ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା: ଏଣିକି ଶାଳପତ୍ର ଉପରେ ଦେବାକୁ ପଡ଼ିବ ନାହିଁ ରୟାଲିଟି

ଭୁବନେଶ୍ୱର : ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ରୟାଲିଟି ନେଇ ଥାଆନ୍ତି । ଏହି କ୍ରମରେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ କ୍ୱଇଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥାଏ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାଳପତ୍ର ଉପରେ ଲାଗୁ ହୋଇଥିବା ରୟାଲିଟିକୁ ଛାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ଶାଳପତ୍ର ଶ୍ରମିକଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି । ଏହା ଦ୍ୱାରା ୨୫ଲକ୍ଷ ଶାଳପତ୍ର ସଂଗ୍ରହରେ ନିୟୋଜିତ ଶ୍ରମିକ ଲାଭବାନ୍‌ ହେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର