍ବିଧାନରେ ସ୍ଥାନ ଦେଲେନି। ଗରିବ, ଏସସିଏସଟି ପିଲା ଓ ଓଡ଼ିଆଙ୍କ ଭାବାବେଗ ସହିତ େକନ୍ଦ୍ର ସରକାର ଖେଳୁଛନ୍ତି େବାଲି ନବୀନ ଅଭିେଯାଗ ଆଣିଥିଲେ।

ତାଳଚେର ଘଣ୍ଟପଡ଼ା ପାଇକ ପଡ଼ିଆରେ ଅନୁଷ୍ଠିତ ସଭାରେ ବିଜେଡିର ‌େଢଙ୍କାନାଳ ଲୋକସଭା ପ୍ରାର୍ଥୀ ମହେଶ ସାହୁ ଓ ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନଙ୍କୁ ଭୋଟ ଦେବାକୁ ନବୀନ ନିବେଦନ କରିଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ କ୍ଷୀରୋଦ ସାହୁ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ।

ପାଳଲହଡ଼ା ନିର୍ବାଚନମଣ୍ଡଳୀର ରେଙ୍ଗାଳି ହାଇସ୍କୁଲ ପଡ଼ିଆ ସଭାରେ ଲୋକସଭା ପ୍ରାର୍ଥୀ ଶ୍ରୀ ସାହୁ ଓ ପାଳଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଳଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ ନବୀନ।ବଲାଙ୍ଗୀର ସାଂସଦ କଳିକେଶ ସିଂହଦେଓ, କଣିହାଁ ବ୍ଲକ ବିଜେଡି ସଭାପତି କୈଳାସ ସାହୁ, ସମ୍ପାଦକ ହିମାଞ୍ଚଳ ପଣ୍ଡା, ଲଳିତ ମୋହନ ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ମନୋଜ ପ୍ରଧାନ, ପ୍ରସନ୍ନ ସାହୁ, ଶଶି‌େଶଖର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ଛେଣ୍ଡିପଦାରେ ପୂର୍ବତନ ମନ୍ତ୍ରୀ ତଥା ଦଳୀୟ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଵାଲାଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରାଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ଆଠମଲ୍ଲିକ ମାଧପୁର କ୍ରୀଡ଼ା ସଂସଦ ସଭାରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଧାନ ଓ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏଙ୍କୁ ଜିତାଇବାକୁ ନିବେଦନ କରିଥିଲେ। ଆଠମଲ୍ଲିକ ବ୍ଲକ୍ ବିଜେଡି ସଭାପତି ମହେଶ୍ବର ଦେହୁରୀ,କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନାକ୍ଷୀ ଦଳେଇ, ବରିଷ୍ଠ ବିଜେଡି ନେତା କ୍ଷୀରୋଦ ବଘାର, ଘାସିରାମ ମହାକୁଡ, ଚିତ୍ତରଞ୍ଜନ କର୍ଣ୍ଣ, ଯୁବନେତା ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର, ବୁର୍ଲା ଓ ହୀରାକୁଦରେ ରୋଡ୍‌ ସୋ’ କରିଥିଲେ। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ନାକଟିଦେଉଳ, ଦେବଗଡ଼ ନିର୍ବାଚନମଣ୍ଡଳୀର ଟିଙ୍କବିରରେ ପ୍ରଚାର କରିଥିଲେ। ଆଜି ରାତିରେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ଏହାପରେ ଶ୍ରୀ ପଟ୍ଟନାୟକ ସର୍କିଟ୍ ହାଉସ୍‌ ଫେରି ସେଠାରେ ରାତ୍ରୀଯାପନ କରିଛନ୍ତି।

ଉଲ୍ଲେଖଥାଉକି, ଦେବଗଡ଼ ଜିଲ୍ଲାର ଟିଙ୍କବିରରେ ନିର୍ବାଚନୀ ‌ସଭା ଶେଷ କରି ନବୀନ ହେଲିକେପ୍ଟର ଯୋଗେ ଭୁବନେଶ୍ବର ଫେରିଥିଲେ। ସେଠାରେ ବେଦପ୍ରକାଶଙ୍କ ଅନ୍ତିମ ଦର୍ଶନ କରି ପୁଣି ରେଂଗାଳି ସଭାକୁ ଫେରିଥିଲେ।

ସମ୍ବନ୍ଧିତ ଖବର