ଭୁବନେଶ୍ୱର : ବିପୁଳ ଜନାଦେଶ ସହିତ ୨୦୧୪ ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପାଳି ଶାସନ ଆରମ୍ଭ କରିଥିଲେ। ଆଜି ନବୀନ ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରିଛି । ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟରେ ଏହି ଦିନଟି ଏଯାବତ୍ ଜୁଟିନାହିଁ।
ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଅବସରରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ପରିଷଦ ବୈଠକ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ୧୦ଟି ସଫଳତା ବଖାଣିଛନ୍ତି । ଏଥିସହ ସେ କହିଛନ୍ତି ଯେ ଏହି ୧୦ ସଫଳତା ପଛରେ ରହିଛି ତାଙ୍କ ସରକାରର ଥ୍ରି ଡି ମନ୍ତ୍ର- ‘ ଡିଟରମିନେସନ୍, ଡିଭୋସନ୍ ଓ ଡେଡିକେସନ୍ ଅର୍ଥାତ୍ ନିଶ୍ଚୟତା, ନିଷ୍ଠା ଓ ଆନ୍ତରିକତା।
/sambad/media/post_attachments/wp-content/uploads/2018/05/vlcsnap-0620-02-05-14h46m51s672-720x430-300x179.jpg)
ସରକାରର ୧୦ଟି ସଫଳତାକୁ ଉଲ୍ଳେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମତଃ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି। ଏଥିଲାଗି ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ଏଥସହ ସେ କହିଥଲେ ଯେ ୨୪ ଲକ୍ଷ କଚା ଘରକୁ ପକ୍କା କରାଯାଇଛି । ୪ ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଆଗରେ ରହିଛି । ୯ ଲକ୍ଷ ଯୁବକଯୁବତୀଙ୍କୁ ସାବଲମ୍ବୀ କରାଯାଇଛି । ଆଉ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ହୋଇଛି । ସେହିପରି କ୍ରୀଡା କ୍ଷେତ୍ରରେ ଦେଶରେ ଓଡିଶା ପ୍ରତିଧ୍ୱନିତ କରୁଛି ।
ଅନ୍ୟ ପକ୍ଷରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂରଣ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଓଡିଶାରେ ବେକାରୀ ବଢିଛି ,ଚାଷୀମାନଙ୍କ ଦୁର୍ଦ୍ଦଶା ବଢିଛି । ଆଦିବାସୀ ଦଳିତଙ୍କ ଅବସ୍ଥାରେ କୌଣସି ପରିବର୍ତନ ହୋଇନଥିବା ବେଳେ ରାଜ୍ୟରେ ନାରୀ ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି । ଏହା ସହ ଚାଷୀଙ୍କ ସମସ୍ୟାକୁ ନେଇ କ’ଣ ସ୍ୱତନ୍ତ୍ର ଯୋଜନା ସରକାର କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ମଧ୍ୟରେ ରାଜ୍ୟ ସରକାରଙ୍କ ଭୂମିକାକୁ ସେ ସମାଲୋଚନା କରିଛନ୍ତି ।
/sambad/media/post_attachments/wp-content/uploads/2018/05/CM_Naveen_Patnaik-300x150.jpg)
ଅନ୍ୟପଟେ ୧୮ ବର୍ଷ ଶାସନରେ ବିଜେଡି ୩୬ଟି ମହାଦୁର୍ନୀତି କରିଥିବା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ଗତ ୧୮ ବର୍ଷର ଶାସନ କାଳରେ ବିଜେଡି ସରକାର ଦୁର୍ନୀତିର ଗନ୍ତାଘର ପାଲଟିଯାଇଛନ୍ତି
ଏହି ମହାଦୁର୍ନୀତିକୁ ନେଇ ବିଜେପି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/1-17.jpg)