ବିଜେପୁର ଛାଡ଼ିଲେ ନବୀନ : ବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର, ପୁଣି ଥରେ ଉପନିର୍ବାଚନ ହେବ

ପାଟକୁରା ସହିତ ଏକାସଙ୍ଗେ ହୋଇପାରେ

ଭୁବନେଶ୍ବର : ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନସ୍ଥ କରିସାରିଥିଲେ, ସେ ବିଜେପୁର ଆସନ ଛାଡିବେ। ୨୮ ତାରିଖ ‘ସମ୍ବାଦ’ରେ ଏହା ପ୍ରକାଶ ପାଇଥିଲା। ପୂର୍ବାନୁମାନ ସତ େହାଇଛି। ବିେଜପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ େଘାଷଣା ପରେ ନବୀନ ଏଥର ଜିତିଥିବା ଦୁଇଟି ଆସନ ଅର୍ଥାତ୍ ହିଞ୍ଜିଳି ଓ ବିେଜପୁର ମଧ୍ୟରୁ ହିଞ୍ଜିଳି ଆସନର ପ୍ରତିନିଧି ହୋଇ ରହିବେ େବାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଜଣାଇଛନ୍ତି। ଏଥିସହିତ ବିଜେପୁର ବିଧାୟକ ପଦରୁ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

େକନ୍ଦ୍ରାପଡାର ପାଟକୁରା ଆସନରେ କେବେ ଉପନିର୍ବାଚନ ହେବ, ସେ ନେଇ ଚିତ୍ର ଏବେ ବି ଅସ୍ପଷ୍ଟ ଥିବା ବେଳେ ବିଜେପୁର ପୁଣି ଥରେ ଉପନିର୍ବାଚନ ସାମ୍ନା କରିବା ସ୍ପଷ୍ଟ େହାଇଯାଇଛି। ଫଳରେ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ଆସନକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ଆେଲାଚନା େଜାର ଧରିଛି। ସାଧାରଣ ନିର୍ବାଚନ ସରିବା ପରେ ପୁଣି ଥରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇଛି।

ଆଜି ଏକ ପ୍ରେସ ବିବୃତିରେ ମୁଖ୍ୟମନ୍ତ୍ରୀ ବିଜେପୁର େଭାଟରଙ୍କୁ ବାର୍ତା େଦଇଛନ୍ତି। କହିଛନ୍ତି, ‘‘୨୦୧୮ ମସିହାରେ ବିେଜପୁର ଉପନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା େମାତେ ଅଭିଭୂତ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ େହବା ପାଇଁ େମାତେ ବିଭିନ୍ନ ମହଲରୁ ଅନୁେରାଧ କରାଯାଇଥିଲା। ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ େହବା ପାଇଁ ମୁଁ ନିଷ୍ପତ୍ତି େନଇଥିଲି ଓ ଆପଣମାନଙ୍କ ଆଶୀର୍ବାଦ ଲାଭ କରିଥିଲି। ଆପଣମାନଙ୍କର ଏ ସ୍ନେହ, ଆଦର ଓ ଭଲ ପାଇବା େମାତେ ସବୁଦିନ ପାଇଁ ଋଣୀ କରିବ।’’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘‘ଆପଣମାନଙ୍କୁ େଦଇଥିବା କଥା ମୁଁ ସବୁବେେଳ ପାଳନ କରିଆସିଛି। ବିେଜପୁରର ବିକାଶ େମାର ଦାୟିତ୍ବ ଏବଂ ଏଥିପାଇଁ ମୁଁ କାମ କରିଚାଲିବି। ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି, ରହିଥିବି।’’ ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଓ ସମୃଦ୍ଧ ବିଜେପୁର ପାଇଁ ସହଯୋଗ କାମନା କରିଥିଲେ।

୨୦୧୯ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରୁ ସମେତ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହିଞ୍ଜିଳି ଆସନରେ ତାଙ୍କର ବିଜୟ ବ୍ୟବଧାନ ଥିଲା ୬୦ ହଜାର ୧୬୦। ବିେଜପୁରରେ େଭାଟର ତାଙ୍କୁ ୫୭ ହଜାର ୧୨୨ େଭାଟ ବ୍ୟବଧାନରେ ବିଜୟୀ କରାଇଥିଲେ। ନବୀନଙ୍କ ସହିତ ବରଗଡ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିଲା ସତ, କିନ୍ତୁ େଲାକସଭା ଆସନ ହାତରୁ ଖସିଯାଇଥିଲା।

େଗାଟିଏ ମହଲରେ ପୂର୍ବରୁ ମତ ପ୍ରକାଶ ପାଉଥିଲା, ଉତ୍ତରାଧିକାରୀଙ୍କ ରାସ୍ତା େଖାଲିବା ପାଇଁ ନବୀନ ଏଭଳି ନିଷ୍ପତ୍ତି େନଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଭାବେ କହିଛନ୍ତି େଯ ବିଜେଡି ଉତ୍ତରାଧିକାରୀ ବିଜେଡିରୁ ହିଁ ହେବେ। ଅର୍ଥାତ୍ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ହିଞ୍ଜିଳିରୁ ପ୍ରାର୍ଥୀ କରିବା ଲାଗି ସେ ବିଜେପୁର ଚାଲ୍ େଖଳିଛନ୍ତି େବାଲି ଯାହା କୁହାଯାଉଥିଲା, ତାହା ଠିକ୍ ନୁହେଁ, ଏକଥା ନବୀନ ସୂଚାଇଥିଲେ।

ଆଉ େଗାଟିଏ ମହଲ କହୁଥିଲେ, କ୍ରମ ବର୍ଧିଷ୍ଣୁ ବିଜେପିର ଗତିେରାଧ ପାଇଁ ନବୀନଙ୍କ ବିଜେପୁର େଗାଟିଚାଳନା ଥିଲା ମାଷ୍ଟର ଷ୍ଟ୍ରୋକ୍। ଏକଥା ଅଳ୍ପବହୁତେ ମଧ୍ୟ ପ୍ରମାଣିତ େହଲା। ବିଜେପି ପଶ୍ଚିମ ଓଡ଼ିଶାର ପାଞ୍ଚଟି ଆସନ ଅର୍ଥାତ୍ ସୁନ୍ଦରଗଡ, ବରଗଡ, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଦଖଲ କରିବାରେ ସକ୍ଷମ େହଲା। କିନ୍ତୁ ବିଜେପ ବିଧାନସଭା ଦଖଲ ରାସ୍ତାରେ ନବୀନ କଣ୍ଟା ସାଜିଲେ।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ବିଧାନସଭାକୁ ହିଞ୍ଜିଳି ଆସନରୁ ହିଁ ନିର୍ବାଚିତ େହାଇ ଆସିଥିଲେ। ଏହା ପୂର୍ବରୁ ଆସ୍କା ଥିଲା ତାଙ୍କର େଲାକସଭା େକ୍ଷତ୍ର। େଯଉଁଠାରୁ ଜିତି ସେ େକନ୍ଦ୍ରମନ୍ତ୍ରୀ େହାଇଥିଲେ। ଗତ ପାଞ୍ଚଥର େଭାଟର ତାଙ୍କୁ ହିଞ୍ଜିଳିରୁ ଏକତରଫା ଭାବେ ଜିତାଉଛନ୍ତି।

େଗାଟିଏ ସୂତ୍ରରୁ ଖବର ମିଳୁଛି, ପାଟକୁରା ନିର୍ବାଚନ ସହିତ ବିଜେପୁର ନିର୍ବାଚନ ଏକସଙ୍ଗରେ େହାଇପାରେ। ଏମିତି ହେଲେ ଖୁବ୍ ଶୀଘ୍ର ବିେଜପୁର ଆସନ ଲାଗି ନିର୍ବାଚନ କମିସନ ତାରିଖ େଘାଷଣା କରିପାରନ୍ତି। କାରଣ, ପୂର୍ବରୁ ଏପ୍ରିଲ ୨୯ ତାରିଖରେ େହବାକୁ ଥିବା ପାଟକୁରା ନିର୍ବାଚନ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ େମ’ ୧୯କୁ ଘୁଞ୍ଚିଥିଲା। ସାମୁଦ୍ରିକ ବାତ୍ୟା ଫନି କାରଣରୁ ନିର୍ବାଚନ କମିସନ ଏହାକୁ ଦୁଇ ମାସ ଭିତରେ ସାରିବେ ବୋଲି ସୂଚାଇଛନ୍ତି।

ସମ୍ବନ୍ଧିତ ଖବର