ମୋଦୀଙ୍କ ୯ ପ୍ରଶ୍ନ ନେଇ ନବୀନଙ୍କ କଟାକ୍ଷ : ଓଡ଼ିଶାକୁ ଲୁଟିଛ, ଦେଇଛ କ’ଣ?

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ବେଳେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର ନାମ ନେଇନଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ବିଫଳତାର ୮ଟି ଶକ୍ତ ପ୍ରସଙ୍ଗ ଲୋକଙ୍କ ସାମ୍ନାକୁ ଆଣିଥିଲେ।

ଗସ୍ତର ୪୮ ଘଣ୍ଟା ପରେ ପ୍ରଧାନମନ୍ତ୍ରୀଙ୍କ ଶୈଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। କୌଣସି ଠାରେ ପ୍ରଧାନମନ୍ତ୍ରୀ କିମ୍ବା ବିଜେପି ନାମ ବି ଧରିନାହାନ୍ତି। ବରଂ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି, ଏହି ୯ଟି ପ୍ରସଙ୍ଗ େହଉଛି ଭାରତ ସରକାରଙ୍କର ବିଫଳତାର କାହାଣୀ। ଏହାକୁ ଆପଣମାେନ ପ୍ରତି ଘରେ ଘରେ ପହଞ୍ଚାନ୍ତୁ।

ନବୀନ କହିଥିଲେ, ରାଉରକେଲାରୁ କଟକ ଆସିବା ବେଳେ ସମ୍ବଲପୁର ପର୍ଯ୍ୟନ୍ତ ‘ବିଜୁ ଏକ୍ସପ୍ରେସ୍‌ ‌େଵ’ କାହାର ରାସ୍ତାର େବାର୍ଡ େଦଖିବା ଦରକାର ନାହିଁ। କାରଣ ଏହା ରାଜ୍ୟ ସରକାରଙ୍କର ଅବଦାନ। ଅଥଚ ସମ୍ବଲପୁର ଆଗକୁ ଜାତୀୟ ରାଜପଥ ଅବସ୍ଥା ନକହିଲେ ଭଲ। ବାରିପଦା-ଦେବଗଡ଼ ତଦ୍ରୂପ। ଉପକୂଳ ରାଜପଥ ପାଇଁ ସାେଢ଼ ଚାରିବର୍ଷ େହାଇଗଲା, ଓଡ଼ିଶା ଅପେକ୍ଷା କରିଛି।

ଆଜି ଦିନରେ ସମସ୍ତଙ୍କ ହାତରେ ମ‌ୋବାଇଲ ଫୋନ୍। ବହୁତ ଭଲ କଥା। ଭାରତ ସରକାରଙ୍କ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ହେଉଛି ଭାରତ ସଞ୍ଚାର ନିଗମ ଲିମିଟେଡ୍। କିନ୍ତୁ ଓଡ଼ିଶାର ଅଧା ଗାଁରେ ନେଟଵର୍କ ନାହିଁ। ଗଛ ଚଢିଲେ ବା ବଡ଼ କୋଠା ଉପରକୁ ଗଲେ ମୋବାଇଲରେ କଥା ହେବେ। ତା ମାନେ ମୋବାଇଲ୍ ସହିତ ଗଛ ଚଢି ଶିଖିବା ମଧ୍ୟ ଦରକାର?

କେନ୍ଦ୍ର ସରକାରଙ୍କ ତୃତୀୟ ଅବହେଳା ନେଇ ନବୀନ କହିଥିଲେ, ସାଢ଼େ ଚାରିବର୍ଷ ଭିତରେ କେବଳ ଟ୍ରେନ୍ ଟିକେଟ୍ ଓ ପ୍ଲାଟ୍‌ଫର୍ମ ଟିକେଟରେ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଛନ୍ତି ଓ ତା ସହିତ ପ୍ରକଳ୍ପର ଅଧା ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ଅଥଚ, କାମ ଆଗକୁ ବଢୁନାହିଁ। ଲାଗୁଛି ଆଗକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ କେବଳ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳିବ। ପିଲାମାନେ ପଢ଼ିବାକୁ ପାଇବେ।

