ବିଜେପୁର ଆସନ ଛାଡ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

‌ଯେ କୌଣସି ମୁହୂର୍ତରେ ଇସ୍ତଫା ଦେଇପାରନ୍ତି, ପୁତୁରା ଅରୁଣ ଲଢିବା ଚର୍ଚ୍ଚାକୁ ଦାନା ମିଳିଲାନି

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନ ଓ ବରଗଡ ଜିଲ୍ଲାର ବିଜେପୁର ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନକୁ ନିଜ ପାଖରେ ରଖିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେପୁର ବିଧାୟକ ପଦରୁ ସେ ଯେ କୌଣସି ମୁହୂର୍ତରେ ଇସ୍ତଫା ଦେଇପାରନ୍ତି।

ତେବେ ବିଜେପୁର ଭୋଟରଙ୍କୁ ନବୀନ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ସେଥିରୁ ଓହରିବେ ନାହିଁ। ବିଧାୟକ କିଏ ବି ହେଉନା କାହିଁକି, ନବୀନ ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟକ୍ଷ ତଦାରଖ କରିବେ। ସଂପୃକ୍ତ ନିର୍ବାଚନମଣ୍ଡଳୀକୁ ଏକ ନମ୍ବର କରିବା ଲାଗି ଠୋସ୍ ପଦକ୍ଷେପ ନେବେ ସରକାର।

ଗୋଟିଏ ପଟେ ତାଙ୍କର ଉତ୍ତରାଧିକାରୀ କିଏ ହେବ ସେ ନେଇ ବିତର୍କ ଜାରି ରହିଥିବା ବେଳେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନବୀନ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି। ଏମିତି ସମୟରେ ମୁଖ୍ୟମନ୍ତ୍ରୀଙ୍କର ନିଷ୍ପତ୍ତି ପରୋକ୍ଷରେ ସୂଚାଇ ଦେଇଛି ଯେ ହିଞ୍ଜିଳି ଆସନରୁ ତାଙ୍କର ପୁତୁରା ଅରୁଣ ପଟ୍ଟନାୟକ ନିର୍ବାଚନ ଲଢିବେ ବୋଲି ଯେଉଁ ପ୍ରଚାର ଚାଲିଛି, ସେଥିରେ ସତ୍ୟତା କମ୍ ଅଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ବିଧାନସଭାକୁ ହିଞ୍ଜିଳି ଆସନରୁ ହିଁ ନିର୍ବାଚିତ ହୋଇ ଆସିଥିଲେ। ଏହା ପୂର୍ବରୁ ଆସ୍କା ଥିଲା ତାଙ୍କର େଲାକସଭା େକ୍ଷତ୍ର। େଯଉଁଠାରୁ ଜିତି ସେ େକନ୍ଦ୍ରମନ୍ତ୍ରୀ େହାଇଥିଲେ। ଗତ ପାଞ୍ଚଥର େଭାଟର ତାଙ୍କୁ ହିଞ୍ଜିଳିରୁ ଏକତରଫା ଭାବେ ଜିତାଉଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ତାଙ୍କର ବିଜୟ ବ୍ୟବଧାନ ରହିଛି ୬୦ ହଜାର ୧୬୦। କେବଳ ସେତିକି ନୁହେଁ, ଗଞ୍ଜାମ ଜିଲ୍ଲାରେ ଅନ୍ୟ ରାଜନୈତିକ ଦଳ ବିେଶଷ ସଫଳ ହୋଇପାରିନାହାନ୍ତି।

ଏପଟେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ଏଥର ବିଜେପୁର ଆସନରୁ ପ୍ରାର୍ଥୀ େହାଇଥିଲେ। ବିେଜପୁରରେ େଭାଟର ତାଙ୍କୁ ୫୭ ହଜାର ୧୨୨ େଭାଟ ବ୍ୟବଧାନରେ ବିଜୟୀ କରାଇଛନ୍ତି। ବରଗଡ େଲାକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିେଜଡି ବିଧାୟକମାେନ ଜିତି େରକର୍ଡ କରିଛନ୍ତି। କିନ୍ତୁ ଏକ ବିରଳ ଘଟଣା କ୍ରମରେ ଏହି େଲାକସଭା ଆସନରେ ଏକ ଭଲ େଭାଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଜିତିଲେ। ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି, ସ୍ଥାନୀୟ େନତାମାେନ ଏହି ଜିଲ୍ଲାକୁ ଡାକିକି ମୁଖ୍ୟମନ୍ତ୍ରୀଙ୍କୁ େନଇ ପ୍ରାର୍ଥୀ କରାଇଥିଲେ। ହେଲେ େଲାକସଭାରେ ବିଜେଡି ପ୍ରାର୍ଥୀ ହାରିଯିବା କାରଣରୁ ନବୀନ ମନ ଊଣା କଲେ କି?

ବରଗଡ଼ଠାରେ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିଥିଲେ। ପରେ ବିଜେପୁରରେ ପ୍ରଚାର କରିବା ବେଳେ ସ୍ବଭାବ କବି ଗଙ୍ଗାଧର େମହେରଙ୍କ ପବିତ୍ର ଭୂମିକୁ ପ୍ରଣାମ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଗତ ଉପନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି। ସେତେବେଳେ ଆପଣମାନଙ୍କ ସ୍ନେହ ଓ ଆଦର ମୋତେ ଭଲ ଲାଗିଥିଲା। ନିକଟରେ ଆପଣଙ୍କ ଅଞ୍ଚଳର ବହୁ େଲାକ ମୋତେ ଭୁବନେଶ୍ବରରେ େଭଟିଥିଲେ। ବିଜେପୁରରେ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଥିଲେ। ଆପଣମାନଙ୍କ ଅନୁରୋଧ ରକ୍ଷା କରି ମୁଁ ବିଜେପୁରରୁ ବିଧାନସଭା ପ୍ରାର୍ଥୀ େହାଇଛି। ଆପଣମାନେ ଖୁସି ତ?’’

ଉପସ୍ଥିତ େଲାକେ ଖୁସିରେ ହଁ ମାରିଥିଲେ। ଆଉ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ, ‘‘ମୁଁ ବି ବହୁତ ଖୁସି।’’

ଏହି ଅବସରରେ ନବୀନ ଭରସା େଦଇଥିଲେ େଯ ‘‘ବିଜେପୁରର ବିକାଶ ଦାୟିତ୍ବ େମାର। ଆପଣମାନେ େହଉଛନ୍ତି େମାର ପରିବାର।’’

ଟିକେଟ୍ ଆବଣ୍ଟନ ବେଳେ ନବୀନ ପଶ୍ଚିମ ଓଡ଼ିଶାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିବେ ବୋଲି କହି ମାଷ୍ଟର େଷ୍ଟ୍ରାକ୍ େଖଳିଥିଲେ। କହିଥିଲେ, “ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ସେଠାକାର ନେତାମାନେ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ମୁଁ ଗୁରୁତ୍ୱର ସହିତ ବିଚାର କରୁଛି।” ଆଉ ପରେ ବିଜେପୁରରୁ ତାଙ୍କ ନାମ େଘାଷଣା େହାଇଥିଲା ଓ େସ ପ୍ରାର୍ଥୀ େହାଇ ଜିତିଛନ୍ତି।

ସେତେବେଳେ ବିେଜଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାରୁ ପଶ୍ଚିମ ଓଡ଼ିଶା ସହ ବିଜେଡି ନେତା ନବୀନଙ୍କର ଏକ ଭାବଗତ ସମ୍ପର୍କ ସୃଷ୍ଟି ହୋଇଛି। ଏଣୁ ପଶ୍ଚିମ ଓଡ଼ିଶାର ସମସ୍ତ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କ ସହ ଅନେକ ଚାଷୀ, ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। େଯ କୌଣସି ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର