ଭୁବନେଶ୍ବର: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିବା ପରେ ଆଜି ଉଭୟ ବିଧାନସଭାର ଭୋଟରମାନଙ୍କୁ ସଂନ୍ଧ୍ୟା ୬ ଟାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ ।
ଉପନିର୍ବାଚନରେ ସଫଳତା ନେଇ ଅୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସଂନ୍ଧ୍ୟା ୬ଟାରେ ତିର୍ତ୍ତୋଲ ବିଧାନସଭାର ଦଳୀୟ କର୍ମୀମାନଙ୍କୁ ଓ ସଂନ୍ଧ୍ୟା ୬ ଟା ୨୦ ମିନିଟରେ ବାଲେଶ୍ୱର ସଦରର ଭୋଟରମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ତାହା ବି ପୁଣି ଭଲ ଭୋଟ ବ୍ୟବଧାନରେ । ଏନେଇ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଦଳୀୟ କର୍ମୀମାନଙ୍କ ନିରନ୍ତର ଉଦ୍ୟମ, ସେବାମନୋବୃତ୍ତି ପାଇଁ ଦଳ ପୁଣିଥରେ ନିଜର ତାକତ ଦେଖାଇ ପାରିଛି ବୋଲି ବିଜେଡି ନେତା ପ୍ରକାଶ କରିଛନ୍ତି । ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହିତ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/c7337069-152d-4b7e-86a6-0928f9d9c29d.jpg)
