ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଯାହା ବି ପଦକ୍ଷେପ ନେଇଛନ୍ତି ତାହାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏପରିକି ପ୍ରଥମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହ ଏହାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ କହିଥିଲେ। ଏବେ ନବୀନଙ୍କର କାର୍ଯ୍ୟଶୈଳୀକୁ ସାରା ବିଶ୍ବ ଅନୁକରଣ କରୁଛି ବୋଲି ତାମିଲ୍ ମାଗାଜିନ୍ ଭିକେଟାନ ଲେଖିଛି। ତାମିଲନାଡୁରେ ପ୍ରକାଶ ପାଉଥିବା ଏହି ମାଗାଜିନର କଭର ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କୁଥିବା ଫଟୋ ପ୍ରକାଶ ପାଇଥିବାବେଳେ ଏଥିରେ କ୍ୟାପସନ୍ ଦିଆଯାଇଛି ଯେ, ସାରା ବିଶ୍ବ ଏବେ ଓଡ଼ିଶା ମଡେଲ୍ ଅନୁଧାବ କରୁଛି। ସାରା ବିଶ୍ବ କରୋନା ବିରୋଧରେ ଲଢ଼େଇ କରୁଥିବାବେଳେ ଓଡ଼ିଶାରେ ଯେପରି ଅଧିକ ଲୋକଙ୍କୁ କରୋନା ନ ବ୍ୟାପିବ, ଯେପରି ସମସ୍ତଙ୍କର ଚିକିତ୍ସା ହୋଇପାରିବ ସେନେଇ ଯେଉଁ ପଦକ୍ଷେପ ନିଆଯାଉଛି ତାହା ଅନୁକରଣୀୟ।
/sambad/media/post_attachments/wp-content/uploads/2020/04/naveen-2-1024x618.jpg)
କେବଳ ତାମିଲ୍ ଗଣମାଧ୍ୟମ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନଙ୍କର କାର୍ଯ୍ୟଶୈଳୀକୁ ବହୁ ଜାତୀୟ ଗଣମାଧ୍ୟମ ବି ପ୍ରଶଂସା କରୁଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ ଅବଧି ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ବିଭିନ୍ନ ରାଜନୈତିକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲକ୍ଡାଉନ୍ ଅବଧି ଏପ୍ରିଲ ୩୦ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାସହ ରାଜ୍ୟକୁ ବିମାନ ଓ ରେଳ ସେବା ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହିଭଳି ପଦକ୍ଷେପକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ, କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ସମୟକୁ ଏପ୍ରିଲ ୩୦ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନ୍କୁ ଶତପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀବି ନବୀନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/naveen-f.jpg)