ବିରୋଧୀଙ୍କ ରଣନୀତି ଫିକା : ୧୯ ବର୍ଷ ପରେ ବି ମଳିନ ପଡ଼ିନି ନବୀନ କ୍ରେଜ୍‌

ବିଜେପି ପାଇଁ ଅଡୁଆ, ଧର୍ମେନ୍ଦ୍ର ନା ମୋଦୀ, କଂଗ୍ରେସ ବିଫଳତା ବୋଝ କାହାର

ଭୁବନେଶ୍ବର : ବିଜେଡି ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ। ଏକୁଟିଆ ପ୍ରଚାର କରି ଦଳକୁ ପୁଣି ଥରେ ଏକତରଫା ବିଜୟ ଦେଇଛନ୍ତି ଓ ମୋଦୀ ମ୍ୟାଜିକକୁ ବିଫଳ କରିଦେଇଛନ୍ତି। ହେଲେ ବିଜେପି ଯେଯତିକି ସଫଳତା ପାଇଛି, ତାର ଶ୍ରେୟ ରାଜ୍ୟ ନେତୃତ୍ବକୁ ଯିବ ନା ମୋଦୀଙ୍କୁ? କଂଗ୍ରେସ ବିଫଳତା ପାଇଁ ଦାୟୀ କିଏ? ରାଜ୍ୟ କଂଗ୍ରେସ ନେତାଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିବା ପଛରେ ସ୍ଥାନୀୟ ନେତୃତ୍ବ କେବଳ ଦାୟୀ ନା େକନ୍ଦ୍ରୀୟ େନତାଙ୍କର ବି ଭୂମିକା ରହୁଛି? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା େଜାର ଧରିଲାଣି।

୨୦୧୪ ଭଳି ୨୦୧୯ରେ ଓଡ଼ିଶା ନିର୍ବାଚନ ଫଳାଫଳ ସମଗ୍ର ଦେଶକୁ ଚମକାଇ େଦଇଛି। ବିଧାନସଭାରେ ବିେଜଡିର ଏକତରଫା ବିଜୟ ଘଟିଛି। େଲାକସଭାରେ ବି ଆଗରେ ରହିଛି ଦଳ। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ରାଜ୍ୟବାସୀଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ବିେଜଡି ସଂଖ୍ୟା େଫରିପାଇବ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି େହାଇଥିଲା। କେବଳ ସେତିକି ନୁେହଁ, ପରବର୍ତୀ ସମୟରେ ବୈଜୟନ୍ତ ପଣ୍ଡା ଓ ଦାେମାଦର ରାଉତଙ୍କୁ ଦଳ ବିଦା କରିବା ପରେ ବିେଜଡି ବିେରାଧରେ ସ୍ବର ଆହୁରି ତୀକ୍ଷ୍ମ େହାଇଥିଲା। ଏହି ତାଲିକାରେ ଆଉ କିଛି ପ୍ରସଙ୍ଗ େଯାଡାଯାଇପାରେ। ବିଧାନସଭା ପ୍ରାର୍ଥୀ ଚୟନ ବେଳେ ଆଉ କିଛି ଝଲକ େଦଖିବାକୁ ମିଳିଲା। ପ୍ରଥମ ପର୍ଯ୍ୟାୟ େଘାଷଣା ଏତେ ବଡ଼ ବିେଦ୍ରାହର ସଙ୍କେତ େଦଇଥିଲା େଯ ଦଳର ସ୍ଥିତି ଦୋହଲିଯିବ େବାଲି ଅନେକ ବିଚାର କରୁଥିଲେ। ନବୀନ ନିବାସ ସାମ୍ନାରେ ବିେକ୍ଷାଭ ଓ ନାରାବାଜି କରିଥିଲେ ଦଳୀୟ ନେତା। କିଏ ଟିକେଟ୍ ଦାବିରେ, ଆଉ କିଏ କାଟିବା ପାଇଁ। ବିେଜଡିର ଅନେକ ତୁଙ୍ଗନେତା ମଧ୍ୟ ପରୋକ୍ଷରେ ସମାେଲାଚନା କରିଥିଲେ। ଆଉ କିଛି ପୁରୁଖା ତଥା ଟାଣୁଆ େନତା ବିେଜପି କ୍ୟାମ୍ପକୁ ଡେଇଁଥିଲେ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନବୀନ କେବଳ ଗମ୍ଭୀର ଭାବେ ଗ୍ରହଣ କରିଥିଲେ ତା ନୁହେଁ, ଭାବମୂର୍ତି ସଜାଡିବା ଲାଗି ଅନେକ କୌଶଳ ଆପଣାଇଥିଲେ। ଗୁରୁଦିବସରେ ଶିଶୁଙ୍କ ସହିତ ମିଶିଲେ, କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହିତ। ସାଧାରଣ େଲାକ ଓ ନବୀନଙ୍କ ମଧ୍ୟରେ ଦୂରତା କମିଲା।ନବୀନ ନିବାସ ଦୁଆର େଖାଲିଲା ଚାଷୀ, ମହିଳାଙ୍କ ପାଇଁ। ସରକାରୀ ଭାବେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଜରିଆରେ ଗାଁ ଗହଳିରେ ଏକାଧିକ ବିକାଶ ପ୍ରକଳ୍ପର ଭିତ୍ତି ପଡିଲା। ନିଜସ୍ବ ଖାଦ୍ୟ ସୁରକ୍ଷା େଯାଜନା, ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ, କାଳିଆ ପର୍ଯ୍ୟନ୍ତ ଏକାଧିକ ବଡ଼ େଯାଜନା ହାତକୁ େନଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସତ୍ତ୍ବେ ଲଢେଇ ଏତେ ତୀବ୍ର ଥିଲା େଯ ପାଖାପାଖି ୧୫୦ ସଭା ଓ ହଜାରେ କିେଲାମିଟର ବୁଲି ନବୀନ ଦଳ ପାଇଁ େଭାଟ ମାଗିଥିଲେ।