ବିମୁଦ୍ରୀକରଣ ଓ ଓଡ଼ିଶାରେ ବ୍ୟାଙ୍କିଂ ସେବା ନେଇ ଭାରତ ସରକାରଙ୍କ ଅବହେଳା ସଂପର୍କରେ ବଖାଣିଥିଲେ ନବୀନ। କହିଥିଲେ, ବିମୁଦ୍ରୀକରଣ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଲେ। ନିଜର ଟଙ୍କା ପାଇଁ ଲମ୍ବା ଧାଡ଼ିରେ ଲୋକଙ୍କୁ ଠିଆ ହେବାକୁ ପଡ଼ିଲା। ଓଡ଼ିଶାର ଅଧା ଗାଁରେ ବ୍ୟାଙ୍କିଂ ସେବା ପହଞ୍ଚିପାରିନି । ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନେକଥର ଜଣାଇଲେ ବି କେବଳ ପ୍ରତିଶ୍ରୁତି ମିଳିଛି।

ସେହିପରି ଭାରତ ସରକାର ୩ବର୍ଷ ତଳୁ କୋଇଲା ଉତ୍ତୋଳନରେ ଓଡ଼ିଶା ଅଧିକ ରାଜସ୍ବ ପାଇବ ବୋଲି କହିଥିଲେ। ଓଡ଼ିଶା କୋଇଲା ଖଣି ନିଲାମ ହେବ ଆଉ ରାଜ୍ୟ ୭୦ ହଜାର କୋଟି ଟଙ୍କାର ରାଜସ୍ବ ପାଇବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କିନ୍ତୁ ୩ ବର୍ଷରେ ମିଳିଛି ମାତ୍ର ୩୭୦ କୋଟି ଟଙ୍କା।

ଶସ୍ୟବୀମା କଥା ନକହିଲେ ଭଲ। ଓଡ଼ିଶାର ଚାଷୀ ବୀମା ପ୍ରିମିୟମ ଦେଲେ। କିନ୍ତୁ ଲାଭ ଖାଇଲେ ଘରୋଇ ବୀମା କମ୍ପାନି। ରାଜ୍ୟର ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ସେମାନଙ୍କ ବୀମା କ୍ଷତିପୂରଣ ମିଳିଲାନି କି ଫସଲ ଉଚିତ ମୂଲ୍ୟ ମିଳିଲାନି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ଧାନର ଏମ୍‌ଏସ୍‌ପି ପ୍ରସଙ୍ଗରେ ଭାରତ ସରକାର ନିଦାବିଷ୍ଣୁ ସାଜିଛନ୍ତି।

୨୦୧୪ ନିର୍ବାଚନୀ ଇସ୍ତାହାର ସଂପର୍କରେ ସ୍ମରଣ କରାଇ ନବୀନ କହିଥିଲେ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା, େଦଢ ଗୁଣା ଏମ୍ଏସ୍‌ପି, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କୁହାଯାଇଥିଲା। କିନ୍ତୁ ସାଢ଼େ ଚାରିବର୍ଷ ବିତିଥିଲେ ବି ଏହା କେବଳ ନିର୍ବାଚନୀ ଧୂଆଁବାଣ ହୋଇ ରହିଗଲା।

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ କରିଥିବା ନେଇ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି। ଅଥଚ ଆଦିବାସୀ ଉନ୍ନୟନ ପାଇଁ ଟଙ୍କା ବନ୍ଦ କରିଦେଇଛନ୍ତି। ଏବେ ଦୁଇବର୍ଷ ହେଲାଣି ରାଜ୍ୟର ଆଦିବାସୀ ପିଲାଙ୍କ େମଧାବୃତ୍ତି ଅର୍ଥ ମଧ୍ୟ ଦେଉନାହାନ୍ତି।

ସେହିପରି ଉଜ୍ଜଳା ଯୋଜନା କଥା ନ କହିବା ଭଲ। ବଡ଼ବଡ଼ ହୋର୍ଡ଼ିଂ ମାରି ଉଜ୍ଜଳା ଯୋଜନାରେ ୩୦ଲକ୍ଷ ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇଛନ୍ତି େବାଲି ପ୍ରଚାର କରାଯାଉଛି। କିନ୍ତୁ କେତେ ଜଣ ମହିଳା ରିଫିଲ କଲେ? ଏ ହେଉଛି କେନ୍ଦ୍ର ସରକାରଙ୍କ ବଡ଼ ସଫଳତା ବୋଲି ତାତ୍ସଲ୍ୟ କରିଛନ୍ତି ନବୀନ। କେନ୍ଦ୍ର ସରକାରଙ୍କ ଏହି ସଫଳତାକୁ ବିଜେଡିର ସବୁ କର୍ମୀ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର