ମହାପ୍ରଭୁଙ୍କ ନାଁରେ ନବୀନଙ୍କ ଅଭିଯାନ ଶ୍ରୀକ୍ଷେତ୍ରରୁ ‌‘କାଳିଆ’ ଯୋଜନା

ପୁରୀରୁ ବିରୋଧୀ ଓ ଦେଶକୁ ନବୀନଙ୍କ ବାର୍ତା
କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ
ଅକ୍ଷୟତୃତୀୟା ଓ ନୂଆଖାଇରେ ମିଳିବ ଟଙ୍କା
ନିଆରା ମଞ୍ଚ: ନେତା ନୁହେଁ, ଚାଷୀ ବସିଲେ

ପୁରୀ : ଆଜି ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇ ‘କାଳିଆ’ ଯାତ୍ରା ଆରମ୍ଭ କଲି। ‘କାଳିଆ’ ଯାତ୍ରାକୁ କେହି ରୋକିପାରିବେ ନାହିଁ।

ପୁରୀ ଶ୍ରୀଜଗନ୍ନାଥ କ୍ଷେତ୍ରରୁ ୨୦୧୯ ନିର୍ବାଚନ ପାଇଁ ସରକାରଙ୍କର ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଥିବା ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨.୪୫ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଭାବବିହ୍ବଳ ବକ୍ତବ୍ୟ ରଖିଛନ୍ତି। ପୁରୀ ମଞ୍ଚରୁ ସିଧା ସିଧା ବିେରାଧୀ ଦଳ ଓ ଦେଶକୁ ଏ ବାର୍ତା ବି ଦେଇଛନ୍ତି େଯ ଏହି େଯାଜନା ଚାଷୀଙ୍କ ବିକାଶ କରିବ, ସମଗ୍ର ଦେଶକୁ ବାଟ ଦେଖାଇବ। ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏକଥା ବି ସୂଚାଇ ଦେଇଛନ୍ତି, ଓଡ଼ିଶାର ବିକାଶ ପାଇଁ ସେ ଯେଉଁ ବଡ଼ ଲଢାଇ ଆରମ୍ଭ କରିଛନ୍ତି, ତାହା ମହାପ୍ରଭୁଙ୍କୁ ସମର୍ପିତ। ଏଣୁ େଯାଜନାର ନାଁ, ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ସବୁ ସେହି କାଳିଆଙ୍କ ନାଁ ଓ େକ୍ଷତ୍ରରୁ ଆରମ୍ଭ ହେଉଛି।

ନିର୍ବାଚନ ରାଜନୀତିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି ବିଚାର କରାଯାଉଥିବା ଚାଷୀ କାର୍ଡକୁ ଆଜି ଏମିତି ଢଙ୍ଗରେ ମୁଖ୍ୟମନ୍ତ୍ରୀ ପୁରୀରୁ େଖଳିଛନ୍ତି। କାହିଁକି ‘କାଳିଆ’ ନାମରେ େଯାଜନା ନାମକରଣ କରାଗଲା, େସ େନଇ ବିେରାଧୀ ଦଳର ଆକ୍ଷେପର କଡ଼ା ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଚାଷୀମାନଙ୍କୁ ସମ୍ବୋଧିତ କରିବା ଛଳରେ କହିଥିଲେ, ଆପଣମାନେ ସାରା ରାଜ୍ୟକୁ ଅନ୍ନ େଦଉଛନ୍ତି। ଆପଣମାନେ ଦେଉଥିବା ଚାଉଳରେ ମହାପ୍ରସାଦ େହଉଛି। ପରିବା ମହାପ୍ରସାଦରେ ଲାଗୁଛି। ଆପଣମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି। ପବିତ୍ର କାର୍ଯ୍ୟ କରୁଛନ୍ତି। ତେଣୁ ଏହି େଯାଜନାର ନାମ ‘କାଳିଆ’ ରଖାଯାଇଛି। ଏବେ ଠାରୁ ସବୁ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ପହଞ୍ଚିବ।

୫୦ ଲକ୍ଷ ଚାଷୀ ପରିବାର ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କାଳିଆ ଯୋଜନାର ଆଜି ବଟନ୍ ଦବାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ପୁରୀ ଉପକଣ୍ଠ ମାଳତୀପାଟପୁରସ୍ଥିତ ରାହାଙ୍ଗିରିଆଠାରେ ଆୟୋଜିତ ବିଶାଳ କାଳିଆ ମହାସମାବେଶରେ ଯୋଜନାର ଶୁଭାରମ୍ଭ କରି ନବୀନ କହିଥିଲେ, ଚାଷୀଙ୍କୁ ପ୍ରତିବର୍ଷ ଦୁଇଥର ସହାୟତା ଦିଆଯିବ। ଅକ୍ଷୟ ତୃତୀୟା ସମୟରେ ଖରିଫ୍‌ ଚାଷ ପାଇଁ ଓ ନୂଆଖାଇ ବେଳେ ରବି ଚାଷ ପାଇଁ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ ସହାୟତା।

ଏହି ଯୋଜନାରେ ସବୁ ଯୋଗ୍ୟ ଚାଷୀ ସାମିଲ୍‌ ହେବେ। ଜମି ପରିମାଣ କମ୍‌ ଥାଉ କି ବେଶି, ଏହି ‌ଯୋଜନା ସହାୟତା ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ଏହା ଏପରି ଏକ ଯୋଜନା, ଯାହା ସମଗ୍ର ଦେଶକୁ ବାଟ ଦେଖାଇବ। ରାଜ୍ୟର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବ। ଏହି ଯୋଜନା ଫଳରେ ଚାଷୀର ବିକାଶକୁ କେହି ରୋକି ପାରିବେ ନାହିଁ। ବର୍ଷକୁ ଦୁଇଥର କେବଳ ସହାୟତା ନୁହେଁ, ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀ ଋଣ ନେଇପାରିବେ। ଚାଷ କରିପାରୁ ନ ଥିବା ଭୂମିହୀନ ଚାଷୀ, କୃଷି ଶ୍ରମିକମାନଙ୍କ ଜୀବନ ଜୀବିକା ପାଇଁ ୧୨ହଜାର ୫୦୦ ଟଙ୍କାର ସହାୟତା ଏହି ଯୋଜନାରେ ବ୍ୟବସ୍ଥା ରହିଛି। ଏସବୁ ସହାୟତା ନେଇ ଚାଷୀ ଭାଇମାନେ ଚାଷକୁ ଆହୁରି ଆଗକୁ ନେବେ ବୋଲି ଆଶାବ୍ୟକ୍ତ କରିଥିଲେ ନବୀନ।

ମଞ୍ଚ ଉପରୁ ଏକ ବାର୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୧୯୯୯ ମସିହା ମହାବାତ୍ୟା ଓ ଆଜିର ବାସ୍ତବତାର ଚିତ୍ର ପ୍ରଦାନ କରିଥିଲେ। ଉପସ୍ଥିତ ଲକ୍ଷାଧିକ ଚାଷୀଙ୍କୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ କହିଲେ, ଆପଣମାନେ କାଳିଆ ଯୋଜନାରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି। ରାଜ୍ୟର ସମସ୍ତ ଚାଷୀ ଭାଇଙ୍କ କଲ୍ୟାଣ ପାଇଁ ମୋ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଛୋଟ ଚାଷୀଙ୍କ ଠାରୁ ଭାଗଚାଷୀ ଓ କୃଷି ଶ୍ରମିକମାନେ ଉପକାର ପାଇବେ ବୋଲି କହିଥିଲେ ନବୀନ।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଚାଷୀଙ୍କ ସୁଖ ଓ ଦୁଃଖରେ ସେ ସର୍ବଦା ରହିଛନ୍ତି। ଜଣେ ବି ଯୋଗ୍ୟଚାଷୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି, ତାହା ସେ ନିଜେ ଦେଖିବେ। ଚାଷୀର ଖୁସି ନବୀନଙ୍କ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଆଜିର ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଥିଲା େଯ ମହାସମାବେଶ ମଞ୍ଚରେ ପ୍ରଥମଥର ପାଇଁ କୌଣସି ରାଜନେତା ବା ଅଫିସର ନଥିଲେ। ଏକ ସରକାରୀ କାର୍ଯ୍ୟକ୍ରମରେ ମଞ୍ଚାସୀନ ହୋଇଥିଲେ ୪ଜଣ ଚାଷୀ। ସେମାନେ କାଳିଆ ଯୋଜନା ସମ୍ପର୍କରେ ଚାଷୀ ଭାଇମାନଙ୍କୁ ନିଜର ବକ୍ତବ୍ୟ ଦେଇଥିଲେ। ମଞ୍ଚାସୀନ ଚାଷୀ ମାନଙ୍କ ମଧ୍ୟରେ ଥିଲେ ଦେବଗଡ଼ ଜିଲ୍ଲାର ପ୍ରସନ୍ନ କୁମାର ବରାଳ, କୋରାପୁଟ ଜିଲ୍ଲାର ତପନ କୁମରା ପଣ୍ଡା, ମୟୁରଭଞ୍ଜ ଜିଲ୍ଲାର ସଞ୍ଜିତ କୁମାର ମହାନ୍ତି ଓ ପୁରୀ ଜିଲ୍ଲାର ଗନ୍ଧର୍ବ ପରିଡ଼ା। ଏହି ଚାଷୀମାନେ ରାଜ୍ୟର ଉପକୂଳ, ପଶ୍ଚିମ, ଦକ୍ଷିଣ ଓ ଉତ୍ତରାଞ୍ଚଳକୁ ପ୍ରତିନିଧିତ୍ବ କରୁଥିଲେ। ନବୀନଙ୍କର ଆଜିର କାର୍ଯ୍ୟକ୍ରମକୁ ରାଜନୈତିକ ମହଲ ମାଷ୍ଟରଷ୍ଟ୍ରୋକ୍ େବାଲି ବର୍ଣ୍ଣନା କରୁଛନ୍ତି।

ସମ୍ବନ୍ଧିତ ଖବର