ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୭୩ ବର୍ଷରେ ପାଦ ଥାପିବେ। କିନ୍ତୁ ଜନ୍ମଦିନକୁ ପାଳିବେନି ମୁଖ୍ୟମନ୍ତ୍ରୀ। ବାତ୍ୟା ଓ ବନ୍ୟାରେ ରାଜ୍ୟର ବହୁ ଲୋକ ପ୍ରଭାବିତ ‌େହାଇଥିବାରୁ ଜନ୍ମଦିନ ନ ପାଳିବାକୁ ‌ନିଷ୍ପତ୍ତି ନେଇଛନ୍ତି। ଆଜି ନିଜେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  ପ୍ରତି ବର୍ଷ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବେଶ୍ ଭିଡ଼ ଜମେ। ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନ ଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସର୍‌ମାନଙ୍କୁ କୁହାଯାଇଛି। ଏଥିସହିତ, ରାଜ୍ୟବାସୀଙ୍କୁ ଶ୍ରୀ ପଟ୍ଟନାୟକ ଆଜି ଦଶହରାର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର