ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ଆସିବାକୁ ଶୁଭେଚ୍ଛୁଙ୍କୁ ମନା କଲେ

ଭୁବନେଶ୍ୱର: ଚଳିତବର୍ଷ ଫନି ବାତ୍ୟା ହେତୁ ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି। ଏବେ ବି ଲୋକେ ଫନି ବାତ୍ୟାରେ ହରାଇଥିବା ଘର ଓ ଫସଲ ଫେରି ପାଇ ନାହାନ୍ତି। ଅଭାବ ଅନଟନରେ ଦିନ କାଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଜନ୍ମଦିନ ପାଳିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନୀବନ କହିଛନ୍ତି, ‘ଆମ ଦଳର କର୍ମୀ ଭାଇଭଉଣୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ସେ ସେମାନେ ମୋତେ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ୱରସ୍ଥିତ ନବୀନ ନିବାସକୁ ଆସିବା ପରିବର୍ତ୍ତେ ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ। ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ତେଣୁ ସେମାନଙ୍କ ଭଲ ପାଇଁ ଆପଣ ଯାହା କିଛି କରିବେ, ତାହା ମୋତେ ସବୁଠାରୁ ଅଧିକ ଆନନ୍ଦ ଦେବ।’

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ମୋତେ ଋଣୀ କରିଛି। ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ପ୍ରେରଣା। ଆସନ୍ତାକାଲି ସାରା ରାଜ୍ୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିପାଇଁ ମୁଁ ବହୁତ ଖୁସି ।’

ସମ୍ବନ୍ଧିତ ଖବର