ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇଛନ୍ତି। ସେଥି ପାଇଁ ଅାଜି ଓ ଆସନ୍ତକାଲି ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି। ତେବେ ସେ ଅଫିସ୍ କାମ ନିୟମିତ ଭାବେ କରିବେ। ଅସୁସ୍ଥତା ସେତ୍ତ୍ବ ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟରେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ରଥକୁ ଶୁଭାରମ୍ଭ କରିବା ସହ ‘ଅାମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ପାଇଁ ପ୍ରକଳ୍ପ ମଞ୍ଜୁରି କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଜ୍ୱର
/sambad/media/post_attachments/wp-content/uploads/2018/09/naveen-6.jpg)