ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଆଜି ଲୋକସେବା ଭବନରେ ୧୮ ବର୍ଷରୁ କମ୍ ଦୃଷ୍ଟି ବାଧିତ ମହିଳା କ୍ରିକେଟ୍ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଟି-୨୦ କ୍ରିକେଟ୍ ମ୍ୟାଚରେ ଓଡ଼ିଶାର ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଦଳ କର୍ଣ୍ଣାଟକକୁ ୮୭ ରନରେ ହରାଇ ଚମ୍ପିଆନ୍ ହୋଇଥିଲେ। ଓଡ଼ିଶା ଦଳର କ୍ୟାପଟେନ୍ ଲୀନା ସ୍ବାଇଁ ଓ ପଦ୍ମିନୀ ଟୁଡ଼ୁ ପ୍ଲେୟର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନ୍ନକ୍ଷମ କମିସନର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, କ୍ରୀଡ଼ା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର