ରାହୁଲଙ୍କ ସମର୍ଥନ ପାଇଁ ଖୁସି ବ୍ୟକ୍ତକଲେ ନବୀନ

ଭୁବନେଶ୍ବର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟର ସଂକଳ୍ପ ନେଇ ସବୁ ରାଜନୈତିକ ଦଳ ମୁଖ୍ୟମାନଙ୍କୁ ଚିଠି ଲେଖି ସମର୍ଥନ ନିମନ୍ତେ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି। କେବଳ ସମର୍ଥନ କରିନାହାନ୍ତି, କଂଗ୍ରେସ ଶାସିତ ଓ ସମର୍ଥନରେ ଚାଲିଥିବା ରାଜ୍ୟ ସରକାରମାନଙ୍କୁ ଚିଠି ଲେଖି ମହିଳା ବିଲ୍‌କୁ ସମର୍ଥନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏ ନେଇ ଖୁସି ବ୍ୟକ୍ତକରି ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଏହାକୁ ସମର୍ଥନ କରିବାକୁ ନବୀନ କହିଛନ୍ତି। ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ମହିଳା ବିଲ୍‌ ଯେପରି ପାରିତ ହୋଇପାରିବ ସେ ନେଇ ବିଜେଡି ସଂସଦୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର