୨୯ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ‘ସମବାୟ ଆପଣଙ୍କର ଦ୍ୱାରରେ’ : ଭାଗଚାଷୀଙ୍କ ପାଇଁ ନାବାର୍ଡ ସହିତ ଏମ୍‌ଓୟୁ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସମବାୟ ଆପଣଙ୍କର ଦ୍ୱାରରେ’ ନାମକ ଏକ ନୂଆ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌(ଜେଏଲ୍‌ଜି) କରିଥିବା ଭାଗଚାଷୀମାନଙ୍କୁ ଋଣପ୍ରଦାନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନାବାର୍ଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହେବ। ଆଜି ଏ ନେଇ ସୂଚନା ଦେଇ ସମବାୟ ବିଭାଗ ସଚିବ ରଂଜନା ଚୋପ୍‌ଡ଼ା କହିଛନ୍ତି ଯେ ସମବାୟ ବିଭାଗର ଯୋଜନା ଅନୁଯାୟୀ ୨୯ ତାରିଖରୁ ‘ସମବାୟ ଆପଣଙ୍କର ଦ୍ୱାରରେ’ ଅଭିଯାନ ଆରମ୍ଭ ହେବ। ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ)କୁ କ୍ରିୟାଶୀଳ କରିବା ତଥା ଗ୍ରାମୀଣ ଋଣ ପ୍ରଦାନ ସୁବିଧା ସୃଷ୍ଟି କରିବା ଏହି ଅଭିଯାନର ଆଭିମୁଖ୍ୟ ବୋଲି ସଚିବ କହିଛନ୍ତିି।

ସମ୍ବନ୍ଧିତ ଖବର