ମୋଦୀଙ୍କୁ କଡ଼ା ଭାଷାରେ ପ୍ରତିଜବାବ ଦେଲେ ନବୀନ : ହାରିବେ ଜାଣି ଗରିବଙ୍କୁ ଖୋଜୁଛନ୍ତି

କେନ୍ଦୁଝର, ମୟୂରଭଂଜରେ ମାରାଥନ୍ ପ୍ରଚାର, ଚାଉଳ, ଡିଏମ୍ଏଫ୍ ପ୍ରସଙ୍ଗରେ ଓଲଟା ବର୍ଷିଲେ

କେନ୍ଦୁଝର/ ଠାକୁରମୁଣ୍ତା/କରଞ୍ଜିଆ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହାରିବା ସୂଚନା ଜାଣିବା ପରେ ଏବେ ବିଜେପିର ଗରିବଙ୍କ କଥା ମନେ ପଡିଛି। ବିବ୍ରତ ହୋଇ ଗରିବଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଯଦି ଗରିବଙ୍କ କଥା ମନେ ଥିଲା, ତେବେ ଆଗରୁ ସେମାନେ କଣ କଲେ? କେନ୍ଦ୍ର ସରକାର ଓ ବିଜେପିକୁ ଏଭଳି ଶାଣିତ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ସଭାରେ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର େମାଦୀ ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି। ନା େନଇନାହାନ୍ତି କିନ୍ତୁ ଖଣିଜ ପାଣ୍ଠି କାହାର ଦୟା ନୁେହଁ, ବରଂ ଏହା େକନ୍ଦୁଝର ଜିଲ୍ଲାବାସୀଙ୍କର େବାଲି କହିଛନ୍ତି। ବିଜୁ ଜନତା ଦଳ କେନ୍ଦ୍ର ସହିତ ଲଢେଇ କରି ଏହି ପାଣ୍ଠି କରିଛି। ଏହା େକନ୍ଦୁଝରବାସୀଙ୍କ ହକ୍।

ସେହିଭଳି ଟଙ୍କିକିଆ ଚାଉଳ େଯାଜନା ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରି ନବୀନ େଭାଟରଙ୍କୁ ପ୍ରବର୍ତାଇଛନ୍ତି େଯ ସେମାେନ ବିେଜପି ନେତାଙ୍କୁ ପଚାରନ୍ତୁ େଯ ଓଡ଼ିଶାର ୨୫ଲକ୍ଷ ଗରିବ େଲାକଙ୍କ ଚାଉଳ କାହିଁକି ଦେଲେ ନାହିଁ? ବିଜୁ ଜନତା ଦଳ ସରକାର ସବୁ ଗରିବଙ୍କୁ ଟଙ୍କିକିଆ ଚାଉଳ ଦେଉଛି। େକାଡିଏ ଲକ୍ଷ ଗରିବ େଲାକଙ୍କ ଭତ୍ତା କାହିଁକି କାଟିଲେ? ବିେଜଡି ସରକାର ସବୁ ଗରିବଙ୍କୁ ମଧୁବାବୁ ପେନସନ୍ ଦେଲେ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ବି େଦଉଛି।

ବିଜେପି ସରକାର ଗରିବ ବିରୋଧୀ େବାଲି ସୂଚାଇ ନବୀନ କହିଥିଲେ, ଏବେ େସମାନଙ୍କ ଗରିବଙ୍କ କଥା ମନେପଡ଼ିଛି। କହୁଛନ୍ତି, ଚାଉଳ ଦେବୁ, ଡାଲି ଦେବୁ, ଲୁଣ ଦେବୁ। ଏତେ ଦିନ ଯାଏ କଣ କରୁଥିଲେ?

ନବୀନ ଆହୁରି କହିଥିଲେ, ପାଞ୍ଚ ବର୍ଷ ସରକାରରେ ରହିଲେ। ଗରିବଙ୍କ ପାଇଁ କଣ କଲେ? ଦରଦାମ ବଢିଲା, ଗ୍ୟାସ ଦର ବଢିଲା। ପେଟ୍ରୋଲ ଦର ବଢିଲା, ବିମୁଦ୍ରୀକରଣ କଲେ। ଗରିବଙ୍କୁ ଆହୁରି ଗରିବ କଲେ। ଛୋଟ ବେପାରିଙ୍କ ଉପରେ ଜିଏସ୍‌ଟି ଲାଗିଲା। ଗରିବଙ୍କ ଚାକିରି ନେଲେ। ଆପଣଙ୍କ ଜୁମଲାବାଜି ଆଉ ଚାଲିବ ନାହିଁ େବାଲି ନବୀନ େମାଦୀ ସରକାରଙ୍କୁ ଲକ୍ଷ୍ୟ କରି କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ନବୀନ ଆହୁରି କହିଥିଲେ, ଆପଣଙ୍କୁ ଆଉ େଭାଟ ମିଳିବ ନାହିଁ। େଲାକେ ଆପଣଙ୍କ ଅସଲି ଚେହେରା ଜାଣି ସାରିଲେଣି। ବିେଜଡି ସରକାର ଚାଷୀଙ୍କ ସରକାର। ଗରିବଙ୍କ ସରକାର। ମହିଳାଙ୍କ ସରକାର। ଶ୍ରମିକଙ୍କ ସରକାର। ଯୁବକଙ୍କ ସରକାର। ସମସ୍ତେ େମାର ପରିବାର। ସାଢେ ଚାରିକୋଟି ଓଡ଼ିଶାବାସୀ େମାର ପରିବାର ଓ ଶେଷ ନିଶ୍ବାସ ଯାଏ େସମାନଙ୍କ ପାଇଁ ସେବା କରିବି େବାଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାଳିଆ େଯାଜନା ସଂପର୍କରେ ଉଲ୍ଲେଖ କରି ନବୀନ କହିଥିଲେ, ୪୦ଲକ୍ଷ ଚାଷୀ ଉପକାର ପାଇଲେଣି। େକନ୍ଦ୍ରର ବିେଜପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ‌େଯାଜନା େକହି ବନ୍ଦ କରିପାରିବେ ନାହିଁ। ବିେଜଡି ସରକାରର ପ୍ରଥମ ଦିନରେ ହିଁ ଦୁଇଟି କିସ୍ତିରେ ଚାଷୀଙ୍କୁ ଦଶହଜାର ଟଙ୍କା ମିଳିବ। ନିର୍ବାଚନ ବେଳେ ବିେଜପିର ବଡ ବଡ ନେତା ଆସୁଛନ୍ତି। େଭାଟ ମାଗୁଛନ୍ତି। ସେମାନଙ୍କୁ ପଚାରନ୍ତୁ େଯ େକନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ଅବସ୍ଥା ଉପରେ ପାଞ୍ଚ ବର୍ଷ ହେଲା ରାଜାମୁଣ୍ଡା ରିମୁଳି ରାସ୍ତା କାହିଁକି ସରୁନାହିଁ। େକନ୍ଦୁଝର େମଡିକାଲ କଲେଜ ବର୍ଷକ ଭିତରେ େଲାକଙ୍କୁ ସେବା େଯାଗାଇବ। ୬ମାସ ଭିତରେ େକନ୍ଦୁଝରର ସବୁ ଘରକୁ ପାଣି ଯିବ। କେନ୍ଦୁଝରର େରଳବାଇ ଟଙ୍କା ଝାଡଖଣ୍ଡରେ କାହିଁକି ଖର୍ଚ୍ଚ େହଉଛି େବାଲି ପଚାରିବା ଲାଗି ନବୀନ େଭାଟରଙ୍କୁ ପ୍ରବର୍ତାଇଥିଲେ।

ଆସନ୍ତା ୨୩ ତାରିଖରେ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ପାଟଣା, ସଦର, ତେଲକୋଇ, ଘସିପୁରା ଓ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଆଜି ସକାଳୁ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ଏହାପରେ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ସାହାରପଡ଼ାଠାରେ ଆୟୋଜିତ ସଭାରେ ୧୦ଟା ୪୦ ମିନିଟ୍‌ରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ତେଲକୋଇଠାରେ ଥିବା ଡାକବଙ୍ଗଳାରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇ ସେଠାରେ ମଧ୍ୟାହ୍ନଭୋଜନ କରିଥିଲେ। ରାଜ୍ୟରେ ପୁଣି ବିଜେଡି ସରକାର ଗଢ଼ିବା ପାଇଁ ରାଜ୍ୟବାସୀଙ୍କର ଆଶୀର୍ବାଦ ମାଗିଥିଲେ ମୁଖ୍ୟମନ୍ତ୍ରୀ।

ଏହି ସମସ୍ତ ନିର୍ବାଚନୀ ସଭାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ସମେତ ସାଂସଦ ପ୍ରାର୍ଥୀ ଉପସ୍ଥିତ ଥିଲେ। ପଦ୍ମପୁରଠାରେ ଆୟୋଜିତ ସଭାରେ ବିଜେଡି ସଦର ବିଧାୟକ ପ୍ରାର୍ଥୀ ମାଦବ ସର୍ଦ୍ଦାର, ତେଲକୋଇଠାରେ ଆୟୋଜିତ ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରେମାନନ୍ଦ ନାୟକ, ମଶିଣାବିଲା ସଭାରେ ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର, ଛେନା‌ପଦିରେ ଆୟୋଜିତ ନିର୍ବାଚନୀ ସଭାରେ ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ ଉପସ୍ଥିତ ଥିଲେ। ଏ ସମସ୍ତ ସଭାରେ ଲୋକସଭା ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ମୟୂରଭଂଜ ଜିଲ୍ଲା ସଭାରେ ବିଜେଡି ସଭାପତି ଦେବାଶିଷ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଧାୟକ ବିଜୟ ନାଏକ, ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ, ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଜିଲ୍ଲା ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ପର୍ଯ୍ୟବେକ୍ଷକ ନବ କୁମାର ସ୍ବାଇଁ, ସମୀର ସାମନ୍ତରାୟ, ରାଜ୍ୟ ମୁଖପାତ୍ର ସୁଲୋଚନା ଦାସ, ଠାକୁରମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ବିଜେଡି ବ୍ଲକ୍‌ ସଭାପତି ନନ୍ଦ କିଶୋର ବାରିକ, ବସନ୍ତ ପୈବର୍ତ୍ତୀ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର