ଭୁବନେଶ୍ୱର: ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁମ୍ବାଇରେ ପହଁଞ୍ଚି ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ । ଏହାସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱରେ ଆସନ୍ତା ବୁଧବାର ଏକ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ରୋଡ ସୋ’ ପରେ ମୁମ୍ବାଇର ଏକ ପଞ୍ଚ ତାରକା ହେଟେଲରେ ‘ଇନଭେଷ୍ଟର୍ସ ମିଟରେ’ ଯୋଗ ଦେବାର ଯୋଜନା ରହିଛି।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବାକୁ ଥିବା ମେକ ଇନ ଓଡିଶା କନକ୍ଲେଭକୁ ସଫଳ କରାଇବା ପାଇଁ ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ। ଗତ କିଛି ଦିନ ତଳେ ଇଜ୍ ଅଫ ଡୁଇଙ୍ଗ ବିଜନେସରେ ଓଡିଶାର ସ୍ଥାନ ବିଗତ ବର୍ଷ ତୁଳନାରେ ତଳକୁ ଖସିଯାଇଥିଲା । ଯାହାକୁ ନେଇ ବିରୋଧୀମାନେ ଅନେକ ସମୟରେ ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ତେବେ ଓଡିଶାରେ କିଭଳି ପୁଞ୍ଜି ନିବେଶ କ୍ଷେତ୍ରରେ ସହାୟକ ହେବ ସେନେଇ ମଧ୍ୟ ଅଗାମୀ ଦିନରେ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ ହେବ । ସେନେଇ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/download-13.jpg)