େଲାକେ ତାଙ୍କୁ ବିଶ୍ବାସ କରିଛନ୍ତି, ଏକଥା ନିର୍ବାଚନ ଫଳାଫଳ ଆଜି ସଙ୍କେତ େଦଇଛି। ନବୀନଙ୍କ ହାଵାେର ଅନେକ ନବାଗତ ଜିତିଛନ୍ତି ଓ ସଂଘର୍ଷ ଭିତରେ ଥିବା ପୁରୁଖା ପ୍ରାର୍ଥୀ ବି। ସେହିଭଳି ମହିଳା ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣି ନବୀନ େସମାନଙ୍କୁ ସଂସଦରେ ପହଞ୍ଚାଇବା ପାଇଁ ମଧ୍ୟ ବାଟ େଖାଲିଛନ୍ତି। ବିଜେଡି ଶିବିର ନବୀନଙ୍କୁ ସଫଳତାର େଶ୍ରୟ ଦେବା ଆରମ୍ଭ କରିଛି ଓ ନବୀନ ରାଜ୍ୟବାସୀଙ୍କୁ।

ଅନ୍ୟପକ୍ଷରେ ବିେଜପି ପୂର୍ବାପେକ୍ଷା ଉଭୟ େଲାକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିଛି। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏଠାରେ ଦଳର ଦାୟିତ୍ବ େନଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ, ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ବାରମ୍ବାର ଓଡ଼ିଶା ଆଣି ବିେଜଡିକୁ ନାକେଦମ କରିଥିଲେ। ଆକ୍ରମଣ ଏତେ ପ୍ରଚଣ୍ଡ ଥିଲା େଯ ପ୍ରଧାନମନ୍ତ୍ରୀ େଶଷ ମୁହୂର୍ତରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାେଲାଚନା କରି କ୍ଷମତାରୁ ବିଦା କରିବେ େବାଲି ରାସ୍ତା େଦଖାଇଥିଲେ। ହେଲେ ଉପରସ୍ତରରେ ବିେଜପି େଯତେ ଅଧିକ ସରକାରଙ୍କୁ ଆକ୍ରମଣ କରିଥିଲା, ତଳସ୍ତରକୁ କିନ୍ତୁ ଏହା େଭଦି ପାରିଲା ନାହିଁ, ଏକଥା ନିର୍ବାଚନ ଫଳାଫଳ ସୂଚାଇ ଦେଇଛି। ବିେଜପିର ଆକ୍ରମଣ ଗଣମାଧ୍ୟମ ଓ ସଭାସମିତିରେ ସମ୍ଭବତଃ ସୀମିତ ରହିଗଲା। ‘ େମା ବୁଥ ସବୁଠୁ ମଜବୁତ’ େସ୍ଲାଗାନ ପଛରେ ବାସ୍ତବତା କମ ଥିବା କାରଣରୁ ବିଜେପି ଆଖିଦୃଶିଆ ସଫଳତା ହାସଲ କରିପାରିଲା ନାହିଁ େବାଲି ଗୋଟିଏ ମହଲ ବିଶ୍ବାସ କରୁଛନ୍ତି। ଏହାସହିତ ମାତ୍ରାଧିକ ଅନ୍ୟ ଦଳର େନତାଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିବା ପରିଣାମରେ ନିଜର ଦଳର ମୂଳ ନେତା କିଛି ପରିମାଣରେ ବିଗିଡିଗଲେ।

ଏହା ସତ୍ତ୍ବେ ଆଶ୍ବାସନାର କଥା େହଲା, ବିେଜପି ଏଥର ତିନି ଚତୁର୍ଥାଂଶ ଆସନରେ ବିେଜଡି ସହିତ ମୁହାଁମୁହିଁ େହାଇଛି। ହେଲେ ଏହାର େଶ୍ରୟ ଧର୍ମେନ୍ଦ୍ରଙ୍କୁ ଯିବ ନା େମାଦୀ େନବେ, ତାହା ଏବେ ବଡ ବିତର୍କର ବିଷୟ। ବିେଜପିର େଗାଟିଏ େଗାଷ୍ଠୀ େମାଦୀ େଲାକପ୍ରିୟତାକୁ ଅଣଦେଖା କରୁନଥିଲେ ହେଁ, ଧର୍ମେନ୍ଦ୍ରଙ୍କ ଅବଦାନ କିନ୍ତୁ ଉଲ୍ଲେଖନୀୟ େବାଲି କହିଛନ୍ତି।

କଂଗ୍ରେସ େଶାଚନୀୟ ପ୍ରଦର୍ଶନ ପାଇଁ ରାଜ୍ୟ ଓ କେନ୍ଦ୍ରୀୟ େନତୃତ୍ବ ଭୂମିକା େନଇ ଏେବ ଅନେକ ପ୍ରଶ୍ନ ଛିଡା କରାଗଲାଣି। ରାଜ୍ୟ େନତୃତ୍ବ ବଦଳିବା ପରେ ଆଗୁଆ ଟିକେଟ ଦେବା ପାଇଁ କଂଗ୍ରେସର େଘାଷଣା େଫଲ୍ ମାରିଥିଲା। େଶଷ ପର୍ଯ୍ୟନ୍ତ ଟିକେଟ୍ ବଣ୍ଟା ବିତର୍କରୁ ବାହାରି ପାରିଲାନି ଦଳ। େନତା ଟିକେଟ୍ ନେଲେ, ପୁଣି େଫରାଇଲେ। କଂଗ୍ରେସ ଏଥର ଏକ ବଡ଼ ପରିମାଣର ପ୍ରାର୍ଥୀ ପରିବର୍ତନ କରି ଯୁବ େନତୃତ୍ବକୁ ଭରସା କଲା। ମାତ୍ର ଏହା େଯ ଆଦୌ ପ୍ରଭାବ ସୃଷ୍ଟି କରିପାରିଲା ନାହିଁ, ତାହା କଂଗ୍ରେସର ଅମାନତ ହରାଇଥିବା ପ୍ରାର୍ଥୀଙ୍କ ତାଲିକା େଦଖିଲେ ବୁଝିହେଉଛି। କାହିଁକି କେଜାଣି ଯେତେ ସଂଖ୍ୟକ େକନ୍ଦ୍ରୀୟ େନତା ପ୍ରଚାର କରିବାକୁ ଓଡ଼ିଶା ଆସିବା କଥା ତାହା ବି େହଲାନି। େଯଉଁ ବିଧାୟକମାନେ ପିସିସି ସଭାପତି ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନେ ନିଜର ସହଜ ବିଜୟ ଲକ୍ଷ୍ୟରେ ବିେଜଡି ହାତ ଧରିଲେ। ଅବଶ୍ୟ ଏମାନଙ୍କ ମଧ୍ୟରୁ ନବ କିେଶାର ଦାସଙ୍କ ଭଳି ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ବିଫଳତାର ସ୍ବାଦ ଚାଖିବାକୁ ପଡିଛି। ଏଭଳି ସଙ୍ଗିନ ସ୍ଥିତିରେ ବିଫଳତା ଓ ଉତ୍ତରଦାୟିତ୍ବର େବାଝ କିଏ ମୁଣ୍ଡାଇବ?

ସମ୍ବନ୍ଧିତ ଖବର