ଭୁବନେଶ୍ୱର: ବୁଧବାର ପୂର୍ବାହ୍ନ ୧୦: ୪୫ ମିନିଟ୍ରେ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନବୀନ ପଟ୍ଟନାୟକ।
ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଭବ୍ୟ ସମାରୋହରେ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ପ୍ରଥମଥର ପାଇଁ ରାଜଭବନ ବାହାରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଜନସମାଗମ ହୋଇଛିା। ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି।
ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ପ୍ରଖ୍ୟାତ ଭାସ୍କର ରଘୁନାଥ ମହାପାତ୍ର, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି, ନାମଜାଦା ହୃଦ୍ରୋଗ ବିଶେଷଜ୍ଞ ରମାକାନ୍ତ ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ତାରାପ୍ରସାଦ ଦାସ, ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ୍ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଶିଳ୍ପପତି କୁମାରମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଆଇଟିସିର ସଞ୍ଜୀବ ପୁରୀ, ଟାଟା ଷ୍ଟିଲ୍ର ଏମ୍ଡି ଟିଭି ନରେନ୍ଦ୍ରନ୍, ଟେକ୍ ମହିନ୍ଦ୍ରା ଏମ୍ଡି ସିପି ଗୁର୍ଣ୍ଣାନି, ମାଇଣ୍ଡ୍ଟ୍ରି ଅଧ୍ୟକ୍ଷ କେକେ ନଟରାଜନ୍, ଓସିଏଲ୍ର ପୁନୀତ ଡାଲମିଆ, ଆପୋଲୋ ହସ୍ପିଟାଲ୍ସ୍ ଗ୍ରୁପ୍ର ସଙ୍ଗୀତା ରେଡ୍ଡୀ ଏବଂ ରାମ୍କୋ ଗ୍ରୁପ୍ର ପି ଆର୍ ଭେଙ୍କଟରମଣ ରାଜା।
/sambad/media/post_attachments/wp-content/uploads/2019/05/D7tetcAW4AAlf4k-300x169.jpg)
ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ଶପଥ ଗ୍ରହଣ କରିବା ପରେ ୨୦ ଜଣିଆ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଇଛନ୍ତି।
ଏମାନଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଅଛନ୍ତି।
/sambad/media/post_attachments/wp-content/uploads/2019/05/Cabinate-Ministers_Odisha_2019.jpg)
କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ରାଜ୍ୟପାଳ ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଶପଥ ପାଠ କରାଇଲେ। ତା’ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂ ଏବଂ ନବକିଶୋର ଦାସଙ୍କୁ ପାହ୍ୟା ମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ପାଠ କରଇଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇଂରାଜି ଓ ସୁଦାମ ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି।
ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟପାଳ ପ୍ରଥମେ ପଦ୍ମିନୀ ଦିଆନ୍ଙ୍କୁ ଶପଥ ପାଠ କରାଇଲେ। ତା’ପରେ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ପାଠ କରାଇଲେ। ପ୍ରେମାନନ୍ଦ ନାୟକ ଇଂରାଜୀରେ ଶପଥ ପାଠ କରିଥିଲେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ଓ ତାଙ୍କ ଟିମ୍ ଲୋକମାନଙ୍କ ଆଶାଆକାଙ୍କ୍ଷା ପୂରଣ କରିବେ। ଓଡ଼ିଶାର ପ୍ରଗତି ନିମନ୍ତେ କେନ୍ଦ୍ରର ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଁ ପ୍ରତିଶ୍ରୁତି ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Naveen-Pattnaik-Oath_Thumbnail-1.jpg)