ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣା ମାମଲା : ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ତିନି ଦିନ ମଧ୍ୟରେ ଦେବାକୁ ପୂର୍ତ୍ତ ବିଭାଗର ଅନୁସଚିବ ମୁଖ୍ୟଯନ୍ତ୍ରୀ ଡିଜାଇନ୍‌ ଓ ରୋଡ୍‌ଙ୍କୁ ଚିଠି ଲେଖିଛନ୍ତି। ପୂର୍ତ୍ତ ବିଭାଗର ଅନୁସଚିବ ଏ.ଖଟୁଆ ବମିଖାଲ ଓଭରବ୍ରିଜ୍‌ ଦୁର୍ଘଟଣାର ଦୁଇ ତଦନ୍ତକାରୀ ମୁଖ୍ୟଯନ୍ତ୍ରୀଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବୁଧବାର ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ତିନି ତାରିଖରେ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ସମୟରେ ଏହାର ରିଟେନିଂ ଓ୍ଵାଲ୍‌ ପାଇଁ ବନ୍ଧା ହୋଇଥିବା ରଡ୍‌ ଖସି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ‘ସମ୍ବାଦ’ରେ ଏନେଇ ‘ପୁଣି ମୁଣ୍ଡ ଗଡ଼ିଲା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀ ଓଭରବ୍ରିଜ୍‌ ଦୁର୍ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର