ଭୁବନେଶ୍ବର : ତିନି ଯୁବ ବିଜେଡି ନେତାଙ୍କୁ ଆଜି ଦଳରେ ନୂଆ ଦାୟିତ୍ୱ ମିଳିଛି। ଦଳୀୟ ନିର୍ବାଚନକୁ ଆଗେଇ ନେବା ଲାଗି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଦେବଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହିତ ବିଜେଡି ନିର୍ବାଚନ ପ୍ରକ୍ରିୟା ଲାଗି ବାଟ ଖୋଲିଛି। ଗତଥର ମଧ୍ୟ ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିଲା, ଯାହାକୁ ସେ ଠିକଣା ଭାବେ ତୁଲାଇଥିଲେ। ଅନ୍ୟପକ୍ଷରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସାଧାରଣ ସଂପାଦକ (ସାଙ୍ଗଠନିକ) ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ (ମୁଖ୍ୟାଳୟ) ଦାୟିତ୍ୱ ଦିଆଯାଇଛି। ସମ୍ଭବତଃ ବିଜେଡିକୁ ଏକ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ବିଚାର ଚାଲିଛି ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି। ଏଣୁ ବିଜେପି ଢାଞ୍ଚାରେ ଦଳ ଏବେଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ର ବିଜେଡିକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ସୂଚନା ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା।
ବିଜେଡି ସାଂଗଠନିକ ସ୍ତରରେ ଅଦଳବଦଳ : ପ୍ରତାପ, ପ୍ରଣବ ଓ ସଂଜୟଙ୍କୁ ନୂଆ ଦାୟିତ୍ୱ
/sambad/media/post_attachments/wp-content/uploads/2019/11/bjd-final-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)