କପିଲ୍‌ ଶର୍ମା ସୋ’ରେ ନବୀନ: ହକି ଖେଳାଳିଙ୍କୁ ଉତ୍ସାହିତ କଲେ

ଭୁବନେଶ୍ବର : ସୋନି ଟିଭିରେ ପ୍ରସାରିତ ହେଉଥିବା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ‘କପିଲ୍‌ ଶର୍ମା ସୋ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ଯେଉଁ ସୋ’ରେ ମୁଖ୍ୟତଃ ବଲିଉଡ୍‌ ଅଭିନେତା, ଅଭିନେତ୍ରୀମାନଙ୍କୁ ନିଜର ଆଗାମୀ ଫିଲ୍ମ ପ୍ରଚାର କରୁଥିବାର ଦେଖାଯାଏ ସେଥିରେ ନବୀନ ଯୋଗଦେଇ ହକି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଛନ୍ତି।

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଆୟୋଜିତ ଏହି ସୋ’ରେ ଟୋକିଓ ଅଲିମ୍ପିକ୍ସରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନଙ୍କୁ ଅତିଥି ଭାବେ ଡକାଯାଇଥିଲା। ଏଥିରେ ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ହକି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ‘ହକି ପୁରୁଷ ଓ ମହିଳା ଟିମ୍ ଟୋକିଓ ଅଲିମ୍ପିକ୍‌ସରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ଦେଶର ଖ୍ୟାତି ବଢ଼ାଇଛନ୍ତି। ମୁଁ ସବୁ ଖେଳାଳିଙ୍କୁ ସେମାନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି। ମୁଁ ଆଶା କରୁଛି ଆପଣଙ୍କ ଠାରୁ ପ୍ରେରଣା ପାଇ, ଉତ୍ସାହିତ ହୋଇ ଆଗାମୀ ପିଢ଼ିର ଖେଳାଳି ଅାପଣଙ୍କର ଏହି ସଫଳତାକୁ ଆଗକୁ ନେବେ। ଏହା କେବଳ ଆରମ୍ଭ। ଆଗକୁ ଆମେ ଅଧିକ ସଫଳତା ପାଇବା। ହକିକୁ ସମର୍ଥନ କରିଥିବାରୁ କପିଲ୍‌ ଜୀ ଆପଣଙ୍କୁ ଧନ୍ୟବାଦ।’

ସମ୍ବନ୍ଧିତ ଖବର