ନବୀନଙ୍କ ଟାର୍ଗେଟରେ ମୋଦୀ : ମେ’ ୨୩ରେ ’ମେନ୍ ଇଞ୍ଜିନ୍‌’ ବି ଯିବ

ଡବଲ୍ ଇଞ୍ଜିନ ଥିବା ରାଜ୍ୟରେ ବିଜେପି ହାରିଲା କାହିଁକି, ରାଜ୍ୟ ବିଜେପିର ବଡ଼ ନେତା କୋଇଲା କାରବାର କରୁଛନ୍ତି, ବିଜେପି ନେତା କଣ୍ଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି

ବାଙ୍କୀ/ବଡମ୍ବା/ ଅନୁଗୁଳ/ଢେଙ୍କାନାଳ : ନିର୍ବାଚନ ପ୍ରଚାର ଯେତିକି ଯେତିକି ଆଗଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତିକି ସେତିକି କେନ୍ଦ୍ର ବିେରାଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନ ନେଇ ନବୀନ ତାଙ୍କୁ କଡ଼ା ଭାଷାରେ ସମାେଲାଚନା କରିବା ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସିଧା ସିଧା ଭବିଷ୍ୟବାଣୀ କରିଛନ୍ତି ଯେ ମେ’ ୨୩ ତାରିଖରେ ଡବଲ ଇଞ୍ଜିନ ଲାଇନଚ୍ୟୁତ ହେବ। କେବଳ ସେତିକି ନୁେହଁ, ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ଥିଲା, ସେଠାରେ କାହିଁକି ଲୋକେ ସିଙ୍ଗିଲ ଇଞ୍ଜିନ କଲେ ବୋଲି ପଚାରିଛନ୍ତି ନବୀନ।

ଆଜି ଅନୁଗୁଳ, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଭୋଟ ପ୍ରଚାର ଆଳରେ ନବୀନ ବିେଜପିକୁ କଡ଼ା ଭାଷାରେ ସମାେଲାଚନା କରିଥିଲେ। ଏକଥା ବି କହିଥିଲେ େଯ ବିେଜପି ନେତାଙ୍କ ସ୍ବାର୍ଥ ପାଇଁ ଓଡ଼ିଶାକୁ ତାର ହକ୍‌ରୁ ବଞ୍ଚିତ କରାଯାଇଛି। ବଡମ୍ବା ଟେନିସ୍‌ ପଡିଆ ଓ ପରେ ବାଙ୍କୀ କଲେଜ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ନବୀନ େମାଦୀଙ୍କୁ ଲକ୍ଷ୍ୟ କରି କହିଥିଲେ, ଏବେ ବିଜେପିର ବଡ଼ ବଡ଼ ନେତାମାେନ ଡବଲ ଇଞ୍ଜିନ କଥା କହୁଛନ୍ତି। ଓଡ଼ିଶାବାସୀ ପଚାରୁଛନ୍ତି ଓଡ଼ିଶା ଇଞ୍ଜିନ କିଏ? ସେ ବିଷୟରେ ସେମାନେ କିଛି କହିପାରିବେ କି? ବିଜେପିର ଡବଲ ଇଞ୍ଜିନରୁ ପାଞ୍ଚଟି ଇଞ୍ଜିନ ଲାଇନଚ୍ୟୁତ େହାଇଗଲାଣି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବରେ ଡବଲ ଇଞ୍ଜିନ ଥିଲା। େଲାକମାେନ ଡବଲ ଇଞ୍ଜିନକୁ ହଟାଇଦେଲେ। ଲୋକମାେନ କାହିଁକି ଡବଲ ଇଞ୍ଜିନକୁ ହଟାଇଦେଲେ?

ଏେବ ଯେହେତୁ ନିର୍ବାଚନ ଆସିଛି, େସମାନଙ୍କର ଓଡ଼ିଶା କଥା ମନେ ପଡିଛି ଓ ନିର୍ବାଚନରେ େଲାକଙ୍କ ମୁଡ୍ େଦଖି ହାରିବା ଜାଣିସାରିଲେଣି। ତେଣୁ ସେମାେନ ବାୟା େହାଇଯାଇଛନ୍ତି େବାଲି ନବୀନ ତାଚ୍ଛଲ୍ୟ କରିଥିଲେ।

ବିଜେପିକୁ କଡ଼ା ସମାେଲାଚନା କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଏେବ ସେମାନଙ୍କର ଗରିବଙ୍କ କଥା ମନେ ପଡୁଛି। ୫ ବର୍ଷ ହେଲା ସେମାନେ କଣ କରୁଥିଲେ। ୫୦ ଲକ୍ଷ େଲାକ ଚାକିରି ହରାଇଲେ। ଦର ଦାମ ବଢିଲା। ଗ୍ୟାସ ଦର ବଢିଲା। େପଟ୍ରୋଲ ଦର ବଢିଲା। ଗରିବଙ୍କୁ ଆହୁରି ଗରିବ କଲେ। େଲାକେ ସବୁ ଜାଣୁଛନ୍ତି। ଏଥିସହିତ ନବୀନ ବିେଜଡି ସରକାରର ପ୍ରଥମ ଦିନରେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର କାଳିଆ ସହାୟତା, ମିସନ ଶକ୍ତିରେ ମା’ମାନଙ୍କୁ ୫ହଜାର କୋଟି ଟଙ୍କାର କାମ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ଚିକିତ୍ସା ସୁବିଧା କଥା କହିଥିଲେ।

ଅନୁଗୁଳ ଓ େଢଙ୍କାନାଳ ଜିଲ୍ଲାରେ ନିର୍ବାଚନ ପ୍ରଚାର କରି ନବୀନ ରାଜ୍ୟ ବିେଜପି ନେତାମାନଙ୍କୁ ସମାେଲାଚନା କରିଥିଲେ। େଭାଟରଙ୍କୁ ପ୍ରବର୍ତାଇଥିଲେ େଯ େଯଉଁମାନେ ଏବେ େଭାଟ ମାଗିବାକୁ ଆସୁଛନ୍ତି, ସେମାନଙ୍କୁ ପଚାରନ୍ତୁ େଯ େକାଇଲା ରୟାଲିଟି ସେଂଶାଧନ େହଲାନି କାହିଁକି? ପାଞ୍ଚ ମିନିଟର କାମ ପାଞ୍ଚ ବର୍ଷରେ ବି େହାଇପାରିଲା ନାହିଁ। େକାଇଲା ରୟାଲିଟିରୁ େକନ୍ଦ୍ର ପାଉଛି ପାଞ୍ଚ ହଜାର େକାଟି ଟଙ୍କା। େଢଙ୍କାନାଳ-ଅନୁଗୁଳ ପାଉଛନ୍ତି ପ୍ରଦୂଷଣ ଓ ଆଉ ଧୂଳି।

ମୁଖ୍ୟମନ୍ତ୍ରୀ ପଚାରିଥିଲେ, ବିଜେପିର ବଡ଼ ବଡ଼ ନେତାମାେନ ବେଆଇନ େକାଇଲା କାରବାର କରୁଛନ୍ତି କି? ତାଙ୍କୁ ସହଯୋଗ କରିବା ପାଇଁ ଓଡ଼ିଶାକୁ ତାର ହକରୁ ବଞ୍ଚିତ କରାଯାଉଛି କି? ଏମସିଏଲ୍, ଏନଟିପିସି ହଜାର ହଜାର େକାଟି ଲାଭ କରୁଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କଣ କରୁଛନ୍ତି? ବିେଜପି ନେତାମାନଙ୍କର କଣ୍ଟ୍ରାକ୍ଟର ବନ୍ଧୁମାନଙ୍କ ପାଇଁ କାମ କରୁଛନ୍ତି କି? ଏହା ଓଡ଼ିଆ ଯୁବକଙ୍କ ପାଇଁ ଅଣଦେଖା ନୁେହଁ? ଜମି ହରାଇଥିବା େଲାକଙ୍କୁ ନ୍ୟାୟ ମିଳୁନାହିଁ। କିନ୍ତୁ ଓଡ଼ିଆ େକନ୍ଦ୍ରମନ୍ତ୍ରୀମାେନ ଚୁପ୍‌ କାହିଁକି? ଢେଙ୍କାନାଳ ଓ ଅନୁଗୁଳର େଭାଟର ଏହାର ଜବାବ େଦବେ େବାଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନୁଗୁଳ ବ୍ଲକ ବନ୍ତଳାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବାବୁ ପଟ୍ଟନାୟକଙ୍କ ସଂଯୋଜନା କରିଥିଲେ। ଢେଙ୍କାନାଳ ଲୋକସଭା ଆସନ ପ୍ରାର୍ଥୀ ମହେଶ ସାହୁ ଓ ଅନୁଗୁଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ମଧ୍ୟ ନିଜ ନିଜ ସପକ୍ଷରେ ଜନସାଧାରଣଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଜେଡି ରାଜ୍ୟ ସାଧାରଣ ସଂପାଦକ ମୀନକେତନ ଅମାନ୍ତ ବକ୍ତବ୍ୟ ରଖିଥିଲେ। ଏହା ପୂର୍ବରୁ ପାଳଲହଡ଼ା ବ୍ଲକ୍‌ ଖମାର କଲେଜ ଖେଳପଡ଼ିଆଠାରେ ଅନୁଷ୍ଠିତ ସଭାରେ ବିଜେଡି ରାଜ୍ୟ ସମ୍ପାଦକ ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚରେ ଅନ୍ୟତମ ରାଜ୍ୟ ସମ୍ପାଦକ ସୁଦର୍ଶନ ବେହେରା, କଣିହାଁ ବ୍ଲକ୍ ସଭାପତି କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଓଡ଼ାପଡ଼ା ଓ ଗଁଦିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଅନୁେରାଧ କରିଥିଲେ। ସଭାରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ମହେଶ ସାହୁ, ବିଧାୟକ ପ୍ରାର୍ଥୀ ଡା. ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ। ପର୍ଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ ବେହେରା, କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ, ବିଜେଡ଼ି ନେତା କୃଷ୍ଣଚନ୍ଦ୍ର ମହାନ୍ତି, ଅଜିତ ସାହୁ,ରାଜେଶ ଦେହୁରୀ, ସୁବ୍ରତ ଦାସ,ପ୍ରଦୀପ ବେହେରାଙ୍କ ସମେତ ହଜାର ହଜାର କର୍ମୀ ସଭାରେ ଯୋଗଦେଇଥିଲେ। ପର୍ଜଙ୍ଗ ବ୍ଲକ୍‌ର ପୂର୍ବତନ କଂଗ୍ରେସ ସଭାପତି ରବିନାରାୟଣ ପଣ୍ଡା, କଙ୍କଡାହାଡ଼ ବ୍ଲକ୍‌ର ୫୦ରୁ ଅଧିକ ଲୋକ ବିଜେଡିରେ ସାମିଲ ହୋଇଥିଲେ।

ଓଡ଼ାପଡ଼ା ବ୍ଲକ୍‌ ଗୁଡ଼ିଆକାଟେଣି ଛକ ଦଶଦେବୀ ଠାକୁରାଣୀ ପଡ଼ିଆରେ ଆୟୋ‌ଜିତ ସଭାରେ ଶ୍ରୀ ସାହୁଙ୍କ ସମେତ ବିଜେଡି ପ୍ରାର୍ଥୀ ସୀମାରାଣୀ ନାୟକଙ୍କ ପାଇଁ େଭାଟ ମାଗିଥିଲେ। ଗଁଦିଆ ମିନିଷ୍ଟାଡିୟମ୍‌ରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ସାଂସଦ ପ୍ରାର୍ଥୀଙ୍କ ସହିତ ସୁଧୀର ସାମଲଙ୍କ ସପକ୍ଷରେ େଭାଟ ମାଗିଥିଲେ। ଗଁଦିଆ ବ୍ଲକ୍‌ ବିଜେଡି ସଭାପତି ବିଶ୍ବନାଥ ଜେନା ମୁଖ୍ୟମନ୍ତ୍ରୀଙ୍କୁ ହେଲିପ୍ୟାଡ଼ରେ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଜିଲ୍ଲା ବିଜୁ କୃଷକ ସଂଘ ସଭାପତି ନରୋତ୍ତମ ସାହୁ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗଦେଇଥିଲେ।

କଟକରେ ମୁଖ୍ୟମନ୍ତ୍ରୀ ସାଂସଦ ଭର୍ତୃହରି ମହତାବ, ବାଙ୍କୀ ପ୍ରାର୍ଥୀ ଦେବାରଂଜନ ତ୍ରିପାଠୀ, ବଡମ୍ବାରେ ଦେବୀ ପ୍ରସାଦ ମିଶ୍ରଙ୍କ ପାଇଁ େଭାଟ ମାଗିଥିଲେ। ବଡମ୍ବାରେ ନରସିଂପୁର ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ବଡ଼ମ୍ବା ବ୍ଲକ୍ ଅଧ୍ୟକ୍ଷା ଅନସୂୟା ନାଏକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ କଂଗ୍ରେସର ବରିଷ୍ଠ ନେତା ଦିଲ୍ଳୀପ ଦାଶ(ବଡ଼ମ୍ବା କୃଷ୍ଣଚନ୍ଦ୍ରପୁର), ସଞ୍ଜୟ ସାହୁ(ନରସିଂପୁର ଚମ୍ପେଶ୍ୱର)ଙ୍କ ସମେତ ବଡ଼ମ୍ବାର ଆଇନଜୀବୀ ଗୋପବନ୍ଧୁ ମହାନ୍ତି, ମହୁଲିଆର ମନୋଜ ନନ୍ଦ, ନରସିଂହପୁର ନୁଖାପଡ଼ା ସମିତିସଭ୍ୟ ସରୋଜ ସାହୁ ପ୍ରମୁଖ କଂଗ୍ରେସ ଛାଡି ବିଜେଡି ଦଳରେ ଯୋଗଦେଇଥିଲେ।

ବାଙ୍କୀରେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସମେତ ଜିଲ୍ଲା ସାଧାରଣ ସଂପାଦକ ସନାତନ ବେହେରା, ସନ୍ତୋଷ କୁମାର ରଣା, ସୁବାସ ଚନ୍ଦ୍ର ପାଢୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଣବ କିଶୋର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର